ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ ପୁଣି ଗିରଫ

ଢ଼େଙ୍କାନାଳ ଟାଉନ ଥାନାରେ ପଚରାଉଚୁରା ଜାରି

Copy Editor RRM | Published On: Jan 06, 2018 10:44 AM IST | Updated On: Jan 06, 2018 02:55 PM IST |   283

କଟକ : ସିସୋର ଚିଟଫଣ୍ଡ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାଶ ଗତକାଲି ଜେଲରୁ ମୁକୁଳିବା ପରେ ଆଜି ପୁଣି ଗିରଫ ହୋଇଛନ୍ତି । ଢ଼େଙ୍କାନାଳ ଏସ୍‌ଡିଜେଏମ୍‌ କୋର୍ଟଙ୍କ ୱାରେଣ୍ଟ ବଳରେ ଢେଙ୍କାନାଳ କଣ୍ଟାବଣିଆ ପୁଲିସ ତାଙ୍କୁ ଭୁବନେଶ୍ୱର ଝାରପଡ଼ା ବାସଭବନରୁ ଗିରଫ କରି ନେଇଛି । ଏ ନେଇ ପ୍ରଶାନ୍ତଙ୍କ ପୁଅ ଶୁଭମ୍‌ କୁହନ୍ତି, ବାପାଙ୍କୁ ଗିରଫ କରିବା କାରଣ ଜାଣିନାହିଁ, ତେବେ ଓକିଲଙ୍କ ପରାମର୍ଶ ନେଇ ଜାମିନ ଆବେଦନ କରିବୁ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ଅପରପକ୍ଷରେ ଢେଙ୍କାନାଳ ଟାଉନ ଥାନା ପୁଲିସ ପ୍ରଶାନ୍ତଙ୍କୁ ନେଇ ଥାନାରେ ଅଟକ ରଖି ପଉଚାଉଚୁରା ଚଳାଇଛି । ଆଇନଜୀବୀ ଦୀପ୍ତେଶ ପଟ୍ଟନାୟକ, ସୁଧାରାଣୀ ପଣ୍ଡା ଓ ବିଷ୍ଣୁମୋହନ ଦାଶଙ୍କ ପକ୍ଷରୁ ୨୧ ଲକ୍ଷ ଠକେଇ ଅଭିଯୋଗରେ ୩ଟି ମାମଲା ରୁଜୁ ହୋଇଥିଲା । ଏହି ଆଧାରରେ ତାଙ୍କୁ ଗିରଫ କରାଯାଇଛି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।