ମୃତ ବ୍ୟକ୍ତିଙ୍କ ନାମରେ ଜମି ବିକ୍ରି : ହେମଗିର ଥାନାରେ ମାମଲା ରୁଜୁ

.

Published On: Jan 06, 2018 08:54 PM IST | Updated On: Jan 06, 2018 08:58 PM IST |   88

ପ୍ରତୀକ ଫଟୋ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଓ ଆଖପାଖ ବ୍ଲକ ଅଞ୍ଚଳରେ ଜମି ଜାଳିଆତି କେଳଙ୍କାରୀ ହ୍ରାସ ପାଇବାର ନାମ ନେଉଁନାହିଁ  । ଜମି ଦଲାଲ ଓ ମାଫିଆମାନେ ଏତେ ସକ୍ରିୟା ହୋଇଗଲେଣି ଯେ, ସମଗ୍ର ପ୍ରଶାସନିକ ବ୍ୟବସ୍ଥାକୁ ମଧ୍ୟ ନିଜ ଅଧିନରେ ରଖି ଏ କାରବାରକୁ ନିଦ୍ୱର୍ନ୍ଦରେ କରି ଚାଲିଛନ୍ତି ବୋଲି ଅଭିଯୋଗ ହେଉଛି । କେତେକ ଦଲାଲ ଓ ମାଫିଆ ଏସବୁ କେଳଙ୍କାରୀ କରୁଥିବା ଅଭିଯୋଗ ହେଉଛି ।ମାତ୍ର ଅତ୍ୟନ୍ତ ସତର୍କତା ସହ ଏ ସବୁ କରୁଥିବାରୁ ନିଜର ଉପସ୍ଥିତ ଜାହିର କରୁ ନଥିବାରୁ  ଏହି ସବୁ ବେଆଇନ କାମ କରୁଥିବା ଲୋକଙ୍କୁ ଗିରଫ କରିବା ସମ୍ଭବ ହେଉନାହିଁ । ପ୍ରମାଣ ଅଭାବରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୁଲିସ ପାଇଁ କଷ୍ଟକର ହୋଇ ପଡିଲାଣି । ସାଧାରଣ ଲୋକ ଏପରି ଜାଲିଆତି କାମ ପାଇଁ ହଇରାଣ ହେଉଛନ୍ତି ।

ସହର ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ମେଗା ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ କ୍ଷତିପୂରଣ ବାବଦରେ ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା ରହୁଥିବା ବେଳେ ନିରୀହ ଆଦିବାସୀ ଓ ଜନସାଧାରଣଙ୍କ ଏହି ଟଙ୍କାକୁ ମଧ୍ୟ ଦଳାଲମାନେ ଜାଲିଆତି କରି ଉଠାଇ ନେଉଥିବାର ଅଭିଯୋଗ ହେଉଛି  । କେତେକ ନିର୍ଦ୍ଧିଷ୍ଟ ବ୍ୟାଙ୍କରେ ଏ କାରବାର ଜୋରସୋର ଚାଲିଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ  କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ନିରୀହ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି  । ଚିଟଫଣ୍ଡ ଦୁର୍ନିତୀ ପରଠାରୁ ସରକାର ଓ ପ୍ରଶାସନ ପକ୍ଷରୁ ଲୋକଙ୍କୁ ବିଭିନ୍ନ ସମୟରେ ସଚେତନ କରାଯାଉଥିଲେ ମଧ୍ୟ ଲୋକେ ସଚେତନ ନ ହୋଇ ପୁଣି ଠକେଇର ଜାଲରେ ଫଶି ଯାଉଛନ୍ତି  । ବିଭିନ୍ନ କ୍ଷେତ୍ରରେ ଲୋକ ଠକେଇର ଶିକାର ହୋଇ ନୟାନ୍ତ ହୋଇପଡ଼ିଲେଣି  । ବର୍ତ୍ତମାନ ପୁଣି ହେମଗିର ଅଞ୍ଚଳର ଜୈନିକ ମୃତ ବ୍ୟକ୍ତିଙ୍କ ୩ଏକରରୁ ଉର୍ଦ୍ଧ ଜମିକୁ ଜମି ଦଲାଲ ଓ ମାଫିଆମାନେ ଜାଲ ଆଧାର କାର୍ଡ଼, ଭୋଟର କାର୍ଡ଼ ପ୍ରସ୍ତୁତ କରି ବିକ୍ରି କରିବାରେ ସକ୍ଷମ ହୋଇଛନ୍ତି । ଜମି  ବିକ୍ରିସମ୍ପର୍କରେ ନୋଟିସ ପାଇବା ପରେ ମୃତ ବ୍ୟକ୍ତିଙ୍କ ପୁଅ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।  । ପିତାଙ୍କ ମୃତ୍ୟୁ ପରେ ଜମିବାଡି କାହାକୁ ବିକ୍ରି କରିନଥିବା ବେଳେ ପୁଣି  ମ୍ୟୁଟେସନ୍‌ ନୋଟିସ ଆସିବାର କାରଣ କଣ ବୋଲି ଜାଣିବା ପାଇଁ ସ୍ଥାନୀୟ ଅଞ୍ଚଳର କେତେକ ଭଦ୍ର ବ୍ୟକ୍ତିଙ୍କୁ ନେଇ ହେମଗିର ତହସିଲ କାର୍ଯ୍ୟାଳୟକୁ ଯାଇ ବୁଝାବୁଝି କରିବାରୁ ଜମି ନଭେମ୍ବର ମାସରେ ବିକ୍ରି ହୋଇଯାଇଛି ବୋଲି ଜାଣିବାକୁ ପାଇଥିଲେ ।  ତାଙ୍କ ବାପାଙ୍କ ଫଟୋକୁ   ଆଧାରକାର୍ଡ଼ରେ ଜାଲ କରାଯାଇଥିବାର  ବିଷୟରେ ସେ ଜାଣି ପାରିଥିଲେ  । ଏହାପରେ ସେ ହେମଗିର ଥାନାରେ ଅଭିଯୋଗ ଦେଇଥିଲେ। ପୁଲିସ ମାମଲା ନଂ-୪/୧୮ ପଞ୍ଜିକୃତ କରି ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୨୦, ୪୭୧, ୪୬୮ ଓ ୩୪ ଧାରାରେ ମାମଲା ରୁଜୁ କରିଛି । ମାତ୍ର  ଏତଲାରେ ଅଭିଯୁକ୍ତଙ୍କ ନାମ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ପ୍ରକାଶ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି  । ମାମଲା ରୁଜୁ ସଂପର୍କରେ ଖବର ପାଇ ଜମି କିଣିଥିବା କ୍ରେତା, ସାକ୍ଷୀ ଓ ଏଥିରେ ସଂପୃକ୍ତ ଜମି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବାର ସୂଚନା ମିଳିଛି  । ଅପରପକ୍ଷରେ ଏହି ମାମଲାକୁ ପୁଲିସ  ଗୁରୁତ୍ୱ ହେବା ସହ , ସଂପୃକ୍ତ ଜମି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ହେମଗିର ପୁଲିସ ସୂଚନା ଦେଇଛି  ।   

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।