ଆନନ୍ଦବଜାରରେ ଅମୁଣିଆ ମହାପ୍ରସାଦ ବିକ୍ରି, କୋଠ ଭୋଗ ସୁଆର ନିଲମ୍ବିତ

.

Copy Editor RRM | Published On: Jan 06, 2018 11:17 AM IST |   285

କଟକ: ପୁରୀ ଶ୍ରୀମନ୍ଦିରରେ ପୁଣି ଅଘଟଣ। ଶ୍ରୀଜିଉଙ୍କ ନିକଟରେ ମଣୋହୀ ନକରି ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି କରିବା ବେଳେ ଜଣେ କୋଠଭୋଗ ସୁଆର ଧରାପଡ଼ିଛନ୍ତି। ଗଦୁ ଦୀକ୍ଷିତ ନାମରେ ଜଣେ ମହାସୁଆର ଆନନ୍ଦ ବଜାରରେ ଭକ୍ତଙ୍କୁ ଅମୁଣିଆ ପ୍ରସାଦ ବିକି ଧରାପଡ଼ିଛନ୍ତି । ଘଟଣା ପ୍ରଘଟ ହେବା ପରେ ଅପକର୍ମ କରିଥିବା ସୁଆରକୁ ରୋଷ ବାସନ୍ଦ କରାଯାଇଛି । ସୁଆର ମହାସୁଆର ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ତାଙ୍କୁ ରୋଷଘର ମନା କରି ଦିଆଯାଇଛି । ପରେ କୋଠଭୋଗ ସୁଆର ଗଦୁ ଦୀକ୍ଷିତଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।