ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସରେ ମାଟୁଙ୍ଗା ଷ୍ଟେସନ

ଷ୍ଟେସନର ସମସ୍ତ କର୍ମଚାରୀ ମହିଳା

Copy Editor AH | Published On: Jan 11, 2018 09:34 PM IST |   628

ଚେନ୍ନଇ : କେନ୍ଦ୍ରୀୟ ରେଳବାଇର ମାଟୁଙ୍ଗା ରେଳଷ୍ଟେସନ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଏହି ରେଳଷ୍ଟେସନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମହିଳା ହୋଇଥିବାରୁ ମାଟୁଙ୍ଗା ବର୍ତ୍ତମାନ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇପାରିଛି । ଭାରତରେ ଏହା ହେଉଛି ଏକମାତ୍ର ଷ୍ଟେସନ, ଯେଉଁଠି ସବୁ କର୍ମଚାରୀ ହେଉଛନ୍ତି ମହିଳା । ଏହି ଷ୍ଟେସନରେ ମୋଟ ୪୧ ଜଣ ମହିଳା କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଷ୍ଟେସନ ମ୍ୟାନେଜର ମମତା କୁଲକର୍ଣ୍ଣୀ, ୧୭ ଜଣ ବୁକିଂ କ୍ଲର୍କ, ୬ ଜଣ ଆରପିଏଫ୍‌ ଯବାନ, ୮ ଜଣ ଟିଟି, ୫ ଜଣ ପଏଣ୍ଟ ପର୍ସନ, ୨ ଜଣ ଘୋଷିକା, ଓ ୨ ଜଣ ସଫେଇ କର୍ମଚାରୀ । ବିଗତ ଛଅ ମାସ ଧରି ଏହି ମହିଳା କର୍ମଚାରୀମାନେ ମାଟୁଙ୍ଗା ରେଳଷ୍ଟେସନକୁ ପରିଚାଳନା କରିଆସୁଛନ୍ତି । ସରକାର ମହିଳା ସଶକ୍ତିକରଣକୁ ଗୁରୁତ୍ଵ ଦେଉଥିବା ବେଳେ ମାଟୁଙ୍ଗା ରେଳଷ୍ଟେସନ ହେଉଛି ଏହାର ଜ୍ଵଳନ୍ତ ଉଦାହରଣ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ