ସୋମବାର ରାଶିଫଳ

ସୋମବାର ରାଶିଫଳ

Copy Editor RKD | Published On: Jan 08, 2018 12:10 AM IST |   1914

ମେଷ: ଦୃଢ଼ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବାର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଉସôାହ ଦ୍ୱିଗୁଣିତ ହୋଇପାରେ । ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ । ଶତ୍ରୁ ବିନାଶ କରିପାରନ୍ତି ।
ବୃଷ: ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । କର୍ମ ଚଞ୍ଚଳ ରହିପାରନ୍ତି । ହଠାତ୍‌ କିଛି ଅର୍ଥ ମିଳିପାରେ । ସାହସୀ ଓ ଜ୍ଞାନୀ ହେବେ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ ।
ମିଥୁନ: ସାମୟିକ ଭାବେ ମନରେ ଭୟର ସଞ୍ଚାର ହୋଇପାରେ । ଶତ୍ରୁ ଆପଣାଛାଏଁ ଅପସରି ଯିବେ । କର୍ମ କୁଶଳତା ଯୋଗୁଁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଦରଣୀୟ ହେବେ । ଦୃଢ଼ ମନୋବଳ ନେଇ ଅସାଧ୍ୟ ସାଧନ କରିବେ ।
କର୍କଟ: ପ୍ରବଳ ଉସôାହ ଉଦ୍ଦିପନା ମଧ୍ୟରେ କାର୍ଯ୍ୟକ୍ଷେତ୍ରରେ ଅଗ୍ରଗାମୀ ହୋଇପାରନ୍ତି । କର୍ତ୍ତବ୍ୟନିଷ୍ଠ ହେବେ । ପ୍ରତ୍ୟେକ କାର୍ଯ୍ୟ ପାଇଁ ସ୍ଥିତି ଅନୁକୂଳ ରହିବ । ପାରିବାରିକ ସୁଖ ମିଳିପାରେ । ବିବାଦରେ ବିଜୟ ଲାଭ କରିବେ ।
ସିଂହ: ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ଭାଗ୍ୟଶାଳୀ ହେବେ । ବନ୍ଧୁ ସୁଖ ମିଳିପାରେ । ନିଃସ୍ୱାର୍ଥପର ହେବେ । ନୀତିବାନ୍‌ ବ୍ୟକ୍ତି ଭାବେ ପ୍ରଶଂସିତ ହୋଇପାରନ୍ତି । ଚଞ୍ଚଳମନା ହୋଇପାରନ୍ତି । କୀର୍ତ୍ତିମାନ ହେବେ ।
କନ୍ୟା: ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିପାରନ୍ତି । ରୋଜଗାର ଆଶାନୁରୂପ ହେବ । ବନ୍ଧୁ ଓ ବିଭାଗୀୟ ସହାୟତା ମିଳିବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସ୍ୱାସ୍ଥ୍ୟ ଅତୁଟ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଗୁଣଜ୍ଞ ହୋଇପାରନ୍ତି ।
ତୁଳା: ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଦୁଶ୍ଚିନ୍ତାରୁମୁକ୍ତ ହେବେ । ଉଚ୍ଚ ଆଶା ଫଳବତୀ ହେବ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ସ୍ୱାଭିମାନୀ ହେବେ । ମଧୁର ଭାଷୀ ହୋଇପାରନ୍ତି । ଭ୍ରାତୃ ସ୍ନେହରେ ବାଧା ଉପୁଜି ପାରେ । ସାହସୀ ହେବେ ।
ବିଛା: ମନରେ ପ୍ରସନ୍ନ ଭାବ ଉଦ୍ରେକ ହୋଇପାରେ । ଚିନ୍ତାଦୂର ହେବ । କର୍ମ କୁଶଳତା ଯୋଗୁଁ ବିଭାଗୀୟ ସ୍ତରରେ ପ୍ରଶଂସିତ ହେବେ । ଲୋକ ପ୍ରିୟତା ହାସଲ କରିପାରନ୍ତି । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ଆତ୍ମ ସନ୍ତୋଷ ଲାଭ କରିପାରନ୍ତି ।
ଧନୁ: ଶ୍ରମ ସଫଳ ହେବ । ଆରୋଗ୍ୟ ଲାଭ କରିବେ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ବ୍ୟବସାୟ ଲାଭଜନକ ହୋଇପାରେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ରାଜକୋଷ ଅର୍ଥ ମିଳିପାରେ । ସମସ୍ୟା ଦୂର ହେବ । ସର୍ବସୁଖ ମିଳିବ ।
ମକର: ଭ୍ରମଣ ଯୋଗ ରହିଛି । କଳହଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିପାରନ୍ତି । ଜଣେ ମହିଳାଙ୍କ ସାହାଯ୍ୟ ନେଇ ଉପକୃତ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିବାଦରେ ବିଜୟୀ ହେବେ । ଅର୍ଥ ମିଳିବ । ଚିନ୍ତାଗ୍ରସ୍ତ ହେବେ ।
କୁମ୍ଭ: ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ । ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଶତ୍ରୁ ଦମନ କରି ଖୁସି ହେବେ । ଦୟାଳୁ ସ୍ୱଭାବର ହେବେ ।
ମୀନ: ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ଯଶସ୍ୱୀ ହେବେ । ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସ୍ଥିର ହେବ ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।