୩୫ ଜଣ ଅବିବାହିତ ଯୁବକଙ୍କୁ ଠକିଥିବା ଯୁବତୀ ଦିଲ୍ଲୀରୁ ଗିରଫ

.

Published On: Jan 08, 2018 10:54 PM IST |   1306

ନୂଆଦିଲ୍ଲୀ:  ହରିୟାଣାରେ  ୩୫ ଜଣ ଅବିବାହିତ ଯୁବକଙ୍କୁ ଠକିଥିବା ଯୁବତୀଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି । ସେମାନଙ୍କୁ ସୁନ୍ଦର ଯୁତୀଙ୍କ ସହ ବିବାହ କରିଦେବ କହି ଏହି ଯୁବତୀ ଜଣକ ୩୫ ଜଣ ଯୁବକଙ୍କୁ ଠକି ଦେଇଥିଲେ ।  ପ୍ରତ୍ୟେକଙ୍କଠାରୁ ସେ ୪୫ରୁ୬୦ ହଜାର ଟଙ୍କା ଆଦାୟ କରିଥିଲେ । ଏହି ୩୫ ଜଣ ଗଣ ବିବାହର ଆୟୋଜନ କରିବା ପରେ ଜାଣିଥିଲେ ଯୁବତୀ ଜଣଙ୍କ ଟଙ୍କା ନେଇ ସେମାନଙ୍କୁ ଠକି ଫେରାର ହୋଇଯାଇଛି ।

ଗତମାସ ୨୭ ତାରିଖରେ ହରିୟାଣାର ଖାରଖୋଡା ସହରରେ ଯୁବତୀ ଜଣଙ୍କ ଯୁବକମାନଙ୍କୁ ଗଣ ବିବାହର ଆୟୋଜନ କରିବାକୁ ପ୍ରତିଶୃତି ଦେଇଥିଲା । ସେଠାରେ ଏକ ବସରେ ଯୁବକମାନେ ବର ବେଶରେ ସଜାଇ ହୋଇଯାଇଥିଲେ। ମାତ୍ର ସେଠାରେ ପହଞ୍ଚି ଏହି ଯୁବତୀ ଜଣଙ୍କ ତାଙ୍କୁ ଠକି ଦେଇଥିବା ସେମାନେ ଜାଣିବାକୁ ପାଇଥିଲେ ।ପରେ ତାଙ୍କ ନାମରେ ଏହି ଯୁବକମାନେ ଥାନାରେ ଅଭିଯୋଗ କରିବାରୁ ତାଙ୍କୁ ଭାରତୀୟ ପିଙ୍ଗଳଧାରା ୧୨୦-ଖ,୪୦୬ ଓ ୪୨୦ରେ ଗିରଫ କରାଯାଇଛି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।