ଗୁରୁବାର ରାଶିଫଳ

ଗୁରୁବାର ରାଶିଫଳ

Copy Editor RKD | Published On: Jan 11, 2018 12:04 AM IST |   1846

ମେଷ: ଅଧିକ ଶ୍ରମ ସ୍ୱୀକାର କରି ମଧ୍ୟ ମନ ପ୍ରଫୁଲ୍ଲିତ ରହିବ । ଉନ୍ନତିକର କାର୍ଯ୍ୟ କରିପାରନ୍ତି । କର୍ମକ୍ଷେତ୍ର ଉସôାହପ୍ରଦ ହେବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ସନ୍ମାର୍ଗୀ ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି ।
ବୃଷ: ଦୁଃସାହିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି । ସାଧନାରେ ସିଦ୍ଧି ଲାଭ କରିପାରନ୍ତି । ମନରେ ପ୍ରସନ୍ନତା ଆସିବ । ତଥାପି ଧୈର୍ଯ୍ୟ ହାନି ଘଟିପାରେ । ମସô୍ୟ ମାଂସାଦି ବିକ୍ରୟ ଦ୍ୱାରା ସ୍ୱଳ୍ପାଦି ଧନଲାଭ ହୋଇପାରେ ।
ମିଥୁନ: ବିଚାର ବିମର୍ଶ ବା ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ପାରିବାରିକ ଚିନ୍ତା ବଢ଼ିବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ବହୁ ବିରୋଧ ଥାଇ ମଧ୍ୟ କିଛିଟା ଧନ ମଳିପାରେ । ଆୟ ବ୍ୟୟ ପ୍ରାୟ ସମାନ ରହିବ ।
କର୍କଟ: କର୍ତ୍ତବ୍ୟନିଷ୍ଠ ହେବାର ସୂଚନା ମିଳୁଛି । ପାରିବାରିକ ସୁଖ ଅବ୍ୟାହତ ରହିବ । ଉନ୍ନୟନ କାର୍ଯ୍ୟ କରିବା ପାଇଁ ସ୍ଥିତି ଅନୁକୂଳ ରହିଛି । କୃଷିକ୍ଷେତ୍ରରୁ ଆୟ ହେବାର ସୁଯୋଗ ସୃଷ୍ଟି ହୋଇଛି । ଧର୍ମ ଧାରଣାରେ ମନ ଦେବେ ।
ସିଂହ: ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରି ପାରନ୍ତି । ଉଚ୍ଚ ଆଶା ଫଳବତୀ ହୋଇପାରେ । ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଆନନ୍ଦ ଲାଭ କରିବେ । ପ୍ରୀତି ଲାଭ କରିପାରନ୍ତି । ପନôୀ ସହଗାମିନୀ ହେବେ । ପ୍ରୀତି ଭୋଜନ ମିଳିବ ।
କନ୍ୟା: ଆଶାବାଦୀ ହୋଇପାରନ୍ତି । ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହୋଇପାରେ । ଚିନ୍ତା ବୃଦ୍ଧି ହେବ । ଧନ-ଧାନ୍ୟ ବୃଦ୍ଧିର ସୂଚନା ମିଳୁଛି । ବିଭିନ୍ନ ସାଧାରଣ ସ୍ତରରରେ ସମ୍ମାନର ଅଧିକାରୀ ହେବେ । ଅଶାନ୍ତି ଦୂରୀଭୂତ ହେବ ।
ତୁଳା: ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ ହେବେ । ଦାମ୍ପତ୍ୟ ସୁଖ ମିଳିବ । ଚିନ୍ତାଧାରା ଉନ୍ନତ ମାନର ହେବ । ସ୍ୱାସ୍ଥ୍ୟ ଭଲ ରହିବ ।
ବିଛା: ଗତିରୋଧର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚର ପରିମାଣ ଅତ୍ୟଧିକ ହୋଇପାରେ । କର୍ମ କୁଶଳତା ଯୋଗୁଁ ବିଭାଗୀୟ ସ୍ତରରେ ପ୍ରଶଂସନୀୟ ହେବେ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତି ରହିବ । ମଧୁରଭାଷୀ ହୋଇପାରନ୍ତି ।
ଧନୁ: ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଉପୁଜି ଥିବା ସମସ୍ତ ସମସ୍ୟା ଦୂର ହେବ । ସର୍ବତ୍ର ଶୁଭ ଆଶା କରାଯାଏ ।
ମକର: କାର୍ଯ୍ୟରେ ସଫଳତା ଲାଭ କରିବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଗୁରୁକୃପା ଲାଭ କରିପାରନ୍ତି ।
କୁମ୍ଭ: ଦ୍ରବ୍ୟ ଲାଭର ସୁଯୋଗ ସୃଷ୍ଟି ହୋଇଛି । କାର୍ଯ୍ୟରେ ସଫଳତା ମିଳିବ । ମାତ୍ର ବିଳମ୍ବିତ ହୋଇପାରେ । ଶାସ୍ତ୍ରାନୁରକ୍ତ ହେବେ । ବିଜ୍ଞ ବ୍ୟକ୍ତି ଭାବେ ସାଧାରଣରେ ପରିଗଣିତ ହେବେ । ସୁବସ୍ଥା ଓ କାବ୍ୟ କର୍ତ୍ତା ହୋଇପାରନ୍ତି । ସମ୍ମାନ ମିିଳିବ ।
ମୀନ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅନ୍ୟ ଉପରେ ନିର୍ଭରଶୀଳ ହେବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶୁଭାରମ୍ଭ ବନ୍ଦ ରଖନ୍ତୁ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଉଚ୍ଚ ସ୍ଥାନ ଆରୋହଣ ନ କରିବା ଉଚିତ । ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ ସତର୍କ ହେବେ ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ