ମହାକାଶରେ ଆବର୍ଜନା

.

Published On: Jan 07, 2018 09:17 PM IST |   60

ମନୁଷ୍ୟ ସୁନ୍ଦର ଧରିତ୍ରୀରେ କୁଢ଼କୁଢ଼ ଆବର୍ଜନା ଗଦା କରି ତାକୁ ଅପରିଷ୍କାର କରିସାରିଥିବାବେଳେ ମହାକାଶକୁ ମଧ୍ୟ ଛାଡ଼ିନାହିଁ। ବିଗତ ଷାଠିଏ ବର୍ଷ ଭିତରେ ବିଭିନ୍ନ ଦେଶର ମହାକାଶୀୟ ଗତିବିଧି ବୃଦ୍ଧି ପାଇବା ସହ ସେଠାରେ ଆବର୍ଜନାର ପରିମାଣ ବଢ଼ିଚାଲିଛି। ବେଳେବେଳେ ସେହି ଆବର୍ଜନା ଭିତରୁ କେତେକ ପୃଥିବୀପୃଷ୍ଠରେ ଖସିପଡ଼ନ୍ତି। ଏବେ ଚୀନ ପକ୍ଷରୁ କୁହାଯାଇଛି ଯେ ତା’ଠାରୁ ନିୟନ୍ତ୍ରଣ ହରାଇଥିବା ମହାକାଶ କେନ୍ଦ୍ର ଥିୟାଂଗୋଙ୍ଗ୍-୧ ମାର୍ଚ ମାସର କୌଣସି ସମୟରେ ପୃଥିବୀ ଉପରେ ଖସିପଡ଼ିବାର ଆଶଙ୍କା ରହିଛି। ଚୀନ ମହାକାଶ ସଂସ୍ଥା ଏ ସମ୍ପର୍କରେ ଆଧିକାରିକ ଘୋଷଣା ୨୦୧୬ ମସିହାରେ ହିଁ କରିଦେଇଥିଲେ। ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ଚିନ୍ତା କରିବାର କୌଣସି କାରଣ ନାହିଁ। ପ୍ରାୟ ନଅ ଟନ ଓଜନର ଜିନିଷ ପୃଥିବୀପୃଷ୍ଠରେ ପହଞ୍ଚୁପହଞ୍ଚୁ ଏକରୁ ଚାରି ଟନ ପର୍ଯ୍ୟନ୍ତ ହୋଇଯାଇଥିବ। ୧୯୭୯ରେ ୭୫ ଟନ ଓଜନର ନାସା ମହାକାଶ କେନ୍ଦ୍ର ସ୍କାଇଲ୍ୟାବ୍ ପଡ଼ିଥିଲା। ସେତେବେଳେ ମଧ୍ୟ ତାକୁ ନେଇ ବେଶ୍ ଚିନ୍ତା ଦେଖାଦେଇଥିଲା; କିନ୍ତୁ ସମୁଦ୍ର ଭିତରେ ତାହା ଖସିବାରୁ କୌଣସି କ୍ଷୟକ୍ଷତି ଘଟିନଥିଲା। ଏହି ମହାକାଶ କେନ୍ଦ୍ର କେଉଁଠି ପଡ଼ିବ, ତାହା ଦେଖିବା କଥା; ତେବେ ଏହା ନିଶ୍ଚିତ ଯେ ଏହା ତା’ ପଛ‌ରେ ଅନେକ ଅବଶେଷ ମହାକାଶରେ ଛାଡ଼ି ଆସିବ।


ପ୍ରକୃତରେ ପୃଥିବୀର କକ୍ଷପଥରେ ଘୂରୁଥିବା ଛୋଟଛୋଟ ଜିନିଷ ନା ତଳକୁ ଆସେ ନା ଉପରକୁ ଯାଏ; ସେସବୁ ତ୍ରିଶଙ୍କୁ ଅବସ୍ଥାରେ ଘୂରି ବୁଲୁଥାନ୍ତି। ସେଗୁଡ଼ିକ ମହାକାଶଯାନ, ଉପଗ୍ରହ, ମହାକାଶ କେନ୍ଦ୍ର ଆଦି ପାଇଁ ବିପଦର କାରଣ ହୋଇଥା’ନ୍ତି। ୨୦୧୬ ଜୁଲାଇରେ ଆମେରିକାର ଏକ ଗବେଷଣାକାରୀ ସଂସ୍ଥା ମହାକାଶରେ ୧୭,୮୫୨ଟି କୃତ୍ରିମ ବସ୍ତୁ ଥିବା ଚିହ୍ନଟ କରିଥିଲା, ଯେଉଁଥିରେ ୧୪୧୯ କୃତ୍ରିମ ଉପଗ୍ରହ ଅନ୍ତର୍ଭୁକ୍ତ। ଏହା ପୂର୍ବରୁ ୨୦୧୩ ମସିହାରେ କରାଯାଇଥିବା ଏକ ଅନୁଧ୍ୟାନ ରିପୋର୍ଟରେ କୁହାଯାଇଥିଲା ଯେ ପାଖାପାଖି ୧ ସେଣ୍ଟିମିଟରର ୧୭ କୋଟି ଆବର୍ଜନା ମହାକାଶରେ ରହିଛି ଓ ୧ରୁ ୧୦ ସେଣ୍ଟିମିଟରର ଆବର୍ଜନା ସଂଖ୍ୟା ୬ ଲକ୍ଷ ୭୦ ହଜାର। ଏହାଠାରୁ ବଡ଼ ଆବର୍ଜନା ସଂଖ୍ୟା ୨୯ ହଜାର। ମହାକାଶରେ ଆବର୍ଜନା ଠୁଳ ନକରିବାର ଉପାୟ ହେଉଛି ପ୍ରେରିତ ମହାକାଶୀୟ ଦ୍ରବ୍ୟଗୁଡ଼ିକ ସେଠାରେ ଯେଭଳି ରହିବ ନାହିଁ; ତାହା ନିଶ୍ଚିତ କରିବା; ନଚେତ୍ ଏହା ଭବିଷ୍ୟତରେ ଯେ ବଡ଼ ବିପଦ ସୃଷ୍ଟି ନକରିବ, ତାହା କହିହେବ ନାହିଁ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।