ରାଜଧାନୀରେ ବିଶାଖାପାଟଣା ପୁଲିସ

ଶ୍ରେୟସ ରାଗିଂ ଓ ହତ୍ୟା ମାମଲାର ତଦନ୍ତ ଆରମ୍ଭ

Copy Editor AH | Published On: Jan 11, 2018 09:59 PM IST |   268


ଭୁବନେଶ୍ୱର  : ସମ୍ବଲପୁର ଗଡ଼ପୋଷର ଛାତ୍ର ଶ୍ରେୟସ କେଶରୱାନୀଙ୍କ ରାଗିଂ ଓ ହତ୍ୟା ମାମଲାର ତଦନ୍ତ କରିବାକୁ ବିଶାଖାପାଟଣା ପୁଲିସ ଗୁରୁବାର ଅପରାହ୍ଣରେ ଭୁବନେଶ୍ୱର ପହଞ୍ଚିଛି। ବିଶାଖାପାଟଣା ପିଏମ୍‌ ପାଲାମ ଥାନାର ଇନିସପେକ୍ଟର ଏଲ୍‌. ଲକ୍ଷ୍ମଣମୂର୍ତ୍ତିଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ଏଠାରେ ପହଞ୍ଚିବା ପରେ ଚନ୍ଦ୍ରଶେଖରପୁର ଥାନା ଅଧୀନ ମୈତ୍ରୀବିହାର ଫାଣ୍ଡିକୁ ଯାଇଥିଲେ। ଉକ୍ତ ଫାଣ୍ଡି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା ହେଉଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ଶ୍ରେୟସଙ୍କର ବ୍ୟବଚ୍ଛେଦ ରିପୋର୍ଟ ସଂକ୍ରାନ୍ତୀୟ ରିପୋର୍ଟ ଏବଂ ମୈତ୍ରୀବିହାର ଫାଣ୍ଡିରେ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାର ରେକର୍ଡ ସଂଗ୍ରହ କରିବା ଲାଗି ପିଏମ୍‌ପାଲମ୍‌ ଆସିଥିବା ଜଣାପଡିଛି। ଶ୍ରେୟସଙ୍କ ବ୍ୟବଚ୍ଛେଦ ରିପୋର୍ଟ ଇତିମଧ୍ୟରେ ମୈତ୍ରୀବିହାର ଫାଣ୍ଡିର ହସ୍ତଗତ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟରେ ଶ୍ରେୟସଙ୍କ ଶରୀରରେ ବହୁ ସ୍ଥାନରେ କ୍ଷତ ଚିହ୍ନ ଥିବା ଉଲ୍ଲେଖ ରହିଛି। ଏହି କ୍ଷତ ଚିହ୍ନ ଯୋଗୁଁ ଶ୍ରେୟସଙ୍କର ମୃତ୍ୟୁ ଘଟିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ସୂଚନା ଦେଇଛନ୍ତି। ଯେହେତୁ ପିଏମ୍‌ପାଲମ୍‌ ପୁଲିସ ଏକ ହତ୍ୟାମାମଲା ରୁଜୁ କରିଛି ତେଣୁ ମୈତ୍ରୀବିହାର ଫାଣ୍ଡିରେ ଶ୍ରେୟସଙ୍କ ମୃତ୍ୟୁକୁ ନେଇ ଯେଉଁ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା ତାହାର ରେକର୍ଡକୁ ହସ୍ତାନ୍ତର କରାଯିବା ପରେ ଏହାକୁ ବନ୍ଦ କରିଦିଆଯିବ ବୋଲି ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି।


ପିଏମ୍‌ପାଲମ ଥାନା ଅଧିକାରୀ ଗୁୁରୁବାର ଅପରାହ୍ଣରେ ଚନ୍ଦ୍ରଶେଖରପୁର ଥାନା ଯିବା ପରେ ସେଠାରୁ ମୈତ୍ରୀବିହାର ଫାଣ୍ଡିକୁ ଯାଇଥିଲେ। ମୈତ୍ରୀବିହାର ଫାଣ୍ଡିର ଏସ୍‌ଆଇ ଅରୁଣ ଖିଲାର ଏବଂ ଏଏସ୍‌ଆଇ ବିରେନ୍‌ ମାଝୀ ସେମାନଙ୍କୁ ତଦନ୍ତରେ ସହଯୋଗ କରିବା ସହିତ ରାତିରେ ଶ୍ରେୟସ ଚିକିତ୍ସା ହେଉଥିବା ଘରୋଇ ହସ୍ପିଟାଲ୍‌କୁ ନେଇଥିଲେ। ଶ୍ରେୟସକୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ନର୍ସଙ୍କୁ ବିଶାଖାପାଟଣା ପୁଲିସ ପଚରାଉଚରା କରିବ ବୋଲି ଜଣାପଡିଛି। ଏହା ପରେ ପିଏମ୍‌ପାଲମ୍‌ ଥାନାର ଇନିସ୍‌ପେକ୍ଟର ଏଲ୍‌. ଲକ୍ଷ୍ମଣମୂର୍ତ୍ତି ସମ୍ବଲପୁର ଯାଇ ଶ୍ରେୟସଙ୍କ ବାପା ଶୈଳେଶ କେଶରୱାନି ଏବଂ ପରିବାର ଲୋକଙ୍କୁ ପଚରାଉଚରା କରିବେ ବୋଲି ଜଣାପଡିଛି।


ଶ୍ରେୟସ କେଶରୱାନି ବିଶାଖାପାଟଣାର ଚୈତନ୍ୟ ଇନ୍‌ଷ୍ଟିଚ୍ୟୁଟ୍‌ର ନାମକ ଏକ ଘରୋଇ ଅନୁଷ୍ଠାନରେ ଏକାଦଶ ଶ୍ରେଣୀରେ ପାଠପଢ଼ୁଥିଲେ। ତାଙ୍କୁ କିଛି ସିନିଅର ଛାତ୍ର ରାଗିଂ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ଶ୍ରେୟସଙ୍କୁ ବିଶାଖାପାଟଣାରୁ ଅଣାଯାଇ ପ୍ରଥମେ ରାଉରକେଲାର ଆଇଜିଏଚ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଭ୍ୟନ୍ତରୀଣ କ୍ଷତ ଥିବାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରେ ଲାଗିଥିଲା। ତେଣୁ ତାଙ୍କୁ ଭୁବନେଶ୍ୱର ଚନ୍ଦ୍ରଶେଖପୁର ଥାନା ଅଧୀନ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିିକିତ୍ସାଧୀନ ଥିବା ଶ୍ରେୟସଙ୍କର ମୃତ୍ୟୁ ଘଟିଥିଲା।


ରାଜଧାନୀରେ ବିଶାଖାପାଟଣାଯିବା ପରେ ସେଠାରୁ ମୈତ୍ରୀବିହାର ଫାଣ୍ଡିକୁ ଯାଇଥିଲେ। ମୈତ୍ରୀବିହାର ଫାଣ୍ଡିର ଏସ୍‌ଆଇ ଅରୁଣ ଖିଲାର ଏବଂ ଏଏସ୍‌ଆଇ ବିରେନ୍‌ ମାଝୀ ସେମାନଙ୍କୁ ତଦନ୍ତରେ ସହଯୋଗ କରିବା ସହିତ ରାତିରେ ଶ୍ରେୟସ ଚିକିତ୍ସା ହେଉଥିବା ଘରୋଇ ହସ୍ପିଟାଲ୍‌କୁ ନେଇଥିଲେ। ଶ୍ରେୟସକୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ନର୍ସଙ୍କୁ ବିଶାଖାପାଟଣା ପୁଲିସ ପଚରାଉଚରା କରିବ ବୋଲି ଜଣାପଡିଛି। ଏହା ପରେ ପିଏମ୍‌ପାଲମ୍‌ ଥାନାର ଇନିସ୍‌ପେକ୍ଟର ଏଲ୍‌. ଲକ୍ଷ୍ମଣମୂର୍ତ୍ତି ସମ୍ବଲପୁର ଯାଇ ଶ୍ରେୟସଙ୍କ ବାପା ଶୈଳେଶ କେଶରୱାନି ଏବଂ ପରିବାର ଲୋକଙ୍କୁ ପଚରାଉଚରା କରିବେ ବୋଲି ଜଣାପଡିଛି।


ଶ୍ରେୟସ କେଶରୱାନି ବିଶାଖାପାଟଣାର ଚୈତନ୍ୟ ଇନ୍‌ଷ୍ଟିଚ୍ୟୁଟ୍‌ର ନାମକ ଏକ ଘରୋଇ ଅନୁଷ୍ଠାନରେ ଏକାଦଶ ଶ୍ରେଣୀରେ ପାଠପଢ଼ୁଥିଲେ। ତାଙ୍କୁ କିଛି ସିନିଅର ଛାତ୍ର ରାଗିଂ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ଶ୍ରେୟସଙ୍କୁ ବିଶାଖାପାଟଣାରୁ ଅଣାଯାଇ ପ୍ରଥମେ ରାଉରକେଲାର ଆଇଜିଏଚ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଭ୍ୟନ୍ତରୀଣ କ୍ଷତ ଥିବାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରେ ଲାଗିଥିଲା। ତେଣୁ ତାଙ୍କୁ ଭୁବନେଶ୍ୱର ଚନ୍ଦ୍ରଶେଖପୁର ଥାନା ଅଧୀନ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିିକିତ୍ସାଧୀନ ଥିବା ଶ୍ରେୟସଙ୍କର ମୃତ୍ୟୁ ଘଟିଥିଲା।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।