ଇସ୍ତଫା ଦେଲେ ବିଜେଡି ପ୍ରାକ୍ତନ ବିଧାୟକ ରମାରଞ୍ଜନ ବଳିୟାରସିଂହ

ନିଜକୁ ଅସୁରକ୍ଷିତ ମଣୁଥିଲେ ରମାରଞ୍ଜନ

Sid | Published On: Jan 11, 2018 02:07 PM IST | Updated On: Jan 11, 2018 02:10 PM IST |   1042

ଭୁବନେଶ୍ୱର: ସତ୍ୟବାଦୀ ପ୍ରାକ୍ତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ଗୁରୁବାର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସତ୍ୟବାଦୀ ନିର୍ବାଚନ କ୍ଷେତ୍ରରେ ଶ୍ରୀ ବଳିୟାରସିଂହ ବିଧାୟକ ପ୍ରାର୍ଥୀ ଥିବାବେଳେ ବେଶ୍‌ କିଛି ମାସ ଧରି ସମ୍ପୃକ୍ତ ଅଞ୍ଚଳରେ ବିଜୟୀ ହୋଇଥିବା ସ୍ୱାଧୀନ ବିଧାୟକଙ୍କୁ ଦଳରେ ସାମୀଲ କରିବାକୁ ବିରୋଧ କରି ଶ୍ରୀ ବଳିୟାରସିଂହ ଏହି ପଦକ୍ଷେପ ନେଇଛନ୍ତି । ପଞ୍ଚାୟତ ନିର୍ବାଚନ ପରଠାରୁ ଶ୍ରୀ ବଳିୟାରସିଂହଙ୍କୁ ଦଳ ପକ୍ଷରୁ ଉପେକ୍ଷା କରାଗଲା ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଅଭିଯୋଗ କରିଛନ୍ତି । ପଞ୍ଚାୟତ ନିର୍ବାଚନ ସମୟରେ ଦଳ ତାଙ୍କୁ ବ୍ୟବହାର କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦଳୀୟ କାର୍ଯ୍ୟକ୍ରମରୁ ତାଙ୍କୁ ଦୂରେଇ ଦିଆଯାଇ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଶ୍ରୀ ବଳିୟାରସିଂହ ତାଙ୍କ ଇସ୍ତଫା ପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ନେଇ ସନେ୍ଦହ ପ୍ରକଟ କରିବା ସହ ଦଳର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଜେଡି ଦଳରେ ତାଙ୍କ ଭବିଷ୍ୟତ ସୁରକ୍ଷିତ ନଥିବା ଦର୍ଶାଇ ଆଜି ଶ୍ରୀ ବଳିୟାରସିଂହ ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଛନ୍ତି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।