ମକର ସଂକ୍ରାନ୍ତି ଅବସରରେ ସଙ୍ଗମରେ କିନ୍ନର ଆଖଡାର ସଦସ୍ୟ କରିବେ ପବିତ୍ର ସ୍ନାନ

.

Published On: Jan 06, 2018 07:58 PM IST |   91

ଭୁବନେଶ୍ୱର:  ମକର ସଂକ୍ରାନ୍ତି ଓ ମୌନି ଅମାବାସ୍ୟା ଅବସରରେ ଉତ୍ତର ପ୍ରଦେଶରେ  ଆହ୍ଲାବାଦରେ  କିନ୍ନର ଆଖ଼ଡା ପ୍ରମୁଖ ସଦସ୍ୟମାନେ ପବିତ୍ର ବୁଡ ପକାଇବେ । ୧୪ ତାରିଖରେ ମକର ସଂକ୍ରାନ୍ତି ଓ ୧୬ ତାରିଖରେ ମୌନି ଅମାବାସ୍ୟା ପଡୁଛି । ଏହି ପବିତ୍ର ଅବସରେ ବୁଡ  ପକାଇବା ପରେ ଦେଶରେ ଥିବା କିନ୍ନର ସମାଜର ଉନ୍ନତି ଏମାନେ କାମନା କରିବେ । ୨୦୧୯ରେ ଅର୍ଦ୍ଧ କୁମ୍ଭ ପଡୁ ଥିବାରୁ ଏହାର ପୂର୍ବ ବର୍ଷରେ  ସଂଙ୍ଗମରେ ସ୍ନାନ କରି ଏମାନେ  ସାଧୁ ସନ୍ୟାସୀଙ୍କ ସହ ଭଗବତ୍‌ ଚିନ୍ତନ କରିବେ । ଏଥିପାଇଁ ଜାନୁଆରୀ ୧୩ରୁ ସଙ୍ଗମ ନିକଟରେ କିନ୍ନର ସମାଜର ସଦସ୍ୟମାନେ ପହଞ୍ଚି ଯିବେ । ଓଡିଶାରୁ ଅନେକ କିନ୍ନର  ଆଖଡାର   ଓଡିଶା ମଣ୍ଡଳେଶ୍ୱର ମୀରା ପରିଡାଙ୍କ ତତ୍ୱାବଧାନରେ ଆହ୍ଲାବାଦରେ ପହଞ୍ଚିବେ । ଆହ୍ଲାବାଦ ପ୍ରଶାସନ ସଙ୍ଗମ ଅବସରରେ କିନ୍ନର ଆଖଡାକୁ ଶିବିର ସ୍ଥାପନ ପାଇଁ ଅନୁମତି ଦେଇ ନ ଥିବାରୁ, ଜଗତଗୁରୁ ବାସୁଦେବାନନ୍ଦ ଜୀଙ୍କ ଶିବିରରେ ଏମାନେ ରହିବା ସହ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ଅଂଶ ଗ୍ରହଣ କରିବେ ।

୨୦୧୯ରେ ଅର୍ଦ୍ଧ କୁମ୍ଭ ପବିତ୍ର ଅବସରରେ କିନ୍ନର ଆଖଡା ସାଧୁ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନିଜର ଧାର୍ମିକ ଓ ଆଧ୍ୟାତ୍ମିକ ସ୍ଥିତିକୁ ଉପସ୍ଥାପିତ  କରିବେ ।  କିନ୍ନର ଆଖଡାରେ ଓଡିଶାର ମଣ୍ଡଳେଶ୍ୱର ମୀରା ପରିଡାଙ୍କ ସହ ପ୍ରାୟ ୫୦ ଜଣ କିନ୍ନର ମାଘମେଳା ଅବସରରେ ସଂଗମ ତଟରେ ପହଞ୍ଚିବେ । କିନ୍ନର ଆଖଡା ସମସ୍ତଙ୍କ ସହ ସମନ୍ୱୟ ରଖି ଧାର୍ମିକ ଅନୁଷ୍ଠାନର ଆୟୋଜନ କରିବେ । ଗତ ବର୍ଷ କିନ୍ନର ଆଖଡା ନିଜର ତୃତୀୟ ସ୍ଥାପନା ସମାରୋହ ପାଳନ କରିଥିଲା । ଏହି ଆଖଡା କାଶୀ, ପ୍ରୟାଗ , ହରିଦ୍ୱାରରେ ନିଜର ଆଶ୍ରମ ସ୍ଥାପନା କରିବାର ଯୋଜନା ରହିଛି । ଏହା ଯୋଗୁଁ ବି କିନ୍ନରମାନେ ସମାଜର ମୁଖ୍ୟଧାରାରେ ସାମିଲ ହୋଇ ପାରିବେ ବୋଲି ମୀରା ପରିଡା କହିଛନ୍ତି

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।