ଇତିହାସ ରଚିଲେ ଆଞ୍ଚଲ୍‌ ଠାକୁର

ପ୍ରଥମ ଭାରତୀୟ ମହିଳା ଭାବେ ସ୍କିଙ୍ଗ୍‌ରେ ବ୍ରୋଞ୍ଜ୍‌ ପଦକ ବିଜୟୀ

Copy Editor AH | Published On: Jan 10, 2018 04:49 PM IST | Updated On: Jan 10, 2018 05:02 PM IST |   513


ନୂଆଦିଳ୍ଲୀ : ଭାରତର ଆଞ୍ଚଲ୍‌ ଠାକୁର ସ୍କିଙ୍ଗ୍‌ରେ ଆନ୍ତର୍ଜାତିକ ପଦକ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି । ୨୧ ବର୍ଷ ବୟସ୍କା ଆଞ୍ଚଲ୍‌ ତୁର୍କୀରେ ଫେଡେରେସନ୍‌ ଇଣ୍ଟରନେସନାଲ ଡି ସ୍କି ରେସ ଦ୍ୱାରା ଏରଜୁରାମ୍‌ରେ ଆୟୋଜିତ ଆଲ୍‌ପାଇନ୍‌ ଇଜ୍‌ଦର-୩୨୦୦ କପ୍‌ରେ ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି । ସେ ସ୍ଲାଲୋମ୍‌ ରେସ୍‌ ବର୍ଗରେ ଏହି ପଦକ ବିଜୟୀ ହୋଇଛନ୍ତି । ପ୍ରଥମ ଭାରତୀୟ ମହିଳା ଭାବେ ଆଞ୍ଚଲ୍‌ ସ୍କିଙ୍ଗ୍‌ରେ ପଦକ ଜିତିବାର ଗୌରବ ହାସଲ କରିଛନ୍ତି ।


ହିମାଚଳ ପ୍ରଦେଶର ଆଞ୍ଚଲ୍‌ ବେଶ କିଛି ଦିନ ଧରି ଏହି ଶୀତକାଳୀନ  କ୍ରୀଡା ଅଭ୍ୟାସ କରୁଥିଲେ । ତାଙ୍କ ପିତା ରୋଶନ ଠାକୁର ଭାରତୀୟ ଶୀତକାଳୀନ କ୍ରୀଡା ମହାସଂଘର ସାଧାରଣ ସଂପାଦକ ଅଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଞ୍ଚଲ୍‌ଙ୍କର ଏହି ସଫଳତାପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟ୍ୱିଟ୍‌ କରି ସେ କହିଛନ୍ତି, ଏହି ଐତିହାସିକ ବିଜୟ ପାଇଁ ସମଗ୍ର ଦେଶ ଗର୍ବ ଅନୁଭବ କରୁଛି ।

 

କ୍ରୀଡା ମନ୍ତ୍ରୀ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର ମଧ୍ୟ ଆଞ୍ଚଲ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟ୍ୱିଟ୍‌ କରି ସେ କହିଛନ୍ତି, ଯେ ସ୍କିଙ୍ଗ୍‌ରେ ଭାରତ ପ୍ରଥମଥର ପାଇଁ ପଦକ ଜିତି ନିଜର ଅଭିଯାନ ଆରମ୍ଭ କରିଛି ।

 

 

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।