ଦିନାକରନ୍‌ଙ୍କ ବିରୁଦ୍ଧରେ ନିର୍ବାଚନୀ ମାମଲା ଖାରଜ

ଆର୍‌.କେ ନଗର ବିଧାନସଭା ଉପନିର୍ବାଚନ ମାମଲା

Copy Editor AH | Published On: Jan 10, 2018 06:17 PM IST |   327


ଚେନ୍ନଇ: ତାମିଲ୍‌ନାଡ଼ୁର ଆର୍‌.କେ  ନଗର ବିଧାନସଭା ଉପନିର୍ବାଚନରେ ବିଜୟୀ ହୋଇଥିବା ଟି.ଟି.ଭି ଦିନାକରନ୍‌ଙ୍କ ବିଜୟକୁ ଅବୈଧ ଘୋଷଣା କରିବା ପାଇଁ ମାଡ୍ରାସ୍‌ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନକୁ ଖାରଜ କରି ଦେଇଛନ୍ତି । ପ୍ରବଳ ଅର୍ଥ ବ୍ୟୟ ଏବଂ ଲୋକଙ୍କୁ ପ୍ରଲୋଭିତ କରି ସେ ନିର୍ବାଚନରେ ବିଜୟ ହୋଇଥିବା ଜନସ୍ୱାର୍ଥ ମାମଲାରେ ଅଭିଯୋଗ କରାଯାଇଥିଲା । କିନ୍ତୁ ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ କହିଥିଲେ, ଯେହେତୁ ନିର୍ବାଚନ ସମ୍ପୂର୍ଣ୍ଣ ହୋଇସାରିଛି, ଅଦାଲତ ଆଉ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ଏହାକୁ ଏକ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରିବାକୁ ମନା କରି ଏ ସଂକ୍ରାନ୍ତରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବାକୁ କୋର୍ଟ ଆବେଦନକାରୀଙ୍କୁ କହିଥିଲେ ।


ସୁଚନା ଯୋଗ୍ୟ ଯେ ନିକଟରେ ଶେଷ ହୋଇଥିବା ବିଧାନସଭା ଉପନିର୍ବାଚନରେ ଦୀର୍ଘ ଦିନ ଧରି ଏଆଇଏଡିଏମ୍‌କେ ଦଖଲରେ ଥିବା ଆର୍‌.କେ.ନଗର ଆସନରୁ ଦଳର ବିଦ୍ରୋହୀ ନେତା ଟି.ଟି.ଭି. ଦୀନାକରନ୍‌ ବିଜୟୀ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବିୟୋଗ ପରେ ଏହି ଆସନ ଖାଲି ପଡିଥିଲା ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ