ମାଓବାଦୀଙ୍କ ଭୟରେ ଗାଁ ଛାଡିଲେ ୫ଟି ପରିବାର

.

Published On: Jan 06, 2018 09:26 PM IST | Updated On: Jan 06, 2018 10:21 PM IST |   154

କାଲିମେଳା:ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବଡିଗେଟା ପଂଚାୟତର କୁରୁବ ଗ୍ରାମରେ ୫ ଟି ପରିବାର ମାଓବାଦୀ ଭୟରେ ଗାଁ ଛାଡିଛନ୍ତି  ।  କୁରୁବ ଗ୍ରାମର ଆନ୍ଦା ମାଢିଙ୍କ ପରିବାରର ୮ ଜଣ ଓ ଦୁଲା ମାଡକାମିଙ୍କ ପରିବାରର ୫ ଜଣ ସଦସ୍ୟ ମାଓବାଦି ଭୟରେ ଶନିବାର ସଂନ୍ଧ୍ୟା ସମୟରେ ନିଜ ଗ୍ରାମ ଛାଡି ଦେଇଛନ୍ତି। ଏମାନେ ଗ୍ରାମରୁ ଏକ ଟ୍ରାକ୍ଟର ଯୋଗେ  ନିଜର ଧାନ,ଚାଉଳ,ଘରର ଆସବାବପତ୍ର ଧରି  ପଳାଇଛନ୍ତି  । ଗତ ୩ ଦିନ ତଳେ ୧୬ ରୁ ୨୦ ଜଣ ଶସସ୍ତ୍ର ମାଓବାଦୀ ରାତି ୧୧ ଟା ସମୟରେ କୁରୁବ ଗ୍ରାମକୁ ଯାଇ ଏହି ୨ ପରିବାରୁ ଲୋକଙ୍କୁ ନିଦରୁ ଉଠାଇ  ପୁଲିସ ସୂଚନା ଦାତା ବୋଲି କହିବା ସହ ଗ୍ରାମ ଛାଡିବା ପାଇଁ ଧମକ ଦେଇଥିଲେ। ନହେଲେ ହତ୍ୟା କରାଯିବ ବୋଲି ଚେତାବନୀ ଦେଇଥିବା ସୂଚନା ମିଳିଛି । ଏହାପରେ ଦୁଇ ପରିବାର ଗ୍ରାମ ଛାଡି ପଳାଇଛନ୍ତି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।