ମଙ୍ଗଳବାର ରାଶିଫଳ

ମଙ୍ଗଳବାର ରାଶିଫଳ

Copy Editor RKD | Published On: Jan 09, 2018 12:15 AM IST |   1604

ମେଷ: ଶାସ୍ତ୍ରାଭ୍ୟାସୀ ହୋଇପାରନ୍ତି । ବୀନିତ ସ୍ୱଭାବର ହେବେ । ପନôୀଙ୍କ ଧନରେ ସୁଖଭୋଗ କରିପାରନ୍ତି । ଉପଯୁକ୍ତ ମନ୍ତ୍ରଣାଦାତା ହେବେ । କାବ୍ୟ ରଚନାରେ ଧୂରନ୍ଦର ହେବେ । ସତ୍ୟାନ୍ୱିତ ହେବେ । ପାପକୁ ଘୃଣା କରିବେ ।
ବୃଷ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରୀ ଲାଭ କରିପାରନ୍ତି । ଭାଇଙ୍କ ଉପରେ ବିପଦ ଅଛି । ସୁଖ, ଧନ ଓ ମିତ୍ର ଯୁକ୍ତ ହୋଇପାରନ୍ତି । ବିକ୍ରମୀ ହେବେ । ଆଘାତ ପ୍ରାପ୍ତ ହୋଇପାରନ୍ତି ।
ମିଥୁନ: କୃଷିକ୍ଷେତ୍ରରୁ ଲାଭ ମିଳିବ । ଯାନବାହନ ସୁଖ ମିଳିପାରେ । ସୁଖଭୋଗ କରିବେ । ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି । ପୁତ୍ରଲାଭର ସୂଚନା ମିଳୁଛି । ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଅର୍ଥ ମିଳିବ । କଥାକାର ହେବେ ।
କର୍କଟ: ସକଳଗୁଣର ଆଧାର ହେବେ । ସୁଖୀ ହୋଇପାରନ୍ତି । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ଶତ୍ରୁ ବିନାଶ କରି ନିଶ୍ଚିନ୍ତ ହୋଇପାରନ୍ତି । ପନôୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ସିଂହ: ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି । ନୀତିନିଷ୍ଠ ଭାବେ । ସାମାଜିକ କ୍ଷେତ୍ରରେ ଆଦର ଲାଭ କରିବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଚଞ୍ଚଳମନା ହୋଇପାରନ୍ତି । ଅତି ସୁଖୀ ହେବେ । କୀର୍ତ୍ତିମାନ ହୋଇପାରନ୍ତି ।
କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଧନବାନ ହେବେ । ଗୁଣଜ୍ଞ ହୋଇପାରନ୍ତି । ଉପାର୍ଜନ ଆଶାନୁରୂପ ହୋଇପାରେ । ଶକ୍ତିମାନ ହେବେ । ଉତ୍ତମ ଚିନ୍ତାଧାରା ପ୍ରୟୋଗ କରି କାର୍ଯ୍ୟ କରିବେ ।
ତୁଳା: ଅସାବଧାନତା ଯୋଗୁଁ ଦ୍ରବ୍ୟ ନଷ୍ଟ ହୋଇପାରେ । ଅଧିକ ଖର୍ଚ୍ଚାନ୍ତ ହେବେ । ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ମଧୁର କଥାକହି ଶତ୍ରୁକୁ ବଶ କରି ପାରନ୍ତି । ହର୍ଷଯୁକ୍ତ ହେବେ । ଧନ ଦୌଲତ ବୃଦ୍ଧି ହେବ । ଧନ ଯାନବାହନ ଯୁକ୍ତ ହେବେ ।
ବିଛା: ଆୟ ଯଥେଷ୍ଟ ପରିମାଣର ହୋଇପାରେ । ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ ହୋଇପାରନ୍ତି । ଭୋଗବିଳାସରେ ଦିନଟି ଅତିବାହିତ କରିପାରନ୍ତି । ଗୁଣର ପ୍ରସାର ଘଟାଇବେ । ପ୍ରସନ୍ନତା ଲାଭ କରିବେ ।
ଧନୁ: ସୁଖ ସମ୍ମାନ ଲାଭ କରିବେ । ସରକାରୀ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି । ଉତ୍ତମ ଗୃହରେ ବସତି ସ୍ଥାପନ କରିବେ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ବହୁବିଧ ଧନ ସହିତ ଉତ୍ତମ ଗୁଣଯୁକ୍ତ ହେବେ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ଗର୍ବିତ ହେବେ ।
ମକର: ଧନବାନ ହେବେ । ମହିଳାଙ୍କ ମନ ନେଇ ପାରନ୍ତି । ସମୟେ ସମୟେ ବିଚାର ବ୍ରିଭାଟ ଘଟିପାରେ । ପ୍ରଭାବଶାଳୀ ହୋଇପାରନ୍ତି । ପ୍ରବଳ ଉଦ୍ୟମୀ ହୋଇପାରନ୍ତି । ବ୍ରହ୍ମ ଉପାସକ ହେବେ । ଦିନଟି ସୁରୁଖୁରୁରେ ବିତିପାରେ ।
କୁମ୍ଭ: ଦେବ ବ୍ରାହ୍ମଣଙ୍କ ଭକ୍ତ ହୋଇପାରନ୍ତି । କୃଷି ବଳରେ ବଳୀୟାନ ହେବେ । ନୀତି ନିଷ୍ଠ ବ୍ୟକ୍ତି ଭାବେ ପ୍ରତିଷ୍ଠା ଲାଭ କରିବେ । ବିଜ୍ଞ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଶତ୍ରୁ ବିନାଶ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ମୀନ: ସ୍ୱର୍ଣ୍ଣାଦି ଲାଭ ହୋଇପାରେ । ପନôୀଙ୍କ ପରାମର୍ଶ ଉପାଦେୟ ହେବ । ଯଶସ୍ୱୀ ହେବେ । ବିଦ୍ୟାବାନ ହୋଇପାରନ୍ତି । ବିଜ୍ଞତାର ପରିଚୟ ଦେବେ । କ୍ଷମାଶୀଳ ହେବେ । ସତ୍‌ପଥଗାମୀ ଓ ଦୟାବାନ ହୋଇପାରନ୍ତି । ବିତ୍ତବାନ ହେବା ଆଶା କରାଯାଏ ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।