ଗୁପ୍ତାଙ୍କ ପ୍ରାର୍ଥୀତ୍ଵ କାଏମ ; କଂଗ୍ରେସର ଅଭିଯୋଗ ଖାରଜ

ଆମ୍‌ ଆଦ୍‌ମୀ ପାର୍ଟିର ରାଜ୍ୟସଭା ପ୍ରାର୍ଥୀ ଏନ୍‌.ଡି. ଗୁପ୍ତା

Copy Editor AH | Published On: Jan 08, 2018 06:18 PM IST |   454

ନୂଆଦିଲ୍ଲୀ : ଆମ୍‌ ଆଦ୍‌ମୀ ପାର୍ଟିର ରାଜ୍ୟସଭା ପ୍ରାର୍ଥୀ ଏନ୍‌.ଡି. ଗୁପ୍ତାଙ୍କ ମନୋନୟନ ପତ୍ର କାଏମ ରହିଛି । ତାଙ୍କ ବିରୁଦ୍ଧରେ କଂଗ୍ରେସ ପକ୍ଷରୁ କରାଯାଇଥିବା ଅଭିଯୋଗକୁ  ନିର୍ବାଚନ କମିଶନ୍‌ ଖାରଜ କରିଦେଇଛନ୍ତି । ଦିଲ୍ଲୀ ରିଟର୍ଣ୍ଣିଂ ଅଫିସରଙ୍କ ନିର୍ଦେଶ ଅନୁସାରେ ଶ୍ରୀ ଗୁପ୍ତା ନିର୍ବାଚନ କମିଶନ ନିକଟରେ ହାଜର ହୋଇ ତାଙ୍କର ସ୍ପଷ୍ଟୀକରଣ ଦେଇଥିଲେ । ସେ କହିଥିଲେ, ସରକାରଙ୍କ ଅଧୀନସ୍ଥ ଜାତୀୟ ପେନ୍‌ସନ୍‌ ଯୋଜନା ଟ୍ରଷ୍ଟ୍‌ରୁ ସେ ପୂର୍ବରୁ ଇସ୍ତଫା ଦେଇସାରିଛନ୍ତି ।


କଂଗ୍ରେସ ଦଳ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ରାଜ୍ୟସଭା ନିର୍ବାଚନ ପାଇଁ ତାଙ୍କର ପ୍ରର୍ଥୀତ୍ୱକୁ ନାକଚ କରିବାକୁ ଦାବି କରିଥିଲା । ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅଜୟ ମାକନ୍‌ ଅଭିଯୋଗ କରିଥିଲେ ଯେ ଶ୍ରୀ ଗୁପ୍ତା ୨୦୧୫ ମସିହାରେ ଜାତୀୟ ପେନ୍‌ସନ୍‌ ଯୋଜନା ଟ୍ରଷ୍ଟରେ ଟ୍ରଷ୍ଟି ଭାବେ ନିଯୁକ୍ତ ହୋଇଥିଲେ । ତେଣୁ ଲାଭଜନକ ପଦରେ ଥିବାରୁ ନିର୍ବାଚନ ଲଢ଼ିବା ପାଇଁ ତାଙ୍କୁୁ ଅଯୋଗ୍ୟ ଘୋଷଣା କରିବାକୁ ଶ୍ରୀ ମାକନ ଦାବି କରିଥିଲେ ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ