ବିବାହ ପାଇଁ ଜିଦ୍‌ ଧରିବାରୁ ପ୍ରେମିକାଙ୍କୁ ଅଷ୍ଟ୍ରେଲିଆରେ ଛାଡ଼ି ଚାଲି ଆସିଲେ ପ୍ରେମିକ

.

Copy Editor RRM | Published On: Jan 08, 2018 01:32 PM IST |   982

ନୋଏଡା: ଦିଲ୍ଲୀ ନୋଏଡାର ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ଏହିପରି ଯେ, ପ୍ରେମିକା ବିବାହ ପାଇଁ ଜିଦ୍‌ ଧରିବାରୁ ପ୍ରେମିକଜଣକ ତାଙ୍କୁ ଅଷ୍ଟ୍ରେଲିଆ ବୁଲାଇବାକୁ ନେଇ ସେଠାରେ ଛାଡି ଚାଲି ଆସିଲେ । ପରେ ଯୁବତୀଜଣକ ବହୁ କଷ୍ଟରେ ସେଠାରୁ ଘରକୁ ଫେରି ପୁଲିସରେ ଅଭିଯୋଗ କରିଥିଲେ ଏବଂ ଅଭିଯୁକ୍ତ ଗିରଫ ହୋଇଥିଲା ।
ସୂଚନାଯୋଗ୍ୟ, ନୋଏଡାର ଲକ୍ଷ୍ମୀକାନ୍ତ ନାମକ ଏହି ଯୁବକ ମୋବାଇଲ ଫୋନ ପାର୍ଟସ ୟୁନିଟ ବସାଇଥିଲେ । ଏଥିରେ ସମ୍ପୃକ୍ତା ଯୁବତୀ ପାର୍ଟନର ଥିଲେ । ଏହି ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରବର୍ତ୍ତୀ ସମୟରେ ଉଭୟଙ୍କ ବ୍ୟବସାୟରେ କ୍ଷତି ଘଟିଲା । ଯୁବତୀଜଣକ ବିବାହ କରିବା ପାଇଁ ଜିଦ୍‌ ଧରିଥିଲେ । ବ୍ୟବସାୟରେ କ୍ଷତି ଓ ପ୍ରେମିକା ବିବାହ କରିବାକୁ ଜିଦ୍‌ ଧରିବାରୁ ତାଙ୍କଠୁ ପିଛା ଛାଡିବା ପାଇଁ ଲକ୍ଷ୍ମୀକାନ୍ତ ଯୋଜନା କରିଥିଲେ ।
ସେ ପ୍ରେମିକାଙ୍କୁ ଅଷ୍ଟ୍ରେଲିଆ ବୁଲାଇବାକୁ ନେଇଯାଇ ସେଠାରେ ପ୍ରେମିକାଙ୍କୁ ଛାଡ଼ି ଚାଲି ଆସିଥିଲେ । ଅନ୍ୟପକ୍ଷରେ ପାଖରେ ଅର୍ଥ ନ ଥିବାରୁ ଯୁବତୀଜଣକ ଅଷ୍ଟ୍ରେଲିଆରେ ବହୁ ଅସୁବିଧାର ସମ୍ମୁଖୀନ ହେଲେ । ପରେ ସୋସିଆଲ ମିଡିଆ ଜରିଆରେ ନିଜର ପରିବାର ଓ ବନ୍ଧୁମାନଙ୍କୁ ଯୋଗାଯୋଗ କରିଥିଲେ । ପରିବାର ଲୋକ ଟଙ୍କା ପଠାଇବା ପରେ ଯୁବତୀଜଣକ ସେଠାରୁ ଭାରତ ଫେରି ଆସିବାରେ ସକ୍ଷମ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ପ୍ରେମିକଙ୍କ ବିରୋଧରେ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଓ ଯୌନ ଶୋଷଣ ଅଭିଯୋଗ କରିଥିଲେ । ପରେ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।