୨ୟ ଟେଷ୍ଟ : ରାହୁଲ, ପାର୍ଥିବ ଖେଳିବା ସମ୍ଭାବନା

ଶନିବାରଠାରୁ ୨ୟ ଟେଷ୍ଟ

Copy Editor AH | Published On: Jan 11, 2018 09:10 PM IST |   600

 
ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ରେ ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ଶନିବାରଠାରୁ ୨ୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ । ଏହି ଟେଷ୍ଟରେ ଓପ୍‌ନର ଶିଖର ଧାୱନ୍‌ଙ୍କ ସ୍ଥାନରେ କେ.ଏଲ୍‌. ରାହୁଲଙ୍କୁ ଦଳରେ ସାମିଲ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଉଭୟ ବିଜୟ ଓ ଧାୱନ୍‌ ପ୍ରଥମ ଟେଷ୍ଟରେ ବିଫଳ ହୋଇଥିଲେ ମଧ୍ୟ ବିଜୟଙ୍କ ପାଖରେ ଦକ୍ଷିଣ ଆଫ୍ରିକାରେ ଖେଳିବାର ଅଧିକ ଅଭିଜ୍ଞତା ଥିବାରୁ ତାଙ୍କୁ ୨ୟ ଟେଷ୍ଟରେ ଖେଳିବାକୁ ସୁଯୋଗ ମିଳିବ ବୋଲି ଆଲୋଚନା ହେଉଛି । ଅଧିନାୟକ ବିରାଟ କୋହଲି ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଏହାସହ ୱିକେଟ ରକ୍ଷକ ଭାବେ ପାର୍ଥିବ ପଟେଲଙ୍କୁ ଖେଳାଇବା ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଛି ।

ନିକଟରେ ସୀମିତ ଓଭର କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ଆସିଛନ୍ତି କର୍ଣ୍ଣାଟକର ଓପ୍‌ନର କେ.ଏଲ୍‌. ରାହୁଲ । କେପ୍‌ଟାଉନ୍‌ରେ ବିଜୟ ଓ ଧାୱନଙ୍କ ବ୍ୟାଟିଂ ଦେଖିବା ପରେ ୨ୟ ଟେଷ୍ଟରେ ଓପ୍‌ନିଂ ସ୍ଥାନ ପାଇଁ ରାହୁଲ ଦୃଢ଼ ଦାବିଦାର ଭାବେ ଉଭା ହୋଇଛନ୍ତି । ତାଙ୍କ ଟେଷ୍ଟ ଜୀବନ ଆରମ୍ଭରେ ରାହୁଲ ଅଷ୍ଟ୍ରେଲିଆରେ ଶତକ ମାରିଛନ୍ତି ଏବଂ ବାଉନ୍‌ସ କରୁଥିବା ବଲ୍‌ ବିରୋଧରେ ତାଙ୍କ ଟେକ୍‌ନିକ ଭଲ । ମଧ୍ୟଭାଗରେ ଉଭୟ ରୋହିତ ଶର୍ମା ଓ ଅଜିଙ୍କ୍ୟ ରାହାଣେଙ୍କୁ ଖେଳାଇବା ଲକ୍ଷ୍ୟ ରଖି ଏପରି ନିଷ୍ପତ୍ତି ନିଆ ଯାଇପାରେ । ଟେଷ୍ଟମ୍ୟାଚ୍‌ରେ ପାର୍ଥିବଙ୍କର ଇନିଂସ ଓପନ୍‌ କରିବାର ଅଭିଜ୍ଞତା ରହିଛି ।

ଗତବର୍ଷ ମଧ୍ୟ ପାର୍ଥିବ ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜ୍‌ ଖେଳି ଓପନ୍‌ କରିଥିଲେ ଏବଂ ଭଲ ପ୍ରଦର୍ଶନ କରିଥିଲେ । ପାର୍ଥିବ ଓ ରାହୁଲ ଓପନ୍‌ କଲେ ମଧ୍ୟଭାଗରେ ରୋହିତ ତାଙ୍କ ସ୍ଥାନ ବଜାୟ ରଖିପାରନ୍ତି ଏବଂ ଋଦ୍ଧିମାନ ଶାହାଙ୍କ ସ୍ଥାନରେ ବ୍ୟାଟ୍‌ସମ୍ୟାନ ଭାବେ ଅଜିଙ୍କ୍ୟ ରାହାଣେ ଖେଳିପାରନ୍ତି । କେପ୍‌ଟାଉନ୍‌ରେ ଉଭୟ ଟେଷ୍ଟରେ ବିଫଳତା ସତ୍ତ୍ୱେ ରୋହିତଙ୍କୁ ୨ୟ ଟେଷ୍ଟ ମ୍ୟାଚ୍‌ର ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପକାଇବା ସପକ୍ଷରେ କୋହଲି ଓ ଶାସ୍ତ୍ରୀ ନ ଥିବା ଆଲୋଚନା ହେଉଛି । ବିଶେଷକରି ଶ୍ରୀଲଙ୍କା ବିରୁଦ୍ଧ ଘରୋଇ ସିରିଜ୍‌ରେ ରୋହିତ ଚମକ୍ରାର ପ୍ରଦର୍ଶନ କରିଥିବାରୁ ତାଙ୍କୁ ୨ୟ ଟେଷ୍ଟରେ ଖେଳାଯିବ ବୋଲି କୁହାଯାଉଛି । ରାହାଣେ ଗତ ୭ଟି ଟେଷ୍ଟରେ ଖେଳି ୩୦୦ରୁ କମ୍‌ ରନ୍‌ କରିଥିବାରୁ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ୨ୟ ଟେଷ୍ଟରେ ଦଳରେ ସାମିଲ କରିବାକୁ ସାହାସ ଜୁଟାଇ ପାରୁନାହିଁ ଦଳ ମ୍ୟାନେଜମେଣ୍ଟ । ଅନ୍ୟପକ୍ଷରେ ଭାରତୀୟ ଦଳ ବିଦେଶ ଗସ୍ତରେ ଯିବା ବେଳେ ରାହାଣେ ଅଧିକାଂଶ ସମୟରେ ଚମକ୍ରାର ପ୍ରଦର୍ଶନ କରିଥାନ୍ତି । ଏପରି କି ବିଦେଶ ମାଟିରେ ତାଙ୍କ ବ୍ୟାଟିଂ ଆଭ୍‌ରେଜ୍‌ ପାଖାପାଖି ୫୫ ହୋଇଥିôବାରୁ ୨ୟ ଟେଷ୍ଟରେ ତାଙ୍କୁ ସୁଯୋଗ ମିଳିବା ଉଚିତ୍‌ ବୋଲି କେତେକ ମହଲରୁ ଦାବି ହେଉଛି । ନିକଟରେ ଘରୋଇମାଟିରେ ଟେଷ୍ଟ ସିରିଜ୍‌ରେ ରାହାଣେ ବିଫଳ ହୋଇଥିଲେ ହେଁ ଧଳାବଲ୍‌ କ୍ରିକେଟ୍‌ରେ ଚମକ୍ରାର ପ୍ରଦର୍ଶନ କରିଥିଲେ । ଏପରି ପରିସ୍ଥିତିରେ ଉଭୟ ରୋହିତ ଓ ରାହାଣେଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ହେଲେ ଦଳରୁ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ଙ୍କୁ ବାଦ୍‌ ଦେବାକୁ ପଡ଼ିବ କିମ୍ବା ୱିକେଟ ରକ୍ଷକଙ୍କୁ ଇନିଂସ ଓପନ୍‌ କରିବାକୁ ପଡ଼ିବ । ତେବେ ସେଞ୍ଚୁରିଅନ୍‌ ପିଚ୍‌ରେ ଅଶ୍ୱିନ୍‌ଙ୍କୁ ବାଦ୍‌ଦେବା ସପକ୍ଷରେ ନାହାନ୍ତି ଦଳ ମ୍ୟାନେଜମେଣ୍ଟ । ଆଉ କିଛି କହୁଛନ୍ତି ଯେ କେପ୍‌ଟାଉନ୍‌ ଅପେକ୍ଷା ସେଞ୍ଚୁରିଅନ୍‌ ପିଚ୍‌ରେ ଫାଷ୍ଟବୋଲରଙ୍କୁ ଅଧିକ ଫାଇଦା ମିଳିବ । ତେଣୁ ଅଶ୍ୱିନଙ୍କୁ ନ ଖେଳାଇ ତାଙ୍କ ସ୍ଥାନରେ ଫାଷ୍ଟବୋଲର ଈଶାନ୍ତ ଶର୍ମାଙ୍କୁ ଖେଳାଇବା ଉଚିତ । ତେବେ ଭାରତ ୫ ଜଣ ପେସ୍‌ ବୋଲରଙ୍କୁ ଖେଳାଇବା ତା’ର ବ୍ୟାଟିଂକୁ ଦୁର୍ବଳ କରିପାରେ । ଅଶ୍ୱିନ ଭାରତୀୟ ଦଳର ୬ନଂ ବ୍ୟାଟ୍‌ସମ୍ୟାନ୍‌ । ପାଣ୍ଡ୍ୟା ଓ ଋଦ୍ଧିମାନ ଶାହାଙ୍କ ଉପରେ ଅଶ୍ୱିନ ବ୍ୟାଟିଂ କରିଥାଆନ୍ତି । ଏସବୁ ବିଷୟକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକା ବିରୁଦ୍ଧ ୨ୟ ଟେଷ୍ଟରେ ଚୂଡ଼ାନ୍ତ ଭାରତୀୟ ଏକାଦଶରେ କିଏ ରହୁଛନ୍ତି; ତାହା ଦେଖିବାକୁ ବାକିରହିଲା । ତେବେ ଏହା ନିଶ୍ଚିତ ଯେ କେପ୍‌ଟାଉନ୍‌ରେ ହାର୍ଦିକ ପାଣ୍ଡ୍ୟାଙ୍କ ଅଲ୍‌ରାଉଣ୍ଡ ସଫଳତା ଦଳକୁ ଉତ୍ସାହିତ କରିଛି ଏବଂ ଦଳର ସନ୍ତୁଳନକୁ ସଠିକ୍‌ କରିପାରିଛି ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ