ବ୍ରାଡ୍‌ମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଲେ ଆଫ୍‌ଗାନ କ୍ରିକେଟର

ବ୍ରାଡ୍‌ମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଲେ ଆଫ୍‌ଗାନ କ୍ରିକେଟର

Copy Editor AH | Published On: Jan 10, 2018 10:35 PM IST |   315


କାବୁଲ : ଆଫ୍‌ଗାନିସ୍ତାନର ଏହି ଯୁବ କ୍ରିକେଟର ଏପରି କୃତିତ୍ୱ ହାସଲ କରିଛନ୍ତି; ବିଶ୍ୱର କୌଣସି ଖେଳାଳି ଏହା ହାସଲ କରି ପାରିନାହାନ୍ତି । ଏହି ୧୮ ବର୍ଷ ବୟସ୍କ କ୍ରିକେଟର ହେଲେ ଆଫ୍‌ଗାନିସ୍ତାନର ବାହିର ଶାହା । ଆଫ୍‌ଗାନିସ୍ତାନର ଘରୋଇ କ୍ରିକେଟ୍‌ରେ ବାହିର ୭ଟି ମ୍ୟାଚ୍‌ର ୧୨ଟି ଇନିଂସରୁ ୧୦୯୬ ରନ୍‌ ସ୍କୋର୍‌ କରିଛନ୍ତି । ଏହି ୭ଟି ମ୍ୟାଚ୍‌ରେ ବାହିରଙ୍କ ବ୍ୟାଟିଂ ଆଭ୍‌ରେଜ୍‌ ହେଉଛି ୧୨୧.୭୭ । ବିଶ୍ୱରେ ୧ ହଜାରରୁ ଅଧିକ ପ୍ରଥମଶ୍ରେଣୀ ରନ୍‌ କରିଥିବା ବ୍ୟାଟ୍‌ସମ୍ୟାନ୍‌ଙ୍କ ଆଭ୍‌ରେଜ୍‌ ମଧ୍ୟରେ ଏହା ସର୍ବାଧିକ ।

ଏହା ପୂର୍ବରୁ ବ୍ୟାଟିଂ କିମ୍ବଦନ୍ତୀ ଅଷ୍ଟ୍ରେଲିଆର ଡନ୍‌ ବ୍ୟାଡ୍‌ମ୍ୟାନ୍‌ଙ୍କ ପ୍ରଥମଶ୍ରେଣୀ ବ୍ୟାଟିଂ ଆଭ୍‌ରେଜ୍‌ ୯୫.୧୪ ଥିଲା; ଯାହାକୁ ବାହିର ଅତିକ୍ରମ କରିଛନ୍ତି । ବାହିର ଶାହା ଆଫ୍‌ଗାନିସ୍ତାନର ଘରୋଇ ଦଳ ସ୍ପିନ୍‌ ଘାର୍‌ ରିଜିଅନ୍‌ ପାଇଁ ଖେଳି ସର୍ବପ୍ରଥମ ଇନିଂସରେ ହିଁ ୨୫୬ ରନ୍‌ କରିଥିଲେ । ଭାରତର ଅମୋଲ ମଜୁମ୍‌ଦାରଙ୍କ ୨୬୦ ରନ୍‌ ପରେ ସର୍ବପ୍ରଥମ ପ୍ରଥମଶ୍ରେଣୀ ମ୍ୟାଚ୍‌ରେ ବାହିର ୨ୟ ସର୍ବାଧିକ ରନ୍‌ କରିଛନ୍ତି । ସେ ମଧ୍ୟ ଏକ ତ୍ରିଶତକ ମାରିଥିଲେ । ଫଳରେ ପାକିସ୍ତାନର ଜାଭେଦ୍‌ ମିଆଁଦାଦ୍‌ଙ୍କ ପରେ ସର୍ବକନିଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଭାବେ ବାହିର ପ୍ରଥମଶ୍ରେଣୀ ତ୍ରିଶତକ ମାରିଥିଲେ । ୭ଟି ମ୍ୟାଚ୍‌ର ୧୨ଟି ଇନିଂସରୁ ବାହିର ଶାହା ଅଦ୍ୟାବଧି ୫ଟି ଶତକ ଓ ୨ଟି ଅର୍ଦ୍ଧଶତକ ମାରି ସାରିଛନ୍ତି । ନୁ୍ୟଜିଲାଣ୍ଡରେ ହେବାକୁ ଥିବା ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଏପରି ଫର୍ମରେ ଥିବା ବାହିର ଶାହାଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ଏହି ବିଶ୍ୱକପ୍‌ରେ ବାହିର ଆଫ୍‌ଗାନିସ୍ତାନ ଦଳରେ ସ୍ଥାନ ପାଇଛନ୍ତି । ୧ ହଜାରରୁ ଅଧିକ ପ୍ରଥମଶ୍ରେଣୀ ରନ୍‌ କରିଥିବା ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ ବାହିର ଶାହାଙ୍କ ଆଭ୍‌ରେଜ୍‌ (୧୨୧.୭୭) ସର୍ବାଧିକ ଥିବା ବେଳେ ତାଙ୍କ ପଛକୁ ଅଛନ୍ତି ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ (୯୫.୧୪), ଭାରତର ବିଜୟ ମର୍ଚ୍ଚାଣ୍ଟ (୭୧.୬୪) ଓ ୱେଷ୍ଟଇଣ୍ଡିଜ୍‌ର ଜର୍ଜ ହେଡ୍‌ଲି (୬୯.୮୬) ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।