ରବିବାର ରାଶିଫଳ

ରବିବାର ରାଶିଫଳ

Copy Editor RKD | Published On: Jan 07, 2018 12:00 AM IST |   1754

ମେଷ: ଶତ୍ରୁ ଉପରେ ବିଜୟ ହାସଲ କରିବେ । ଭାଇମାନଙ୍କ ଉପରେ ସ୍ନେହ, ଶ୍ରଦ୍ଧା ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହେବେ ।
ବୃଷ: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଭାବେ ଧନଲାଭ ହେବ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିପାରେ । ଶିକ୍ଷିତା ପନôୀଙ୍କ ସହଯୋଗ ମିଳିବ । ଧାର୍ମିକ ଓ ତେଜସ୍ୱୀ ହେବେ ।
ମିଥୁନ: ଉଦାର ସ୍ୱଭାବର ହେବେ । ସୁଖୀ ହେବେ । ଦାନ-ଧର୍ମକୁ ଆପଣେଇ ନେବେ । ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ସୁସ୍ଥ ରହିବେ । କୃଷିକ୍ଷେତ୍ରରୁ ଆୟ ଆସିବ । ବୁଦ୍ଧି ବଳରେ ଅସାଧ୍ୟ ସାଧନ କରିପାରନ୍ତି ।
କର୍କଟ: ଚିତ୍ତ ପ୍ରସନ୍ନ ରହିବ । ଧର୍ମ ପରାୟଣ ହୋଇପାରନ୍ତି । ସରଳ ସାବଲୀଳ କଥା କହି ଅନ୍ୟମାନଙ୍କୁ ଆପଣାର କରି ନେବେ । ମେଳାପୀ ପ୍ରକୃତିର ହେବେ । ବିବାଦରେ ବିଜୟୀ ହୋଇପାରନ୍ତି । ଥଣ୍ଡା କଫରେ ଆକ୍ରାନ୍ତ ହେବେ ।
ସିଂହ: ଆଶାବାଦୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ବିଶିଷ୍ଟ ବ୍ୟକ୍ତିଭାବେ ମାନ୍ୟତା ପ୍ରାପ୍ତ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ମଧୁର ଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ମିତ୍ର ସୁଖ ମିଳିପାରେ ।
କନ୍ୟା: ସୁଖ ସମ୍ମାନ ଲାଭ କରିପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ଶରୀର ସୁସ୍ଥ ରହିବ । ମୋକଦ୍ଦମାରେ ବିଜୟୀ ହେବା ସହ ଧନଲାଭ ହୋଇପାରେ । ବିଦ୍ୱାନ ହେବେ । ଚକ୍ଷୁପୀଡ଼ା ଅନୁଭବ କରିବେ ।
ତୁଳା: ପ୍ରତ୍ୟେକ କାର୍ଯ୍ୟ କଷ୍ଟସାଧ୍ୟ ହୋଇପାରେ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ଅଧିକାଂଶ ସମୟ ଘର ବାହାରେ ରହିବେ । ଏକାନ୍ତ ପ୍ରିୟ ହେବେ । ମଧୁରଭାଷୀ ହେବେ । ଶତ୍ରୁତା ବୃଦ୍ଧି ହୋଇପାରେ । ସବୁବାଧାବିଘ୍ନକୁ ଏଡ଼ାଇ ରାଜଯୋଗ ମିଳିପାରେ ।
ବିଛା: ବିଭିନ୍ନ ସୂତ୍ରରୁ ଧନଲାଭର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ରାଜଦ୍ୱାରରେ ସମ୍ମାନିତ ହେବା ସହ ଅର୍ଥ ପ୍ରାପ୍ତ ହେବେ । ଗୃହ ଓ ଯାନବାହନ ସୁଖ ମିଳିବ ।
ଧନୁ: ପରିଶ୍ରମ ମୂଲ୍ୟାଙ୍କନ ହେବ । କୁଳଭୂଷଣ ହୋଇ ମର୍ଯାଦାପ୍ରାପ୍ତ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ନିଜ ପରିବାର ଉପରେ ସ୍ନେହଭାବ ରହିବ ।
ମକର: ସତ୍‌ପଥଗାମୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ୱାନ ଓ ସାହସୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
କୁମ୍ଭ: କ୍ରୋଧ ସମ୍ବରଣ କରି କପଟ ସ୍ନେହ ଦେଖାଇବେ । ବିରୋଧୀମାନେ ଆପଣଙ୍କ ଆଚରଣରେ ହତବାକ୍‌ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଥଣ୍ଡା ସର୍ଦିରେ ସାମାନ୍ୟ ପୀଡ଼ା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ହେତୁ ସତର୍କ ହେବେ ।
ମୀନ: ପ୍ରୀତିଲାଭ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଶାନ୍ତ ଓ ଧୈର୍ଯ୍ୟବାନ ହେବେ । ପନôୀଙ୍କ କଥାରେ ପରିଚାଳିତ ହୋଇପାରନ୍ତି । ବନ୍ଧୁମେଳରେ ସମୟ ଅତିବାହିତ କରିପାରନ୍ତି । ମହିଳାଙ୍କ ପ୍ରସାଧନୀ ବ୍ୟବସାୟରୁ ଲାଭ ମିଳିବ ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।