ନିଗମାନନ୍ଦ ସରସ୍ୱତୀଦେବଙ୍କ ବିଜେ ଶୋଭାଯାତ୍ରା

୬୭ତମ ଅଧିବେଶନ ଜାନୁଆରୀ ୩୦ରୁ

Copy Editor AH | Published On: Jan 07, 2018 09:26 PM IST |   73


କଟକ : ପୁରୀ ନୀଳାଚଳ ସାରସ୍ୱତ ସଂଘ ଆନୁକୂଲ୍ୟରେ ଯାଜପୁର ରୋଡଠାରେ ଅନୁଷ୍ଠିତ ହେବାକୁ ଥିବା ୬୭ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଉପଲକ୍ଷେ ପରମହଂସ ପରିବ୍ରାଜକାଚାର୍ଯ୍ୟ ସଦ୍‌ଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀଦେବଙ୍କ ବିଜେ ବିଗ୍ରହ ପୁରୀଠାରୁ ଶୋଭାଯାତ୍ରାରେ ବାହାରି ବ୍ୟାସନଗରଠାରେ ପହଞ୍ଚିଛନ୍ତି । ଏହି ମୋଟରଯାନ ଶୋଭାଯାତ୍ରା ୪ଟି ଜିଲା ମଧ୍ୟଦେଇ ପ୍ରାୟ ୨୮୦ କି.ମି. ପଥ ଅତିକ୍ରମ କରିଥିଲା । ଶ୍ରୀଶ୍ରୀଠାକୁର ମହାରାଜଙ୍କ ନିତ୍ୟ ବାସସ୍ଥଳୀ ନୀଳାଚଳ କୁଟିରରୁ ଶୋଭାଯାତ୍ରା ବାହାରି ନିମାପଡା, ପଲ୍ଲୀ ସାରସ୍ୱତ ସଂଘ, ଦେକୁଡି ଆସନ ମନ୍ଦିରରେ ଅଭ୍ୟର୍ଥନା ଗ୍ରହଣ କରି ଜାରକାଠାରେ ରାତ୍ରି ଯାପନ କରିଥିଲେ । ପରଦିନ କୁଆଖିଆ ଶାଖାସଂଘରେ ମଧ୍ୟାହ୍ନ ଭୋଗ ଗ୍ରହଣ କରି ଯାଜପୁର ଟାଉନସଂଘରେ ରାତ୍ରିଯାପନ କରିଥିଲେ । ୫ ତାରିଖ ସକାଳୁ ବ୍ୟାସନଗରସ୍ଥ ଟାଉନ ହଲଠାରୁ ଏକ ସୁସଜ୍ଜିତ ରଥ ଶୋଭଯାତ୍ରାରେ ଯାଇ ବ୍ୟାସନଗର ଆସନ ମନ୍ଦିରରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ପ୍ରାୟ ପାଞ୍ଚ ହଜାର ଭକ୍ତ ଯୋଗ ଦେଇଥିଲେ । ବ୍ୟାସନଗରଠାରେ ରଥ ଶୋଭାଯାତ୍ରାରେ କୀର୍ତ୍ତନ ଦଳ, ପାରମ୍ପରିକ ନୃତ୍ୟ ବାଦ୍ୟ, ସୁନ୍ଦର ମନୋରମ ଦେଶୀୟ ବାଦ୍ୟଯନ୍ତ୍ର, ଘଣ୍ଟ, ଶଙ୍ଖ, ଜୟଗୁରୁ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ପ୍ରାୟ ପାଞ୍ଚ କିଲୋମିଟର ନଗର ପରିକ୍ରମା କରି ଶ୍ରୀଶ୍ରୀଠାକୁରଙ୍କ ରଥକୁ ଭକ୍ତ ଓ ଜନସାଧାରଣ ଶାନ୍ତି ଶୃଙ୍ଖଳାର ସହ ଟାଣି ଟାଣି ନେଇଥିଲେ ।

ଏହି ଶୋଭାଯାତ୍ରାରେ ସମ୍ମିଳନୀ ଆବାହକ କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ଆକାଶ ଦାସନାୟକ, କୋରେଇ ବିଧାୟକ ପ୍ରୀତିରଞ୍ଜନ ଘଡେଇ, ମୁ୍ୟନସିିପାଲିଟି ଅଧ୍ୟକ୍ଷା ସବିତା ରାଉତ ଓ ନୀଳାଚଳ ସାରସ୍ୱତ ସଂଘର ପରିଚାଳକ ସଂଗ୍ରାମକେଶରୀ ସିଂହ, ସମ୍ପାଦକ ଗଗନ କୁମାର ଦାସ, କୋଷାଧ୍ୟକ୍ଷ ମନ୍ମଥଚନ୍ଦ୍ର ଜେନା ଯୋଗଦାନ କରିଥିଲେ । ଉକ୍ରଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ୬୭ତମ ଅଧିବେଶନ ଜାନୁଆରୀ ୩୦, ୩୧ ଓ ଫେବୃଆରୀ ୧ ତାରିଖ ତିନିଦିନ ଧରି ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ପୁରୀର ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ, ସ୍ୱାମୀ ପ୍ରଜ୍ଞାନାନନ୍ଦ ଗିରି, ଡଃ ଶଙ୍କରାନନ୍ଦ ସରସ୍ୱତୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ଭକ୍ତମାନଙ୍କର ରହିବା ଓ ପ୍ରସାଦ ସେବନ ବ୍ୟବସ୍ଥା ସଂଘ ତରଫରୁ କରାଯାଇଛି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।