ବିଜେପୁର ଗୁଳିକାଣ୍ଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ, ଦେଶୀ ପିସ୍ତଲ ଜବତ

.

Published On: Jan 09, 2018 09:38 PM IST |   383

ବରଗଡ଼: ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବିଜେପୁର ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ବରଗଡ଼ ପୁଲିସ ଆଜି ୨ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ବ୍ୟକ୍ତି ମାନଙ୍କ ମଧ୍ୟରେ ବରଗଡ଼ ସଦରଥାନା ଅନ୍ତର୍ଗତ ଅମ୍ବାପାଲିରେ ରହୁଥିବା ମହମ୍ମଦ ଅସିଫ୍‍ ଓରଫ ରାଜା ଖାନଙ୍କ ସହ ସୋହେଲା ଲୁହୁରାଚଟି ଅଞ୍ଚଳର ସୁଶାନ୍ତ ଭୁଏ ନାମକ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି । ଅପରାଧୀ ମାନଙ୍କ ଦ୍ୱାରା ବ୍ୟବହୃତ ବୋଲେରୋ ଗାଡ଼ି (ସିଜି ୦୬ ଜିଇ ୧୬୮୮) ସହ ଉକ୍ତ ଦିନ ବ୍ୟବହାର କରାଯାଇଥିବା ଦେଶୀ ପିସ୍ତଲକୁ ମଧ୍ୟ ପୁଲିସ ଜବତ କରିଛି । ଏ ସଂକ୍ରାନ୍ତରେ ପୂର୍ବରୁ ବିଜେପୁର ଥାନାରେ ଆଇପିସି ଧାରା ୩୦୭/୩୪ ଏବଂ ଆର୍ମ ଏକ୍ଟ ୨୪/୨୭ରେ ଏକ ମାମଲା ପଞ୍ଜିକୃତ ହୋଇଥିଲା । ପଦ୍ମପୁର ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହାର ତଦନ୍ତ ଚାଲିଥିଲା । ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପଦ୍ମପୁର ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଦଳ ଏହାର ତଦନ୍ତ ଚଲାଇଥିଲା । ଏଥିରେ ବିଜେପୁର ଥାନା ଓ ସୋହେଲା ଥାନାର ଇନ୍ସପେକ୍ଟର ଇନଚାର୍ଜ ମଧ୍ୟ ସଦସ୍ୟ ରହିଥିଲେ । ଏଥିରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ଫେରାର ରହିଛି । ଖୁବଶୀଘ୍ର ତାକୁ ମଧ୍ୟ ପୁଲିସ ଗିରଫ କରିବ ବୋଲି ଜିଲା ଆରକ୍ଷୀ ବି. ଯୁଗଳ କିଶୋର ଆଜି ସନ୍ଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତିମାନେ ବିଭିନ୍ନ ଅପରାଧରେ ପୂର୍ବରୁ ଜଡ଼ିତ ଥିଲେ । ତେବେ ସେମାନଙ୍କର ରାଜନୈତିକ ସଂପୃକ୍ତି ନେଇ ଏ ପର୍ଯ୍ୟନ୍ତ କୌଣସି ପ୍ରମାଣ ହସ୍ତଗତ ହୋଇନାହିଁ । ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଇ ପୁଣି ରିମାଣ୍ଡରେ ଅଣାଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।