ବୁଧବାର ରାଶିଫଳ

ବୁଧବାର ରାଶିଫଳ

Copy Editor RKD | Published On: Jan 10, 2018 12:12 AM IST |   1687

ମେଷ: ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ବ୍ୟବସାୟ ଲାଭଜନକ ହୋଇପାରେ । ଆପଣଙ୍କ ହୃଦୟରେ ସେବା ମନୋଭାବ ଉଦ୍ରେକ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି । ପନôୀଙ୍କ କଥାରେ ଚାଲିବେ ।
ବୃଷ: କ୍ରୋଧିତ ହୋଇପାରନ୍ତି । ବଦଖର୍ଚ୍ଚୀ ହେବେ । ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରିରେ ସୁନାମ ମିଳିବ ।
ମିଥୁନ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଭାବେ ଧନଲାଭ କରିପାରନ୍ତି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିପାରେ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ସୁଖୀ ହେବେ ।
କର୍କଟ: ଉଦାର ସ୍ୱଭାବର ହେବେ । ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ସୁଖ ଭୋଗ କରିବେ । ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷି କ୍ଷେତ୍ରରୁ ଆୟ ଆସିବ । ବୁଦ୍ଧିମାନ ହେବେ ।
ସିଂହ: ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହେବେ । କଥାରେ ସମସ୍ତଙ୍କୁ ବଶ କରିପାରନ୍ତି । ଥଣ୍ଡା କଫରେ ପୀଡ଼ିତ ହେବେ । ପ୍ରେମୀ ଓ ସାହସୀ ହେବେ । ବିବାଦରେ ବିଜୟୀ ହେବେ ।
କନ୍ୟା: ପରମ ଭାଗ୍ୟଶାଳୀ ହୋଇପାରନ୍ତି । ପରଦେଶବାସୀ, ମଧୁରଭାଷୀ, ସହନ ଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ପନôୀ, ପତି ପରାୟଣା ହେବେ । ମିତ୍ର ସୁଖ ମିଳିବ । ବିଭିନ୍ନ ଦିଗରୁ ଧନାଗମ ହେବ ।
ତୁଳା: ସୁଖ-ସମ୍ମାନ ଲାଭ କରିପାରନ୍ତି । ସୁସ୍ଥତା ଅନୁଭବ କରିବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଧିମା ପଡ଼ିଥିବା ବ୍ୟବସାୟକୁ ପୁଣି ଚଳ-ଚଞ୍ଚଳ କରିବାକୁ ଚେଷ୍ଟା କରିବେ । ଋଣ କ୍ଷେତ୍ରରେ ଅଥବା ମୋକଦ୍ଦମାରେ ଜିଣିବେ । ଧନ ମିଳିବ ।
ବିଛା: ବ୍ୟୟ ବୃଦ୍ଧି ଘଟିବ । ଥଣ୍ଡା କଫରେ ପୀଡ଼ା ଅନୁଭବ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ନିରୋଳାରେ ସମୟ ଅତିବାହିତ କରିବାକୁ ଇଚ୍ଛା ପ୍ରକାଶ କରିବେ । ମଧୁରଭାଷୀ ହୋଇପାରନ୍ତି । ଗୁପ୍ତବିଦ୍ୟାରେ ରୁଚି ରହିବ । ସାହସୀ ହେବେ ।
ଧନୁ: ଆୟ ଆଶାନୁରୂପ ହୋଇପାରେ । ଯଶ ଅର୍ଜନ କରିପାରନ୍ତି । ଲୋକପ୍ରିୟତା ବୃଦ୍ଧି ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଘରବାହାରେ ଜୀବନ ବିତାଇବେ । ରାଜଦ୍ୱାରେ ସମ୍ମାନିତ ହେବା ସହିତ ରାଜଧନ ପ୍ରାପ୍ତ ହେବେ । କରିତ୍‌କର୍ମା ହେବେ ।
ମକର: ପରିଶ୍ରମ ମୂଲ୍ୟାଙ୍କନ ହେବ । କୁଳ ମର୍ଯ୍ୟାଦା ରକ୍ଷା କରିବେ । ଚିତ୍ତ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହୋଇପାରେ । ପାରିବାରିକ ସ୍ନେହର ବଶବର୍ତ୍ତୀ ହେବେ ।
କୁମ୍ଭ: କର୍ମକ୍ଷେତ୍ରରେ ଉସôାହ ବୃଦ୍ଧି ପାଇବ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ ଓ ବିଦ୍ୱାନ ହେବେ । ବିବାଦରେ ବିଜୟୀ ହେବେ । ସାହସୀ ହେବେ ।
ମୀନ: ବାଧ୍ୟ ବାଧକତାରେ ଈର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଅତିମାତ୍ରାରେ ଯନôବାନ ହେବା ଉଚିତ । ଜଳଯାତ୍ରା ନ କରିବା ଭଲ । ଯୁଗ୍ମ ବ୍ୟବସାୟରୁ ଲାଭ ମିଳିବ ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।