ମନ୍ଦିରରେ ପୂଜା ଆଗରୁ ପ୍ରଥମେ ପୁଲିସ ଦିଅନ୍ତି ସଲାମି !

.

Published On: Jan 11, 2018 03:51 PM IST |   155

ଆମ ଭାରତର ପ୍ରତ୍ୟେକ ପ୍ରାନ୍ତରେ ସଂଖ୍ୟାଧିକ ରହସ୍ୟମୟ ସ୍ଥାନ ରହିଛି। କେତେକ ଅଞ୍ଚଳର ଲୋକପ୍ରିୟତା ପଛରେ ସୁନ୍ଦର କାହାଣୀମାନ ମଧ୍ୟ ରହିଛି। ସେହିପରି ଏକ ସ୍ଥାନ ହେଉଛି ଝାନସୀସ୍ଥିତ ଓରଛା ଗ୍ରାମର ରାଜାରାମ ମନ୍ଦିର। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମନ୍ଦିରରେ ଶ୍ରୀରାମଙ୍କୁ ଭଗବାନ ଭାବେ ନୁହେଁ, ବରଂ ଜଣେ ରାଜା ଭା​‌େ​‌ବ ପୂଜାର୍ଚ୍ଚନା କରାଯାଇଥାଏ। ଦୈନିକ ସଂଖ୍ୟାଧିକ ଶ୍ରଦ୍ଧାଳୁଙ୍କ ମନ୍ଦିର ନିକଟରେ ଭିଡ଼ ଜମେ। ହେଲେ ଭକ୍ତଙ୍କୁ ସହଜରେ ପ୍ରବେଶର ଅନୁମତି ମିଳିନଥାଏ। କାରଣ ହେଉଛି ସକାଳୁ ପ୍ରଥମେ ସ୍ଥାନୀୟ ପୁଲିସ୍ ରାଜା ରାମଙ୍କୁ ଦର୍ଶନ କରିବାର ବିଧି ଶେଷ ହେବା ପରେ ହିଁ ଅନ୍ୟମାନଙ୍କୁ ପ୍ରବେଶର ଅନୁମତି ମିଳେ। ମନ୍ଦିରର ବୟୋଜ୍ୟେଷ୍ଠ ପୂଜକଙ୍କ ମତରେ ପ୍ରାୟ ୬୦ ବର୍ଷ ହେଲାଣି ମନ୍ଦିରରେ ଏହି ପ୍ରଥା ଚାଲି ଆସୁଛି।
ପୁଲିସ୍ ଭଗବାନଙ୍କୁ ସଲାମି ଦେବା ପରେ ହିଁ ଭକ୍ତଙ୍କୁ ଦର୍ଶନର ସୁଯୋଗ ମିଳେ। ଅବଶ୍ୟ ଏହି ଘଟଣା ପଛର ରହସ୍ୟ ସ୍ଥାନୀୟ ଲୋକେ କହିବାକୁ ଇଚ୍ଛା ପ୍ରକାଶ କରିନଥିଲେ। ତେବେ ଏହି ଅଞ୍ଚଳର ଏଭଳି ବିଶେଷତ୍ବ ନିମନ୍ତେ ପର୍ୟ୍ୟଟକଙ୍କ ଭିଡ଼ ମଧ୍ୟ ନିୟମିତ ଜମିଥାଏ। ଦ୍ଭ

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ