ସିଲେରୁ ନଦୀରେ ଡଙ୍ଗାବୁଡି, ୪ ଦିନ ହେଲା ମହିଳା ନିଖୋଜ

.

Copy Editor RRM | Published On: Jan 10, 2018 01:48 PM IST |   165

କାଲିମେଳା: ମାଲକାନଗିରି ଜିଲା ମୋଟୁ ସୀମାନ୍ତ ସିଲେରୁ ନଦୀର ମଖାନପାଲ୍ଲୀ ଗ୍ରାମ ନିକଟରେ ୪ ଦିନ ତଳେ ଡଙ୍ଗାବୁଡ଼ି ଜଣେ ମହିଳା ନିଖୋଜ ହୋଇଯାଇଛନ୍ତି । ଏଯାବତ୍‌ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ । ତେବେ ଏହି ଦୁର୍ଘଟଣାରୁ ମହିଳାଙ୍କ ସ୍ୱାମୀ ଓ ପୁଅ ବର୍ତ୍ତି ଯାଇଛନ୍ତି । ସୂଚନାଯୋଗ୍ୟ, ପୁଷୁଗୁଡା ପଞ୍ଚାୟତର ମାଖନପାଲ୍ଲୀ ଗ୍ରାମର ଆଗାଲ ଭତ୍ରା, ତାଙ୍କ ସ୍ତ୍ରୀ ଭୀମେ ଓ ପୁଅକୁ ନେଇ ଡଙ୍ଗାରେ ପଡୋଶୀ ରାଜ୍ୟ ତେଲେଙ୍ଗାନାର ଗୋଟିଏ ଗ୍ରାମ ନିଜ ବନ୍ଧୁଘରକୁ ବୁଲିବାକୁ ଯାଉଥିଲେ । କୌଣସି କାରଣରୁ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ନଦୀର ଗଭୀର ଜଳରେ ବୁଡ଼ି ଯାଇଥିଲା । ଆଗାଲ ପହଁରି ଆସିବା ସହ ଛୋଟ ପୁଅକୁ ପାଣିରୁ ଉଦ୍ଧାର କରିଥିଲେ । କିନ୍ତୁ ସ୍ତ୍ରୀ ଭୀମେଙ୍କ ସେ ପତ୍ତା ପାଇ ନ ଥିଲେ । କିଛି ଲୋକ କାଲିମେଳା ବିଡିଓ ଉମାଶଙ୍କର ଦଳାଇଙ୍କୁ ଏ ବିଷୟରେ ଅବଗତ କରାଇବା ପରେ ବିଡିଓ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ମହିଳାଙ୍କ ସନ୍ଧାନ ମିଳି ପାରି ନ ଥିଲା । ସ୍ଥାନୀୟ ଗ୍ରାମବାସୀ ମଙ୍ଗଳବାର ମଧ୍ୟ ଖୋଜାଖୋଜି କରିଥିଲେ ମଧ୍ୟ ମହିଳାଙ୍କ ପତ୍ତା ପାଇନାହାନ୍ତି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।