ବୁହାଳୋରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କଲେ ସାଂସଦ ବୈଜୟନ୍ତ

ଜାରି ରହିଛି ରାଜନୈତିକ ଛକାପଞ୍ଛା

Published On: Jan 11, 2018 01:18 PM IST | Updated On: Jan 11, 2018 04:25 PM IST |   226

କଟକ: କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବୁହାଳୋ ଗାଁରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦ୍ୱାରା ଏକ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ହୋଇ ଯାଇଛି । ଏହି ଅବସରରେ ସାଂସଦ ପଣ୍ଡା ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ଗତବର୍ଷ ମାହାଙ୍ଗାରେ ଏକ କାର୍ଯ୍ୟକ୍ରମରେ ବିରୋଧ କରାଯାଇ ମୋ ଉପରକୁ ଟେକା, ପଥର, ଅଣ୍ଡା ଫିଙ୍ଗା ଯାଇଥିଲା। ସେ ଦିନ କହିଥିଲି ଗୁଳି କଲେ ମଧ୍ୟ ମୁଁ ଆସିବି ଏବଂ ଆସିଛି । ସାଧାରଣ ଲୋକମାନଙ୍କ ସହ ମିଶିବା ଏବଂ ସେମାନଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିବାକୁ କୌଣସି ବାଧାବିଘ୍ନ ମୋତେ ଅଟକାଇ ପାରିବ ନାହିଁ । ସାଂସଦ ପାଣ୍ଠିରେ ୫୭ଟି ପାଣିଟାଙ୍କି ନିର୍ମାଣ କରାଯାଉଛି । ସମସ୍ତ ଟାଙ୍କି କାର୍ଯ୍ୟକ୍ଷମ ହେଲେ ଜଳ ସମସ୍ୟା ରହିବନି । କାର୍ଯ୍ୟକ୍ରମ ଶେଷରେ ବୁହାଳୋ ସରପଞ୍ଚ ଏବଂ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ କାର୍ୟ୍ୟକ୍ରମ ପୂର୍ବରୁ ନିଶ୍ଚିନ୍ତକୋଇଲି ବଜାର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ତଳେ ବିଜେଡ଼ି ନେତ୍ରୀ ତଥା ବ୍ଲକ୍‌ ଅଧ୍ୟକ୍ଷାଙ୍କ ନେତୃତ୍ୱରେ କେତେକ ମହିଳା ବୈଜନ୍ତଙ୍କୁ ବିରୋଧ କରି ନିରବ ଧାରଣା ଦେଇଥିଲେ । ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ଆଶଙ୍କା କରାଯାଇ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ୍‌ ଫୋର୍ସ ମୂତୟନ କରାଯାଇଥିଲା।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।