ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଅନୁଭୂତି ବଖାଣିଲେ ପ୍ରଫେସର୍ କୁଲକେ

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପରିଦର୍ଶନ କଲେ

Copy Editor RRM | Published On: Jan 11, 2018 06:20 PM IST |   80

ଭୁବନେଶ୍ୱର : ଜର୍ମାନ୍ ଐତିହାସିକ ପଦ୍ମଶ୍ରୀ ଡଃ ପ୍ରଫେସର୍ ହେରମାନ୍ କୁଲକେ ଏବଂ ଡ଼େନମାର୍କ ଅସ୍କ୍ ୟୁନିଭରସିଟିର ପ୍ରଫେସର ଉଏ ସ୍କୋଡ଼ା ସାଇ ଇଣ୍ଟରନ୍ୟାସନାଲ୍ ପରିଦର୍ଶନରେ ଆସିଥିଲେ । ସ୍କୁଲର ଚେୟାରମ୍ୟାନ୍ ଡଃ ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପଦ୍ମଶ୍ରୀ ଡଃ କୁଲକେ ଯେ ନିଜର ଅନୁସନ୍ଧାନ ଏବଂ ଲେଖା ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର କିଭଳି ଭାବେ ପ୍ରଚାର ପ୍ରସାର କରି ଭାରତରେ ପଦ୍ମଶ୍ରୀ ଉପାଧି ଲାଭ କରିଥିଲେ ସେ ବିଷୟରେ ବର୍ଣ୍ଣନା କରିଥିଲେ । ସେହିପରି ପ୍ରଫେସର୍ ସ୍କୋଡ଼ା କିପରି ନିଜର ଜ୍ଞାନକୁ ପାଥେୟ କରି ବିଶ୍ୱ ନାଗରିକ ସଂଗଠନରେ ସାମିଲ୍ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ । ପଦ୍ମଶ୍ରୀ ଡଃ କୁଲକେ ନିଜର ଅଭିଭାଷଣରେ ଜଗନ୍ନାଥ ସଂସ୍କୃତି ଓ ଏହାର ଇତିହାସର ପ୍ରଚାର ଓ ପ୍ରସାରରେ ଓଡ଼ିଶାର ବିଭିନ୍ନ ସ୍ଥାନ ଭ୍ରମଣ କରିବାରେ ୪୦ ବର୍ଷର ଅନୁଭୂତିକୁ ବଖାଣିଥିଲେ । ସେ କହିଥିଲେ ଯେ, ତାଙ୍କର ପରିବାରର ସମସ୍ତେ ଜଗନ୍ନାଥଙ୍କୁ ତାଙ୍କର ପରିବାରର ଜଣେ ସଦସ୍ୟ ବୋଲି ଭାବନ୍ତି । ପଦ୍ମଶ୍ରୀ ଡଃ କୁଲ୍କେ ନିଜର ଉକ୍ରର୍ଷ କାର୍ଯ୍ୟ ପାଇଁ ବହୁବାର ସମ୍ମାନିତ ହୋଇଛନ୍ତି । ସେ ୨୦୦୫ ମସିହାରେ କୋଲକାତାର ଏସିଆଟିକ୍ ସୋସାଇଟି ତରଫରୁ ଗୋଲ୍ଡ ମେଡ଼ାଲ୍ ପାଇଥିଲେ । ୨୦୧୦ ମସିହାରେ ତକ୍ରାଳିନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍ଙ୍କ ଠାରୁ ପଦ୍ମଶ୍ରୀ ଉପାଧି ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ଭାଇସ୍ ଚେୟାରମ୍ୟାନ୍ ଶ୍ରୀମତୀ ଶିଳ୍ପୀ ସାହୁ, ପ୍ରିନ୍ସପାଲ୍ ହରିଶ୍ ସାନ୍ଧୁଜା, ଭାଇସ୍ ପି୍ରନ୍ସପାଲ୍ ନିଳକଣ୍ଠ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।