ଡୋପ ଟେଷ୍ଟରେ ବିଫଳ ହୋଇ କ୍ରିକେଟରୁ ୫ ମାସ ପାଇଁ ନିଲମ୍ବିତ ହେଲେ ୟୁସୁଫ ପଠାନ

.

Copy Editor RRM | Published On: Jan 09, 2018 04:02 PM IST |   586

ନୂଆଦିଲ୍ଲୀ: ଡୋପ ଟେଷ୍ଟରେ ଧରାପଡ଼ି ୫ ମାସ ପାଇଁ କ୍ରିକେଟରୁ ନିଲମ୍ବିତ ହୋଇଛନ୍ତି ଭାରତୀୟ ଖେଳାଳି ୟୁସୁଫ ପଠାନ। ଗତ ଘରୋଇ ମ୍ୟାଚ୍ ସମୟରେ ଡୋପ ଟେଷ୍ଟରେ ପଜିଟିଭ ମିଳିବା ପରେ ଅଲରାଉଣ୍ଡର ୟୁସୁଫଙ୍କୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଲମ୍ବନ କରିଛି। ସେ ଭୁଲବଶତଃ କାଶର ସିରପ ପିଇ ଦେଇଥିଲେ। ଯେଉଁଥିରେ ପ୍ରତିବନ୍ଧିତ ପଦାର୍ଥ ସାମିଲ ଥିଲା। ୟୁସୁଫଙ୍କ ଉପରେ ବୋର୍ଡ ପୂର୍ବରୁ ନିର୍ଦ୍ଧାରିତ ଥିବା ପାଞ୍ଚ ମାସର ପ୍ରତିବନ୍ଧକ ଲଗାଇଛନ୍ତି। ଯାହା ଜାନୁଆରୀ ୧୪ରେ ଶେଷ ହେବାକୁ ଯାଉଛି। ଯଦ୍ଵାରା ଆଇପିଏଲରେ ଖେଳିବା ପାଇଁ ୟୁସୁଫଙ୍କ ପଥ ପରିଷ୍କାର ହୋଇଛି। ବିସିସିଆଇ ମଧ୍ୟ ସ୍ଵୀକାର କରିଛି ଯେ ୟୁସୁଫ ଭୁଲବଶତଃ ପ୍ରତିବନ୍ଧିତ ପଦାର୍ଥ ସେବନ କରି ଦେଇଥିଲେ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।