କେଉଁ ରାଶିର ଝିଅ ଉତ୍ତମ ପତ୍ନୀ ହୁଅନ୍ତି, ଜାଣନ୍ତୁ...

.

Copy Editor RRM | Published On: Jan 10, 2018 05:22 PM IST | Updated On: Jan 11, 2018 12:27 PM IST |   5696

ବିବାହ ମନୁଷ୍ୟ ଜୀବନର ମହତ୍ତ୍ୱପୂର୍ଣ୍ଣ ଅଂଶବିଶେଷ । କିଛି ଲୋକ ବିବାହ କରିବାର ସୁନେଲି ସ୍ୱପ୍ନ ପିଲାବେଳୁ ଦେଖିଥାନ୍ତି । ତେବେ ବିବାହ ପରବର୍ତ୍ତୀ ଅବସ୍ଥାକୁ ନେଇ କେହି ସୁଖୀ କିମ୍ବା କେହି ଦୁଃଖୀ ହୋଇପଡ଼ନ୍ତି । ବିବାହର କିଛିଦିନ ଠିକ୍‌ଠାକ ଚାଲିବା ପରେ ଧିରେ ଧିରେ ଛୋଟ ଛୋଟ କଥାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ଦେଖାଦିଏ । ଉଭୟଙ୍କ ମଧ୍ୟରେ ଭଲପାଇବା କମିଯାଏ । ବିବାହରେ ବ୍ୟକ୍ତିର ବ୍ୟକ୍ତିତ୍ୱ ପ୍ରମୁଖ ଭୂମିକା ନିଭାଇଥାଏ । ଯାହାକି ଉଭୟ ଭଲମନ୍ଦ ପରବର୍ତ୍ତୀ ସମୟରେ ଦେଖାଇଥାଏ । ପ୍ରଥମେ ନିଜର ଜୀବନସାଥୀଙ୍କ ରାଶି ଜାଣିବା ଜରୁରୀ । ଏଥିରୁ ଆପଣ ଜାଣିପାରିବେ, ଭବିଷ୍ୟତରେ ଆପଣଙ୍କ ପତ୍ନୀଙ୍କ ସ୍ୱଭାବ କିପରି ରହିବ । ଏଠାରେ ଆମେ ୩ ରାଶିର ଝିଅଙ୍କ ସମ୍ବନ୍ଧରେ କହୁଛୁ, ଯେଉଁମାନେ ଭବିଷ୍ୟତରେ ବହୁତ ଭଲ ପତ୍ନୀ ସାବ୍ୟସ୍ତ ହେବେ ।

କର୍କଟ: ଏହି ରାଶିର ମହିଳା କୌଣସି ରାଣୀଙ୍କଠୁ କମ୍‌ ନୁହନ୍ତି । କର୍କଟ ରାଶିର ମହିଳା ତାଙ୍କ ପୁରୁଷ ସାଥୀଙ୍କ ସହ ଭାବନା ସହ ଯୋଡି ହୁଅନ୍ତି । ସ୍ୱାମୀଙ୍କୁ ସେ ନିଃସର୍ତ୍ତ ଭଲପାଇବେ ଏବଂ ସ୍ୱାମୀଙ୍କୁ ଭଲ ପାଇବାରେ ଏହି ରାଶିର ମହିଳା ସର୍ବାଗ୍ରେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାଶିର ମହିଳା ଘରକୁ ଭଲ ଭାବେ ସମ୍ଭାଳି ନିଅନ୍ତି । ନିଜ ପରିବାରକୁ ସର୍ବଦା ଖୁସି ରଖିବା ପାଇଁ ସେ ଚେଷ୍ଟା କରନ୍ତି । ତାଙ୍କ ପ୍ରାଥମିକତା ସ୍ୱାମୀ ଓ ପରିବାର । ଯେଉଁମାନେ ପାରମ୍ପରିକ ମୂଲ୍ୟବୋଧ ଉପରେ ଭରସା ରଖନ୍ତି, ସେମାନଙ୍କୁ କର୍କଟ ରାଶିର ଝିଅ ଭଲ ବିକଳ୍ପ ।

ମେଷ: ଏହି ରାଶିର ମହିଳା ବଳିଷ୍ଠ ବ୍ୟକ୍ତିତ୍ୱର ଅଟନ୍ତି । ଜ୍ୟୋତିଷଙ୍କ ଅନୁସାରେ, ମେଷ ରାଶିର ମହିଳା ପୁରୁଷଙ୍କୁ ଆକର୍ଷିତ କରିବାରେ ମାହିର । ନିଜର ଲକ୍ଷ୍ୟ ହାସଲ କରିବାରେ ଏହି ରାଶିର ମହିଳା ପଛକୁ କେବେ ଚାହିଁନଥାନ୍ତି । ଯଦି ଆପଣ ମେଷ ରାଶିର ମହିଳାଙ୍କୁ ବୁଝିପାରନ୍ତି, ତେବେ ଆପଣଙ୍କ ସାରା ଜୀବନ ଖୁସିରେ କଟିବ । ସେ ଯାହାବି ସଫଳତା ପାଇଥାନ୍ତି, ସେଥିରେ ସ୍ୱାମୀଙ୍କୁ ସଫଳତାର ଶ୍ରେୟ ଦେଇଥାନ୍ତି । ଯଦ୍ୱାରା ସମାଜରେ ଆପଣଙ୍କ ସମ୍ମାନ ବଢ଼ିବ । କାଳ୍ପନିକ ଦୁନିଆରେ ନ ଉଡ଼ି ବାସ୍ତବ ଜୀବନକୁ ନେଇ ଏହି ରାଶିର ମହିଳା ବେଶି ଗୁରୁତ୍ୱ ରଖିଥାନ୍ତି । ଯଦି ଆପଣ ମେଷ ରାଶିର ମହିଳାଙ୍କୁ ବିବାହ କରିବାକୁ ଚାହାନ୍ତି, ତେବେ ଜାଣି ରଖନ୍ତୁ ଏହି ରାଶିର ମହିଳାଙ୍କୁ ଆକର୍ଷିତ କରିବା ଟିକେ କଷ୍ଟକର । ଯଦି ଆପଣ ସଫଳ ହୁଅନ୍ତି, ତେବେ ଆପଣଙ୍କ ଜୀବନ ସୁଖମୟ ହେବ । ସେହିପରି ଏହି ରାଶିର ମହିଳା ବହୁତ ଅନୁଶାସିତ, କଠୋର ଅଟନ୍ତି । ନିଜର ସନ୍ତାନଙ୍କୁ ସଦାବେଳେ ପାଠପଢ଼ା ସହ ବିଭିନ୍ନ କ୍ଷେତ୍ରରେ ଆଗରେ ରଖିବାକୁ ଚାହିଁଥାନ୍ତି ।

ସିଂହ: ଏହି ରାଶିର ମହିଳା ଯୋଦ୍ଧାଙ୍କ ଭଳି । ତାଙ୍କ ହୃଦୟରେ ସ୍ଥାନ ପାଇବା କଷ୍ଟକର, କିନ୍ତୁ ଆପଣ ଥରେ ଯଦି ତାଙ୍କ ହୃଦୟ ଜିତି ନିଅନ୍ତି, ତେବେ ଆପଣଙ୍କୁ ସବୁ ସଫଳତା ମିଳିବ । ଜୀବନସାରା ଆପଣ ଭଲ ଜୀବନସଙ୍ଗିନୀ ପାଇବେ । ସେ କୌଣସି ପରିସ୍ଥିତିରେ ନିଜ ପାର୍ଟନରଙ୍କୁ ନିମ୍ନ ଦେଖାଇ ନ ଥାନ୍ତି । ଏହି ରାଶିର ମହିଳା ବ୍ୟବସ୍ଥିତ ଓ ଅନୁଶାସନ ଜୀବନକୁ ପସନ୍ଦ କରିଥାନ୍ତି । ନିଜ ପରିବାରକୁ ସେ ବେଶି ଭଲ ପାଇଥାନ୍ତି । ନିଜ ପିଲାଙ୍କ କ୍ଷେତ୍ରରେ ସେ ସିଂହୀ ପରି ଲଢ଼ିଥାନ୍ତି ।

Tags:

Like Us

Breaking News

ପାରାଦୀପ: ପାରାଦୀପ ନୂଆଗାଁରେ ବୋମାମାଡ଼, ଘଟଣାସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର