ରାଜ୍ୟସରକାର ବିକାଶକୁ ପ୍ରାଧାନ୍ୟତା ଦେବା ଉଚିତ ରାଜନୀତିକୁ ନୁହଁ : ଧର୍ମେନ୍ଦ୍ର ପ୍ରଧାନ

.

Published On: Jan 07, 2018 04:31 PM IST | Updated On: Jan 07, 2018 04:51 PM IST |   371

ଭୁବନେଶ୍ୱର:  ରାଜ୍ୟର ବିକାଶକୁ ନେଇ ରାଜନୀତି ନ ହେଉ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ରାଜ୍ୟ ସରକାର ନୀତି ଆୟୋଗର ବୈଠକରେ ସାମିଲ ନ ହେବା ନେଇ କେନ୍ଦ୍ର ମନ୍ତ୍ରୀ ଏହି ପ୍ରତିକ୍ରିୟା ରଖିଛନ୍ତି ।   ନୀତି ଆୟୋଗ ଦେଶରେ ୧୧୫ଟି ଜିଲାକୁ ପଛୁଆ ଜିଲା ଭାବେ ଘୋଷଣା କରିଥିଲେ । ଏଥିରେ ଓଡିଶାର ୮ଟି ଜିଲା ରହିଥିଲା। ମାତ୍ର ରାଜ୍ୟ ସରକାର ଏଥିରେ ସହମତି ପ୍ରକାଶ  କରି ନ ଥିଲେ। ଏହାସହ ନୀତି ଆୟୋଗର ବୈଠକରେ ଅଂଶ ଗ୍ରହଣ କରି ନଥିଲେ ବୋଲି ଧର୍ମେନ୍ଦ୍ର୍ ପ୍ରଧାନ ପ୍ରକାଶ କରିଛନ୍ତି । ରାଜ୍ୟର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାମ କରନ୍ତୁ ବୋଲି ସେ କହିଛନ୍ତି ।

ଏହାପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ କେନ୍ଦ୍ରର ଏହି ଯୋଜନା ବହୁ ଆଡମ୍ବରେ ଲଘୁକ୍ରିୟା ପରି ବୋଲି କହିଛନ୍ତି  । ନୀତି ଆୟୋଗ ଯାହା ଏବେ କରୁଛନ୍ତି ରାଜ୍ୟ ୧୦ ବର୍ଷ ଆଗରୁ ତାହା କରିଛି ବୋଲି ପ୍ରତାପ ଦେବ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାର କେନ୍ଦ୍ର ସହ ସଂଘର୍ଷ ଚାହୁ ନାହାନ୍ତି କେବଳ ରାଜ୍ୟର ବିକାଶ ଚାହୁଁଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ଅମର ଶତପଥୀ ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟର ପଛୁଆ ଜିଲା ଚିହ୍ନଟ କରିବା କାମ ରାଜ୍ୟର , ନୀତି ଆୟୋଗ ଯାହା ରିପୋର୍ଟ ପ୍ରକାଶ କରିଛନ୍ତି ତା ଓଡିଶାର ସହଯୋଗରେ ହୋଇ ନାହିଁ । କେନ୍ଦ୍ର ସରକାର ଓଡିଶାରେ ଗରିବଙ୍କ ସଂଖ୍ୟା କମିଛି ବୋଲି କହିଛନ୍ତି ବୋଲି ଅମର ଶତପଥୀ ସୂଚନା ଦେଇଛନ୍ତି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।