ଓଡ଼ିଶାରେ ପ୍ରଦୂଷଣର ଭୟାବହତା ଓ ତା’ର ପ୍ରତିକାର

.

Published On: Jan 07, 2018 09:20 PM IST |   79

ପ୍ରଦୂଷଣର ଭୟାବହତା ଦେଖି ସମସ୍ତ ଜନସମାଜ ଆଜି ଆତଙ୍କିତ। ତଥାପି ନିଜର ସୁଖସ୍ୱାଚ୍ଛନ୍ଦ୍ୟକୁ ଟିକିଏ ସଙ୍କୁଚିତ କରି ପରିସ୍ଥିତିର ମୁକାବିଲା କରିବାକୁ କୌଣସି ବ୍ୟକ୍ତି ପ୍ରସ୍ତୁତ ନୁହନ୍ତି । ନିଜର ସର୍ବନାଶ ହେବା ପର୍ଯ୍ୟନ୍ତ ସେମାନେ ସଂଯମ ଆଚରଣ କରିବେ ନାହିଁ କିମ୍ବା ଏ ବିପଦରୁ କିଭଳି ରକ୍ଷା ପାଇବେ, ସେ ଚିନ୍ତା କରିବେ ନାହିଁ । ପ୍ରଦୂଷଣ ଏତେ ଭୟାବହ ହେଲାଣି ଯେ ଚୀନର ରାଜଧାନୀ ବେଜିଂରେ ଏକ ଧୂମପଟଳ ତିନି ଦିନ ଧରି ସମଗ୍ର ଆକାଶକୁ ଆଚ୍ଛାଦିତ କରି ରଖିଲା ଓ ସାରା ବେଜିଂବାସୀ ଅନ୍ଧକାର ଭିତରେ ରହିଲେ । ସମସ୍ତ ସ୍କୁଲ , କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ବନ୍ଦ କରି ଦିିଆଗଲା । ଆମ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅତ୍ୟଧିକ ହୋଇ ଯାଇଛି । ଏଥିପାଇଁ ଦିଲ୍ଲୀ ସରକାର ଅନେକ କଠୋର ନିଷ୍ପତ୍ତି ନେଇଛନ୍ତି ଓ ମୋଟରଗାଡ଼ି ଉପରେ ବହୁ କଟକଣା ଜାରି କରିଛନ୍ତି। ତଥାପି ତାହା ଯଥେଷ୍ଟ ନୁହେଁ । ଅବସ୍ଥା ଏଭଳି ସ୍ତରକୁ ଗଲାଣି ଯେ ନିକଟରେ ଫିରୋଜ ଶାହା କୋଟଲା ଷ୍ଟାଡ଼ିୟମରେ ଭାରତ  ଶ୍ରୀଲଙ୍କା କିକ୍ରେଟ ଖେଳ ଚାଲିଥିଲା ବେଳେ ଶ୍ରୀଲଙ୍କାର ଖେଳାଳିମାନେ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ମୁହଁରେ କନାର ତୁଣ୍ଡି ବାନ୍ଧିଥିଲେ । ଆମ ରାଜଧାନୀ ଭୁବନେଶ୍ୱରର ପ୍ରଦୂଷଣ ସ୍ଥିତି ମଧ୍ୟ ଅତ୍ୟନ୍ତ ଗୁରୁତର। ବଡ଼ ଦୁର୍ଭାଗ୍ୟର କଥା ହେଉଛି ଯେ ଭୁବନେଶ୍ୱରରେ ଏଥି ପାଇଁ କେହି ଚିନ୍ତିତ ନୁହନ୍ତି । ଜଳ ସ୍ଥଳ ଓ ବାୟୁ, ପ୍ରତିକ୍ଷେତ୍ରରୁ ଆଜି ପ୍ରଦୂଷଣର ବିପଦ ମାଡ଼ି ଆସୁଛି । ସ୍ଥଳ ଭାଗରେ ଅବିଚାରିତ ଭାବରେ ଅଳିଆ ଆବର୍ଜନା ପକାଇ ପରିବେଶକୁ ଦୂଷିତ ବା  ପ୍ରଦୂଷିତ କରିବା ସହିତ ଏ ବିପଦରୁ ସମାଜକୁ  ରକ୍ଷା କରୁଥିବା ଉଦ୍ଭିଦ ଜଗତ, ଅର୍ଥାତ୍ ବୃକ୍ଷଗୁଡ଼ିକୁ ଆମେ ବେପରୁଆ ଭାବେ କାଟି ଚାଲିଛୁ । ଖଣି ଉତ୍ତୋଳନ,ସିମେଣ୍ଟ ଓ ରିଫ୍ରା୍କ୍ଟରୀ କାରଖାନା, ଧାତୁଭିତ୍ତିକ ଶିଳ୍ଫ ଗ୍ରାମ୍ୟ ଉନ୍ନୟନ ଓ ସହରୀକରଣ ଯୋଗୁଁ  ସ୍ଥଳ ଭାଗ  ପ୍ରଦୂଷିତ ହେଉଛି । ନାଳ,ନର୍ଦମା,କଳକାରଖାନା ଓ ଅନ୍ୟ ସବୁ କ୍ଷେତ୍ରର ବର୍ଜ୍ୟବସ୍ତୁକୁ  ନଈ ବା କେନାଲରେ ଛାଡ଼ିବା ଦ୍ୱାରା ତା’ର ଜଳ ପ୍ରଦୂଷିତ ହେଉଛି । ଅବସ୍ଥା ଏଭଳି ହେଲାଣି ଯେ  କେତେକ ନଈର ପାଣି ପାନୀୟ ଜଳ ହେବାତ ଦୂରର କଥା, ଏପରିକି ସ୍ନାନ ପାଇଁ ମଧ୍ୟ ଅନୁପଯୁକ୍ତ ହୋଇ ଗଲାଣି । କେନାଲ ଓ ନଈ କୂଳର ଅଧିବାସୀମାନେ ଏ ଜଳକୁ ପାନୀୟ ଜଳଭାବରେ ବ୍ୟବହାର କଲେ ଜ୍ୱର,ଝାଡ଼ା,ବାନ୍ତି  ଚର୍ମରୋଗ ଓ ଚକ୍ଷୁରୋଗରେ ପୀଡ଼ିତ ହେବାର ସମ୍ଭାବନା ଅଛି । ଜଳ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଦୂଷିତ ଜଳକୁ ପୂର୍ଣ୍ଣ ବିଶୋଧନ ପରେ ନଈ ବା କେନାଲରେ ଛାଡ଼ିବା ଉଚିତ ।  କୃଷିକ୍ଷେତ୍ରରେ ରାସାୟନିକ ସାର ଓ କୀଟନାଶକ ଦ୍ରବ୍ୟ ପ୍ରୟୋଗକୁ ସୀମିତ କରିବା ଆବଶ୍ୟକ। ବାୟୁ ପ୍ରଦୂଷଣ ତ ସବୁଠାରୁ ସାଂଘାତିକ। ମୋଟରଗାଡ଼ିର ଧୂଆଁ ବାତାବରଣକୁ ଭୟଙ୍କର ଭାବରେ ପ୍ରଦୂଷିତ କରୁଛି । ବାୟୁକୁ ସବୁଠାରୁ ବେଶି ପ୍ରଦୂଷିତ କରୁଛି କୋଇଲାଭିତ୍ତିକ ବିଦ୍ୟୁ୍ତ୍ ଉତ୍ପାଦନ କେନ୍ଦ୍ର ଓ ବିଭିନ୍ନ ଶିଳ୍ପ କାରଖାନାର ଚିମିନିରୁ ନିର୍ଗତ ବାଷ୍ପ । ରାଜ୍ୟର ବିକାଶ ପାଇଁ ଶିଳ୍ପାୟନର ତ ଆବଶ୍ୟକତା ରହିଛ,ି କିନ୍ତୁ ଶିଳ୍ପରୁ ନିର୍ଗତ ବାଷ୍ପର ପ୍ରଦୂଷଣକାରୀ ଶକ୍ତିକୁ କିଭଳି ହ୍ରାସ ଓ ନିୟନ୍ତ୍ରଣ କରାଯାଇପାରିବ, ତା’ର ବ୍ୟବସ୍ଥା କରିବାକୁ ହେବ । ମୋର ଏବେ ବି ସ୍ମରଣ ଅଛି ଯେ ମିଳିତ ସରକାର ଚାଲିଥିଲା ବେଳେ ଥରେ  କ୍ୟାବିନେଟ୍ ମିଟିଂରେ କେତୋଟି ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଅନୁମୋଦନ ପାଇଁ ପ୍ରସ୍ତାବ ଆସିଥାଏ । ସେତେବେଳକୁ ପ୍ରାୟ ୨୯ ଟି ତାପଜ ବିଦ୍ୟୁତ୍ କେନ୍ଦ୍ରର ବୁଝାମଣା ପତ୍ର ସରକାର  ବିଭିନ୍ନ ଶିଳ୍ପପତିଙ୍କ ସହିତ ସ୍ୱାକ୍ଷର କରିସାରିଥାନ୍ତି । ଅନୁଗୋଳ, ତାଳଚେର ଓ ଝାରସୁଗୁଡ଼ା ସମେତ ଏକ ବ୍ୟାପକ ଅଞ୍ଚଳର ବାୟୁମଣ୍ଡଳ କିଭଳି ବିଭିନ୍ନ ଶିଳ୍ପ ଚିମିନିର ଧୂଆଁ ଓ ବିଶେଷ ଭାବରେ ତାପଜ ବିଦ୍ୟୁତ କେନ୍ଦ୍ରର ନିର୍ଗତ ବାଷ୍ପ ଦ୍ୱାରା ଅତିମାତ୍ରାରେ ପ୍ରଦୂଷିତ ହୋଉଯାଇଛି, ମୁଁ ତା’ର  ବର୍ଣ୍ଣନା କରି ସେ ଅଞ୍ଚଳରେ ଆଉ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ନ କରିବାକୁ ମୋର ଦୃଢ ମତ ରଖିଥିଲିି । ଫଳରେ ସେଦିନ କୌଣସି ନିଷ୍ଫତ୍ତି ନିଆ ନ ଯାଇ ସେଥିପାଇଁ ଅନ୍ୟ କୌଣସି  ଉପଯୁକ୍ତ ଅଞ୍ଚଳ ଖୋଜିବାକୁ ପ୍ରସ୍ତାବ ଗ୍ରହଣ କରାଗଲା । ଏବେ ତ ବାୟୁ ପ୍ରଦୂଷଣ ଦ୍ୱାରା ଉପରୋକ୍ତ ଅଞ୍ଚଳ ସମେତ ରାଉରକେଲା, ରାଜଗାଙ୍ଗପୁର, ବ୍ରଜରାଜନଗର, ଇବ୍ ଉପତ୍ୟକା, ସମ୍ବଲପୁର, କେନ୍ଦୁଝର, ଯୋଡ଼ା, ବଡ଼ବିଲ୍, ରାୟଗଡ଼ା, ବ୍ରହ୍ମପୁର,ଛତ୍ରପୁର, ପୁରୀ, ଢେଙ୍କାନାଳ, ସୁକିନ୍ଦା, ଯାଜପୁର, ପାରାଦ୍ୱୀପ, କଟକ ଓ ଭୁବନେଶ୍ୱର ଆଦି ସହର ପ୍ରଭାବିତ ହୋଇସାରିଛି । ଅନୁଗୋଳ-ତାଳଚେର ଅଞ୍ଚଳ ଦେଶର ସପ୍ତମ ପ୍ରଦୂଷିତ ଅଞ୍ଚଳର ଆଖ୍ୟା ପାଇଛି। ସୁକିନ୍ଦା ଅଞ୍ଚଳ ଅତିଶୟ ଦୂଷିତ ଓ ଧ୍ୱଂସକାରୀ ହୋଇଥିବାରୁ ଓଡ଼ିଶାକୁ ବିଶ୍ୱଦରବାରରେ ଲଜ୍ଜିତ  ହେବାକୁ ପଡ଼ିଛି ।ଦୂଷଣର ଭୟାବହତା ଦେଖି ସମସ୍ତ ଜନସମାଜ ଆଜି ଆତଙ୍କିତ। ତଥାପି ନିଜର ସୁଖସ୍ୱାଚ୍ଛନ୍ଦ୍ୟକୁ ଟିକିଏ ସଙ୍କୁଚିତ କରି ପରିସ୍ଥିତିର ମୁକାବିଲା କରିବାକୁ କୌଣସି ବ୍ୟକ୍ତି ପ୍ରସ୍ତୁତ ନୁହନ୍ତି । ନିଜର ସର୍ବନାଶ ହେବା ପର୍ଯ୍ୟନ୍ତ ସେମାନେ ସଂଯମ ଆଚରଣ କରିବେ ନାହିଁ କିମ୍ବା ଏ ବିପଦରୁ କିଭଳି ରକ୍ଷା ପାଇବେ, ସେ ଚିନ୍ତା କରିବେ ନାହିଁ । ପ୍ରଦୂଷଣ ଏତେ ଭୟାବହ ହେଲାଣି ଯେ ଚୀନର ରାଜଧାନୀ ବେଜିଂରେ ଏକ ଧୂମପଟଳ ତିନି ଦିନ ଧରି ସମଗ୍ର ଆକାଶକୁ ଆଚ୍ଛାଦିତ କରି ରଖିଲା ଓ ସାରା ବେଜିଂବାସୀ ଅନ୍ଧକାର ଭିତରେ ରହିଲେ । ସମସ୍ତ ସ୍କୁଲ , କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ବନ୍ଦ କରି ଦିିଆଗଲା । ଆମ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅତ୍ୟଧିକ ହୋଇ ଯାଇଛି । ଏଥିପାଇଁ ଦିଲ୍ଲୀ ସରକାର ଅନେକ କଠୋର ନିଷ୍ପତ୍ତି ନେଇଛନ୍ତି ଓ ମୋଟରଗାଡ଼ି ଉପରେ ବହୁ କଟକଣା ଜାରି କରିଛନ୍ତି। ତଥାପି ତାହା ଯଥେଷ୍ଟ ନୁହେଁ । ଅବସ୍ଥା ଏଭଳି ସ୍ତରକୁ ଗଲାଣି ଯେ ନିକଟରେ ଫିରୋଜ ଶାହା କୋଟଲା ଷ୍ଟାଡ଼ିୟମରେ ଭାରତ  ଶ୍ରୀଲଙ୍କା କିକ୍ରେଟ ଖେଳ ଚାଲିଥିଲା ବେଳେ ଶ୍ରୀଲଙ୍କାର ଖେଳାଳିମାନେ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ମୁହଁରେ କନାର ତୁଣ୍ଡି ବାନ୍ଧିଥିଲେ । ଆମ ରାଜଧାନୀ ଭୁବନେଶ୍ୱରର ପ୍ରଦୂଷଣ ସ୍ଥିତି ମଧ୍ୟ ଅତ୍ୟନ୍ତ ଗୁରୁତର। ବଡ଼ ଦୁର୍ଭାଗ୍ୟର କଥା ହେଉଛି ଯେ ଭୁବନେଶ୍ୱରରେ ଏଥି ପାଇଁ କେହି ଚିନ୍ତିତ ନୁହନ୍ତି । ଜଳ ସ୍ଥଳ ଓ ବାୟୁ, ପ୍ରତିକ୍ଷେତ୍ରରୁ ଆଜି ପ୍ରଦୂଷଣର ବିପଦ ମାଡ଼ି ଆସୁଛି । ସ୍ଥଳ ଭାଗରେ ଅବିଚାରିତ ଭାବରେ ଅଳିଆ ଆବର୍ଜନା ପକାଇ ପରିବେଶକୁ ଦୂଷିତ ବା  ପ୍ରଦୂଷିତ କରିବା ସହିତ ଏ ବିପଦରୁ ସମାଜକୁ  ରକ୍ଷା କରୁଥିବା ଉଦ୍ଭିଦ ଜଗତ, ଅର୍ଥାତ୍ ବୃକ୍ଷଗୁଡ଼ିକୁ ଆମେ ବେପରୁଆ ଭାବେ କାଟି ଚାଲିଛୁ । ଖଣି ଉତ୍ତୋଳନ,ସିମେଣ୍ଟ ଓ ରିଫ୍ରା୍କ୍ଟରୀ କାରଖାନା, ଧାତୁଭିତ୍ତିକ ଶିଳ୍ଫ ଗ୍ରାମ୍ୟ ଉନ୍ନୟନ ଓ ସହରୀକରଣ ଯୋଗୁଁ  ସ୍ଥଳ ଭାଗ  ପ୍ରଦୂଷିତ ହେଉଛି । ନାଳ,ନର୍ଦମା,କଳକାରଖାନା ଓ ଅନ୍ୟ ସବୁ କ୍ଷେତ୍ରର ବର୍ଜ୍ୟବସ୍ତୁକୁ  ନଈ ବା କେନାଲରେ ଛାଡ଼ିବା ଦ୍ୱାରା ତା’ର ଜଳ ପ୍ରଦୂଷିତ ହେଉଛି । ଅବସ୍ଥା ଏଭଳି ହେଲାଣି ଯେ  କେତେକ ନଈର ପାଣି ପାନୀୟ ଜଳ ହେବାତ ଦୂରର କଥା, ଏପରିକି ସ୍ନାନ ପାଇଁ ମଧ୍ୟ ଅନୁପଯୁକ୍ତ ହୋଇ ଗଲାଣି । କେନାଲ ଓ ନଈ କୂଳର ଅଧିବାସୀମାନେ ଏ ଜଳକୁ ପାନୀୟ ଜଳଭାବରେ ବ୍ୟବହାର କଲେ ଜ୍ୱର,ଝାଡ଼ା,ବାନ୍ତି  ଚର୍ମରୋଗ ଓ ଚକ୍ଷୁରୋଗରେ ପୀଡ଼ିତ ହେବାର ସମ୍ଭାବନା ଅଛି । ଜଳ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଦୂଷିତ ଜଳକୁ ପୂର୍ଣ୍ଣ ବିଶୋଧନ ପରେ ନଈ ବା କେନାଲରେ ଛାଡ଼ିବା ଉଚିତ ।  କୃଷିକ୍ଷେତ୍ରରେ ରାସାୟନିକ ସାର ଓ କୀଟନାଶକ ଦ୍ରବ୍ୟ ପ୍ରୟୋଗକୁ ସୀମିତ କରିବା ଆବଶ୍ୟକ। ବାୟୁ ପ୍ରଦୂଷଣ ତ ସବୁଠାରୁ ସାଂଘାତିକ। ମୋଟରଗାଡ଼ିର ଧୂଆଁ ବାତାବରଣକୁ ଭୟଙ୍କର ଭାବରେ ପ୍ରଦୂଷିତ କରୁଛି । ବାୟୁକୁ ସବୁଠାରୁ ବେଶି ପ୍ରଦୂଷିତ କରୁଛି କୋଇଲାଭିତ୍ତିକ ବିଦ୍ୟୁ୍ତ୍ ଉତ୍ପାଦନ କେନ୍ଦ୍ର ଓ ବିଭିନ୍ନ ଶିଳ୍ପ କାରଖାନାର ଚିମିନିରୁ ନିର୍ଗତ ବାଷ୍ପ । ରାଜ୍ୟର ବିକାଶ ପାଇଁ ଶିଳ୍ପାୟନର ତ ଆବଶ୍ୟକତା ରହିଛ,ି କିନ୍ତୁ ଶିଳ୍ପରୁ ନିର୍ଗତ ବାଷ୍ପର ପ୍ରଦୂଷଣକାରୀ ଶକ୍ତିକୁ କିଭଳି ହ୍ରାସ ଓ ନିୟନ୍ତ୍ରଣ କରାଯାଇପାରିବ, ତା’ର ବ୍ୟବସ୍ଥା କରିବାକୁ ହେବ । ମୋର ଏବେ ବି ସ୍ମରଣ ଅଛି ଯେ ମିଳିତ ସରକାର ଚାଲିଥିଲା ବେଳେ ଥରେ  କ୍ୟାବିନେଟ୍ ମିଟିଂରେ କେତୋଟି ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଅନୁମୋଦନ ପାଇଁ ପ୍ରସ୍ତାବ ଆସିଥାଏ । ସେତେବେଳକୁ ପ୍ରାୟ ୨୯ ଟି ତାପଜ ବିଦ୍ୟୁତ୍ କେନ୍ଦ୍ରର ବୁଝାମଣା ପତ୍ର ସରକାର  ବିଭିନ୍ନ ଶିଳ୍ପପତିଙ୍କ ସହିତ ସ୍ୱାକ୍ଷର କରିସାରିଥାନ୍ତି । ଅନୁଗୋଳ, ତାଳଚେର ଓ ଝାରସୁଗୁଡ଼ା ସମେତ ଏକ ବ୍ୟାପକ ଅଞ୍ଚଳର ବାୟୁମଣ୍ଡଳ କିଭଳି ବିଭିନ୍ନ ଶିଳ୍ପ ଚିମିନିର ଧୂଆଁ ଓ ବିଶେଷ ଭାବରେ ତାପଜ ବିଦ୍ୟୁତ କେନ୍ଦ୍ରର ନିର୍ଗତ ବାଷ୍ପ ଦ୍ୱାରା ଅତିମାତ୍ରାରେ ପ୍ରଦୂଷିତ ହୋଉଯାଇଛି, ମୁଁ ତା’ର  ବର୍ଣ୍ଣନା କରି ସେ ଅଞ୍ଚଳରେ ଆଉ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ନ କରିବାକୁ ମୋର ଦୃଢ ମତ ରଖିଥିଲିି । ଫଳରେ ସେଦିନ କୌଣସି ନିଷ୍ଫତ୍ତି ନିଆ ନ ଯାଇ ସେଥିପାଇଁ ଅନ୍ୟ କୌଣସି  ଉପଯୁକ୍ତ ଅଞ୍ଚଳ ଖୋଜିବାକୁ ପ୍ରସ୍ତାବ ଗ୍ରହଣ କରାଗଲା । ଏବେ ତ ବାୟୁ ପ୍ରଦୂଷଣ ଦ୍ୱାରା ଉପରୋକ୍ତ ଅଞ୍ଚଳ ସମେତ ରାଉରକେଲା, ରାଜଗାଙ୍ଗପୁର, ବ୍ରଜରାଜନଗର, ଇବ୍ ଉପତ୍ୟକା, ସମ୍ବଲପୁର, କେନ୍ଦୁଝର, ଯୋଡ଼ା, ବଡ଼ବିଲ୍, ରାୟଗଡ଼ା, ବ୍ରହ୍ମପୁର,ଛତ୍ରପୁର, ପୁରୀ, ଢେଙ୍କାନାଳ, ସୁକିନ୍ଦା, ଯାଜପୁର, ପାରାଦ୍ୱୀପ, କଟକ ଓ ଭୁବନେଶ୍ୱର ଆଦି ସହର ପ୍ରଭାବିତ ହୋଇସାରିଛି । ଅନୁଗୋଳ-ତାଳଚେର ଅଞ୍ଚଳ ଦେଶର ସପ୍ତମ ପ୍ରଦୂଷିତ ଅଞ୍ଚଳର ଆଖ୍ୟା ପାଇଛି। ସୁକିନ୍ଦା ଅଞ୍ଚଳ ଅତିଶୟ ଦୂଷିତ ଓ ଧ୍ୱଂସକାରୀ ହୋଇଥିବାରୁ ଓଡ଼ିଶାକୁ ବିଶ୍ୱଦରବାରରେ ଲଜ୍ଜିତ  ହେବାକୁ ପଡ଼ିଛି ।ସବୁଜ ସହରର ଆଖ୍ୟା ପାଇଥିବା ଭୁବନେଶ୍ୱର ଓ ରାଉରକେଲା ଦେଶର ଖୁବ୍ ପ୍ରଦୂଷିତ ସହରଭାବେ ପରିଗଣିତ ହୋଇଛି। ରାଜଧାନୀ ଭୁବନେଶ୍ୱରର ବର୍ଜ୍ୟବସ୍ତୁ ନାଳ ନର୍ଦମା ଦ୍ୱାରା ଗଂଗୁଆ ନାଳରେ ପଡ଼ୁଛି ଓ ଏହା କୁଆଖାଇ, ଦୟା ଆଦି ନଦୀମାନଙ୍କରେ ପଡ଼ି ତାର  ଜଳକୁ ପ୍ରଦୂଷିତ କରୁଛି । ଦୟା ନଦୀର ପ୍ରଦୂଷିତ ଜଳର ବ୍ୟବହାର ସରକାରଙ୍କର ମୁଣ୍ଡବ୍ୟଥାର କାରଣ ହେଲାଣି । ଭୁବନେଶ୍ୱରରେ ଚାଲୁଥିବା ବସ୍, ଟ୍ରକ୍, ମୋଟରସାଇକେଲ ଓ ଅଟୋରିକ୍ସା ଆଶ୍ଚର୍ଯ୍ୟଜନକ ଭାବରେ ବଢି ଚାଲିଛି । ଏ ଗାଡ଼ିଗୁଡ଼ିକରୁ ନିର୍ଗତ ଧୂଆଁ ରାଜଧାନୀର ବାତାବରଣକୁ ବ୍ୟାପକ ଭାବରେ ପ୍ରଦୂଷିତ କରୁଥିବା ବେଳେ, ଏ ସବୁର ହର୍ଣ୍ଣର ଶବ୍ଦ ମଧ୍ୟ ଏହାକୁ ଆହୁରି ଅଧିକ ଗୁରୁତର କରୁଛି । ସକାଳ ୧୦ଟାରେ ସରକାରୀ ଓ ବେସରକାରୀ ଅଫିସ୍ ଖୋଲିବା ସମୟ ଓ ଉପରବେଳା ୫ଟା ପରେ ମୋଟରଗାଡ଼ିର ଯେଉଁ ଭିଡ଼ ହେଉଛି ତାହା ଅବର୍ଣ୍ଣନୀୟ ।  ବିଶେଷ ଭାବରେ ଜୟଦେବ ବିହାରରୁ ପଟିଆ ଓ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାରେ ମୋଟରଗାଡ଼ିର ଭିଡ଼ ଏତେ  ବେଶି ହୋଇଯାଉଛି ଯେ ବହୁ ସମୟ ଧରି ରାସ୍ତାରେ ଅଟକି ଯିବାକୁ ପଡୁଛି । ତେବେ ପ୍ରଶ୍ନ ହେଉଛି ଏହାର କ’ଣ କିଛି ପ୍ରତିକାର ନାହିଁ ? ଆମ୍ଭେମାନେ ଯିଏ ଖୁବ୍ ସଚେତନ ନାଗରିକ ବୋଲି ଗର୍ବ କରୁଛେ , ଆମେ କ’ଣ ଏ ପ୍ରଦୂଷଣଜନିତ ଭୟଙ୍କର ପରିସ୍ଥିତିକୁ ଜଳଜଳ ହୋଇ ଚାହିଁ ରହିଥିବା ! ସାଧାରଣ ଲୋକ ଓ ଏ ଜାତିର ଭବିଷ୍ୟତ ଛାତ୍ରଛାତ୍ରୀ ଓ ଶିଶୁମାନଙ୍କର ଭବିଷ୍ୟତ କିଭଳି ବିପଦଗ୍ରସ୍ତ ହେଉଛି   ତାକୁ ନୀରବରେ ଦେଖୁଥିବା! ପ୍ରଦୂଷଣ ଯୋଗୁଁ ସମଗ୍ର ଜନସମାଜ କେମିତି ରୋଗବ୍ୟାଧିର ଶିକାର ହେଉଛି ଓ ଲୋକମାନଙ୍କର ଜୀବନ ଯନ୍ତ୍ରଣାମୟ ହେଉଛି ତା’କୁ କେତେ କାଳ ଏମିତି ଦେଖି ସହ୍ୟ କରିବା! ଏବେ ପ୍ରଦୂଷଣ ରୂପକ ମାରାତ୍ମକ ଶତ୍ରୁ ଆମ ସମାଜ ଉପରେ ତା’ର କୋପ ଦୃଷ୍ଟି କେବଳ ପକାଇ ନାହଁି, ତା’ର ଆକ୍ରମଣ ଆରମ୍ଭ କରି ଦେଇଛି । ଆମେ ତା ବିରୁଦ୍ଧର ଲଢେଇ କରିବା ନା ତା’ର ଦାସତ୍ୱ ସ୍ୱୀକାର କରି   ଆମର ସୁନ୍ଦର ସମାଜ , ସଜଫୁଲ କଢି ଭଳିଫୁଟି ଉଠୁଥିବା ଏ ଜାତିର ଶିଶୁମାନଙ୍କୁ କ୍ଷତବିକ୍ଷତ, ରୁଗ୍ଣ ଓ ବିକଳାଙ୍ଗ ହେବାପାଇଁ ଛାଡ଼ିଦେବା ! ଦେଶକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ପାଇଁ ଚାଲିଥିଲା ସ୍ୱାଧୀନତା ସଂଗ୍ରାମ ! ଏବେ ଜନସମାଜକୁ ପ୍ରଦୂଷଣର ବିଧ୍ୱଂସକାରୀ ଆକ୍ରମଣରୁ ରକ୍ଷା କରିବାକୁ ଆବଶ୍ୟକ ହେଉଛି ଆହୁରି ଏକ ମୁକ୍ତି ସଂଗ୍ରାମ  ।ଆସନ୍ତୁ ଏ ସଂଗ୍ରାମର ଆରମ୍ଭ କରିବା ରାଜଧାନୀ ଭୁବନେଶ୍ୱରରୁ, ଯେଉଁଠାରେ ପ୍ରଦୂଷଣ ତା’ର କରାଳ କାୟା ବିସ୍ତାର କରିବସିଛି । ଏ ସଂଗ୍ରାମ ପାଇଁ ଆମକୁ ଅନେକ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ । ନିଜର ସୁଖ,ସ୍ୱାଚ୍ଛନ୍ଦ୍ୟ ଓ ଅହଂକାର ପ୍ରଦର୍ଶନ ପାଇଁ କେତେକ ଲୋକ ଆବଶ୍ୟକ  ନଥିଲେ ମଧ୍ୟ ପାଞ୍ଚପାଞ୍ଚଟା ଗାଡ଼ି ଚଢୁଛନ୍ତି । ଅନେକ ମନ୍ତ୍ରୀ ଓ ସରକାରୀ ଅଫିସର ଏଭଳି ବେଆଇନ୍ ଭାବେ ଗାଡ଼ି ଚଢିବାକୁ ତାଙ୍କର ଅଧିକାର ବୋଲି ମନେ କରୁଛନ୍ତି ।  ରାଜ୍ୟ ମୁଖ୍ୟମନ୍ତ୍ରୀ  ଓ ରାଜ୍ୟପାଳଙ୍କୁ ମଧ୍ୟ  ତାଙ୍କର  ନିରାପତ୍ତାର ଆଳରେ ଗୁଡ଼ାଏ  ଗାଡ଼ି କିମ୍ବା କାରକେଡ୍ ଭିତରେ ନିଆଯାଉଛି ।  ଏ  ଯେଉଁ  ନିରାପତ୍ତା କଥା କୁହାଯାଉଛି ତାହା ପ୍ରକୃତରେ  ସେମାନଙ୍କର  ନିରାପତ୍ତା ନୁହେଁ, ତାହା ହେଉଛି ସେମାନଙ୍କର ଆସନର ବଡ଼ିମା ଓ କ୍ଷମତାର  ନିରାପତ୍ତା !   ସମୟ  ବଦଳି ଯାଇଛି ଓ ସାମାଜିକ  ମୂଲ୍ୟବୋଧର  ଘୋର ଅବକ୍ଷୟ ଘଟିଛି । ଅଯଥା କ୍ଷୋଭ ପ୍ରକାଶ କରି କି ଲାଭ ହେବ  ବୋଲି  ଅନେକ ଭାବୁଛନ୍ତି  । ଆମର ଦୈନନ୍ଦିନ କାର୍ଯ୍ୟକୁ  ତ୍ୱରାନ୍ବିତ କରିବାକୁ ମୋଟରଗାଡ଼ିର ତ ଆବଶ୍ୟକତା ନିଶ୍ଚିତ ଭାବେ ଅଛି । କିନ୍ତୁ ମନକୁ ଦୃଢ କରି  ସମାଜ ପ୍ରତି ମାଡ଼ିଆସୁଥିବା  ପ୍ରଦୂଷଣ ଭଳି ବିପଦକୁ ପ୍ରତିହିତ କରିବା  ପାଇଁ କେତେକ ଅନାବଶ୍ୟକ ​‌େମାଟରଗାଡ଼ିର ବ୍ୟବହାର ତ ଆମେ କମେଇଦେଇ ପାରିବା  ।  ନିଜର ଅଯଥା ଅୟସ  ବା ସ୍ୱାଚ୍ଛନ୍ଦ୍ୟ କ୍ଷେତ୍ରରେ କିଛି  ସଂଯମ ଆଚରଣ କରି ପାରିବା । ଆମର ନିତିଦିନିଆ  ଜୀବନର କେତେକ କାର୍ଯ୍ୟ  ସାଇକଲରେ ଯାଇ ତ କରିହେବ । ଆମର ଶିକ୍ଷିତ ସମାଜ ଓ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କେତେକ ବ୍ୟକ୍ତି  କିଛି ସମୟ ପାଇଁ ସାଇକଲ୍ ବ୍ୟବହାର କଲେ, ଏହାର ଖୁବ୍ ଭଲ ପ୍ରଭାବ ଅନ୍ୟମାନଙ୍କ ଉପରେ ପଡିବ । ପ୍ରଦୂଷଣକୁ ରୋକିବା ସହିତ ହୃଦରୋଗ, ରକ୍ତଚାପ,  ମଧୁମେହ ରୋଗ , ଯାହା ସମାଜର ବହୁ ଲୋକଙ୍କୁ ଆକ୍ରାନ୍ତ କରିଛି, ସେଥିରୁ ମୁକ୍ତି ମିଳିଯାଆନ୍ତା! କିଛି ବର୍ଷ ତଳର କଥା, ଏବେବି ମନେ ପଡ଼ୁଛି । ଏଭଳି ଜଣେ ଅହଂକାରବିହୀନ ଆଦର୍ଶବାଦୀ, ମହାନ ବ୍ୟକ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ  ଚୌଧୁରୀ ସକ୍ରିୟ ରାଜନୀତିରୁ   ବିଦାୟ ନେଇ  ସର୍ବୋଦୟରେ ଯୋଗଦେବା ପରେ କଟକ ସହରରେ  ଖଣ୍ଡିଆ ସାଇକଲରେ ଯିବାଆସିବା କରୁଥିବା ଆମେ ଦେଖିଛୁ । ନବକୃଷ୍ଣ ଚୌଧୁରୀଙ୍କର ଉଦାହରଣ  ଦେବାର ଉଦ୍ଦେଶ୍ୟ ହେଉଛି ଯେ ଏଭଳି ସାଇକଲ୍ ଚଢିବା ଦ୍ୱାରା ନିଜର  ଅହଙ୍କାର ଓ ବଡ଼ଲୋକୀ  କମିଯିବନି, ବରଂ ସମାଜରେ ସମ୍ମାନ ବଢିବ ।  ପ୍ରଦୂଷଣର ଏ ଭୟାବହତାକୁ ପ୍ରତିହତ କରିବା ପାଇଁ ସରକାରଙ୍କର ତ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସାଧାରଣ ନାଗରିକ ହିସାବରେ ଏହା ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା, ମଟରଗାଡ଼ି ବ୍ୟବହାରରେ ସଂଯମ ଆଚରଣ କରିବା ଭଳି ଅନେକ ଗୁରୁ ଦାୟିତ୍ୱ ଆମର ମଧ୍ୟ ରହିଛି । ଆବଶ୍ୟକ ଆଇନ୍ ପ୍ରଣୟନ କରି, କଟକଣା ଜାରି କରି ପ୍ରଦୂଷଣକୁ କମାଇବା ପାଇଁ ସରକାର  ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ ଓ ସମସ୍ତ ସଚେତନ ଜନସାଧାରଣ ଏଥିରେ ପୂର୍ଣ୍ଣ ସହଯୋଗ କରନ୍ତୁ । ସରକାରଙ୍କର ସଂପୃକ୍ତ ବିଭାଗଗୁଡିକ ଓ ଜନସାଧାରଣ  ବ୍ୟାପକ ଭାବରେ  ଚାରାରୋପଣ କରି ସମସ୍ତ ପ୍ରକାର ପ୍ରଦୂଷଣକୁ ପ୍ରତିହତ କରନ୍ତୁ । ଏଥିପାଇଁ ସାରା ରାଜ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ  ଗ୍ରହଣ କରାଯାଉ । ଛାତ୍ର, ଯୁବକ ଓ ସ୍ୱେଚ୍ଛାସେବୀମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରାଯାଉ ଓ ଯେଉଁମାନେ ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସମ୍ମାନିତ କରାଯାଉ । ଆମେ ଭୁଲିଯିବା ଉଚିତ୍ ନୁହେଁ ଯେ ଆମ ରାଜ୍ୟ, ଆମ ସମାଜ ଓ  ଜନସାଧାରଣଙ୍କର ସୁରକ୍ଷା ପାଇଁ ପ୍ରଦୂଷଣର ଏ ଭୟାବହତା ବିରୁଦ୍ଧରେ ସଂଗଠିତ ଭାବରେ ସଂଗ୍ରାମ କରିବା ଆମର ସବୁଠାରୁ ବଡ଼ କର୍ତ୍ତବ୍ୟ ।

 

ବିଶ୍ବଭୂଷଣ ହରିଚନ୍ଦନ

ପୂର୍ବତନ ମନ୍ତ୍ରୀ
ଏ/୧୨, ନୀଳକଣ୍ଠ ନଗର, ଭୁବନେଶ୍ବର

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।