୪୨ତମ ଚଳଚ୍ଚିତ୍ର ଜଗତ ପୁରସ୍କାର ଉତ୍ସବ: ବାବୁସାନ ଓ ଅର୍ଚ୍ଚିତା ଶ୍ରେଷ୍ଠ

.

Copy Editor RRM | Published On: Jan 07, 2018 05:37 PM IST |   339

ପୁରୀ: ୪୨ତମ ଚଳଚ୍ଚିତ୍ର ଜଗତ ପୁରସ୍କାର ଉତ୍ସବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଚଳଚ୍ଚିତ୍ର ଜଗତ କମିଟି ସମ୍ପାଦକ ଆଦିକନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅନ୍ୟ ଅତିଥି ଭାବେ ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ପ୍ରାକ୍ତନ ଜିଲାପାଳ ପଦ୍ୱନାଭ ସାମଲ ପ୍ରମୁଖ ଯୋଗଦେଇଥିଲେ । ଶ୍ରେଷ୍ଠ ଅଭିନେତା ବାବୁସାନ (ସିଷ୍ଟର ଶ୍ରୀଦେବୀ),  ଶ୍ରେଷ୍ଠ ଅଭିନେତ୍ରୀ ଅର୍ଚ୍ଚିତା (ଜଷ୍ଟ ମୋହବତ୍‌), ଶ୍ରେଷ୍ଠ ଖଳନାୟକ ମିହିର ଦାସ (ଅଭୟ), ଶ୍ରେଷ୍ଠ ହାସ୍ୟଭିନେତା ଜୀବନ ପଣ୍ଡା (ତୁ ମୋ ଲଭ ଷ୍ଟୋରୀ), ଶ୍ରେଷ୍ଠ ନବାଗତ ଅଭିନେତା ସ୍ୱରାଜ ବାରିକ ଓ ନବାଗତା ଅଭିନେତ୍ରୀ ଭାବେ ଭୂମିକା ଦାସ (ତୁ ମୋ ଲଭ ଷ୍ଟୋରୀ) ପୁରସ୍କୃତ ହୋଇଛନ୍ତି । ସେହିପରି ରାମଚନ୍ଦ୍ର ପ୍ରତିହାରୀ, ଦୀନବନ୍ଧୁ ଖୁଣ୍ଟିଆ ଓ ଲକ୍ଷ୍ମୀଧର ପୂଜାପଣ୍ଡାଙ୍କୁ ଲାଇଫଟାଇମ ଆକ୍‌ଚିଭିମେଣ୍ଟ ଆୱାଡ ପ୍ରଦାନ କରାଯାଇଛି । ଏଥିସହ ଶ୍ରେଷ୍ଠ ପାଶ୍ୱର୍ ଗାୟିକା ଭାବେ ଜାଗୃତି ମିଶ୍ର, ସଂଗ୍ରାମ ମହାନ୍ତି ଓ ଆର.ଏସ୍‌.କୁମାର ପୁରସ୍କୃତ ହୋଇଛନ୍ତି । ଶ୍ରେଷ୍ଠ ନିର୍ଦେଶକ ରୂପେ ସୁଶାନ୍ତ ମଣି ଓ ତାପସ ସରଘରିଆଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।   

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।