କଟକରେ ପୁଣି ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୌମ୍ୟ ରଂଜନ ଆହତ

ଚଳିତ ମାସରେ ୨ୟ ଏନକାଉଣ୍ଟର

Copy Editor AH | Published On: Jan 11, 2018 11:31 PM IST |   256

କଟକ : କଟକରେ ପୁଣି ଏନକାଉଣ୍ଟର । କମିଶନରେଟ ପୁଲିସ ଗୁରୁବାର ସଂଧ୍ୟାରେ ଚୌଦ୍ବାର ଅଞ୍ଚଳରେ ଏନକାଉଣ୍ଟର କରିଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୌମ୍ୟ ରଂଜନ ସାହୁ ଆହତ ହୋଇଛି । ସୌମ୍ୟର ଗୋଡରେ ଗୁଳି ବାଜିଛି । ତାକୁ  ଏସ୍‌ସିବିରେ ଭର୍ତ୍ତି କରାଯାଇଛି।

ସୌମ୍ୟ ରଂଜନ ଚୌଦ୍ବାର ଅଞ୍ଚଳରେ ବୁଲୁଥିବା ଖବର ପାଇ ପୁଲିସ ତାକୁ ଧରିବାକୁ ଯାଇଥିଲା। ତେବେ ସୁରାକ ପାଇ ସେ ପୁଲିସ ଉପରକୁ ଗୁଳି କରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଏହି ଏନକାଉଣ୍ଟର ହୋଇଛି । ସୌମ୍ୟ ଠାରୁ  ପିସ୍ତଲ, ଗୁଳି ଏବଂ ମଟର ସାଇକେଲ ଜବତ ହୋଇଛି । ବିଭିନ୍ନ ଥାନାରେ ସୌମ୍ୟ ନା ରେ ୧୨ଟି ମାମଲା ଥିବା ଜଣାପଡିଛି । 

ଗତ ଗୁରୁବାର ମଧ୍ୟ କମିଶନରେଟ ପୁଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧିଆ ଆହତ ହୋଇଥିଲା। ଚଳିତ ମାସରେ ଏହା କମିଶନରେଟ ପୁଲିସର ୨ୟ ଏନକାଉଣ୍ଟର ହୋଇଥିବାବେଳେ ଗତ ଦୁଇ ବର୍ଷରେ ଏହା ୮ ନଂ ଏନକାଉଣ୍ଟର। 

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।