ବିକାଶରେ ରାଜନୀତି ନ ରହୁ

.

Published On: Jan 08, 2018 11:13 PM IST |   61

ଦେଶର ବଛାବଛା ୧୧୫ଟି ଜିଲାର ବିକାଶ ପାଇଁ କେନ୍ଦ୍ର ସରକାର ଯେଉଁ ନ୍ୟୁ ଇଣ୍ଡିଆ ଯୋଜନା ନୀତି ଆୟୋଗ କର୍ତ୍ତୃକ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ତାହାକୁ ନେଇ କିଞ୍ଚିତ ବିବାଦ ଉପୁଜିଛି। ଏ ନେଇ ନୀତି ଆୟୋଗ ଡକାଇଥିବା ବୈଠକକୁ ଓଡ଼ିଶା ଓ ପଶ୍ଚିମବଙ୍ଗ ବର୍ଜନ କରିଛନ୍ତି। ଓଡ଼ିଶାର କହିବା କଥା ଯେ ଏ ନେଇ ତାଙ୍କ ସହିତ କିଛି ଆଲୋଚନା କରା ନ’ଯାଇ ଜିଲା ଚିହ୍ନଟ ହୋଇଛି। କେନ୍ଦ୍ର ସରକାର ପୁଣି କେନ୍ଦ୍ରୀୟ ଡେପୁଟେସନରେ ଥିବା ରାଜ୍ୟର ଆଇଏଏସ ଅଧିକାରୀଙ୍କୁ ଏହି ଉନ୍ନୟନ ଯୋଜନାର ତଦାରଖ ଦାୟିତ୍ବ ପ୍ରଦାନ କରିବାବେଳେ ରାଜ୍ୟର ମତାମତ ଗ୍ରହଣ କରାଯାଇନାହିଁ। ଏହା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ଏବଂ କେନ୍ଦ୍ର ପ୍ରଭାରୀ ନିଯୁକ୍ତ କରି ରାଜ୍ୟର କାର୍ଯ୍ୟରେ ପ୍ରହରୀଭଳି ସେମାନଙ୍କୁ ବ୍ୟବହାର କରିପାରେ। ଏହି ଅଭିଯୋଗକୁ ଅବଶ୍ୟ କେନ୍ଦ୍ର ଖଣ୍ଡନ କରିଛି।
ତେବେ ସେ ଯା’ହେଉ ଏ କ୍ଷେତ୍ରରେ ରାଜନୀତିକ ଓ ଆଦର୍ଶଗତ ମତପାର୍ଥକ୍ୟ ଅଧିକ ଥିବା ଜଳଜଳ ଦେଖାଯାଉଛି। ବିକାଶମୂଳକ କାର୍ଯ୍ୟ ଏବଂ ରାଜ୍ୟର ସ୍ବାର୍ଥରେ ରାଜନୀତି ରହିବା ଅନୁଚିତ, ଏହା ଏକ ଜାତୀୟ କାର୍ଯ୍ୟକ୍ରମ ହୋଇଥିବାରୁ ସବୁ ରାଜ୍ୟକୁ କେନ୍ଦ୍ର ସ୍ବତନ୍ତ୍ର ଅନୁଦାନ ଓ ପ୍ୟାକେଜ ଯୋଗାଇବ। ଓଡ଼ିଶାର ଅନୁପସ୍ଥିତି ଓ ବିରୋଧ ଏହି ଯୋଜନାକୁ ଅଟକାଇ ପାରିବ ନାହିଁ; ବରଂ ଓଡ଼ିଶା ଏଥିରୁ ବାଦ ପଡ଼ିବ। ଏହାଦ୍ବାରା ଓଡ଼ିଶାର ଏବଂ ବାସ୍ତବରେ ଅନୁନ୍ନତ ସଂପୃକ୍ତ ୬ଟି ଜିଲାର ଜନସାଧାରଣ କ୍ଷତିଗ୍ରସ୍ତ ହେବେ। ଓଡ଼ିଶାରେ ଅନେକ କେନ୍ଦ୍ରୀୟ ଯୋଜନା ଚାଲିଛି ଏବଂ ସେ ତାଲିକାରେ ଏହା ଆଉ ଏକ ସଂଯୋଗ। ଏହାର ବିରୋଧ ଅନାବଶ୍ୟକ। ଏକ କଲ୍ୟାଣକାରୀ କେନ୍ଦ୍ରୀୟ ଯୋଜନାକୁ ମାମୁଲି କାରଣ ଦର୍ଶାଇ ବିରୋଧ କରିବା ଠିକ୍‌ ନୁହେଁ। ଆଶା କରିବା ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ସରକାର ତାଙ୍କର ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବେ। ତା’ନହେଲେ ଓଡ଼ିଶା ହିଁ କ୍ଷତିଗ୍ରସ୍ତ ହେବ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ