‘ସମାଜ’ ଓ ଲୋକ ସେବକ ମଣ୍ଡଳ ପକ୍ଷରୁ ବଣ୍ଡାଘାଟିରେ କମ୍ବଳ ବଣ୍ଟନ

.

Copy Editor RRM | Published On: Jan 11, 2018 08:47 PM IST |   90

ମାଲକାନଗିରି: ମାଲକାନଗିରି ଖଇରପୁଟ ବ୍ଲକ ଦୁର୍ଗମ ମୁଦୁଲିପଡ଼ା ପଞ୍ଚାୟତ ବଣ୍ଡାଘାଟିରେ ‘ସମାଜ’ ଓ ଲୋକ ସେବକ ମଣ୍ଡଳ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି । ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଦୁଲିପଡ଼ା, ଅଡ୍ରାହାଲ, ବଡ଼ବିଲ୍‌ ଆଦି ଅଞ୍ଚଳର ଶତାଧିକ ବଣ୍ଡା ମହିଳା ଓ ପୁରୁଷଙ୍କୁ କମ୍ବଳ ବଣ୍ଟାଯାଇଥିଲା । ଏହି ଦୁର୍ଗମ ଅଞ୍ଚଳରେ ସରକାରୀ ସାହାଯ୍ୟ ଅପହଞ୍ଚ ହୋଇଥିବାବେଳେ ଏଠାରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏଠାକାର ତାପମାତ୍ରା ପ୍ରାୟ ୬ ଡିଗ୍ରୀ ରହିଛି । ତେବେ କମ୍ବଳ ପାଇ ବଣ୍ଡା ଜନଜାତି ‘ସମାଜ’ ଓ ଲୋକ ସେବକ ମଣ୍ଡଳକୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଲୋକ ସେବକ ମଣ୍ଡଳ ପକ୍ଷରୁ ‘ସମାଜ’ ଖାତା ବଣ୍ଟନ ହୋଇଥିଲା ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।