ଶନିବାର ରାଶିଫଳ

ଶନିବାର ରାଶିଫଳ

Copy Editor RKD | Published On: Jan 06, 2018 12:19 AM IST |   1803

ମେଷ: ବିଚାର ଧାରା ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ଲକ୍ଷ୍ୟ ସ୍ଥଳିରେ ପହଞ୍ଚô ପାରନ୍ତି । ପ୍ରତ୍ୟେକ କାର୍ଯ୍ୟ ବିଳମ୍ବିତ ହେବାର ସୂଚନା ମିଳୁଛି । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ମନ୍ତ୍ରଣାଦାତା ହୋଇପାରନ୍ତି ।
ବୃଷ: ଯଶ ଅର୍ଜନ କରି ସୁଖ ଭୋଗ କରିବେ । ଗୃହରେ ଶାନ୍ତି ବିରାଜମାନ କରିବ । ସମୃଦ୍ଧିର ମୂଳଦୁଆ ପଡ଼ିପାରେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଭାଇ ଭଉଣୀଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । ଶତ୍ରୁ ଦମନ କରି ଆଶ୍ୱସ୍ତ ହୋଇପାରନ୍ତି ।
ମିଥୁନ: ପରିଶ୍ରମ ଫଳଦାୟକ ହୋଇପାରେ । କର୍ମ କୁଶଳତା ପ୍ରକାଶିତ ହେବା ଫଳରେ ବହୁ ସମ୍ମାନର ଅଧିକାରୀ ହୋଇପାରନ୍ତି । ପ୍ରତିଯୋଗିତା ଓ ମାସ ମାସ ଧରି ଲାଗି ରହିଥିବା ବିବାଦରେ ବିଜୟ ଲାଭ କରିବେ । ମନୋବଳ ଦୃଢ଼ ହେବ ।
କର୍କଟ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାର୍ଯ୍ୟ କରିବାକୁ ପଡ଼ିବ । ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି । ପନôୀ ଅସୁସ୍ଥ ହୋଇପାରନ୍ତି । ନୀତିନିଷ୍ଠ ହେବେ । ସତ୍‌ ପୁତ୍ର ଲାଭ କରିପାରନ୍ତି ।
ସିଂହ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଦାମ୍ପତ୍ୟ ସୁଖ ମିଳିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଅପାର ଗୁଣର ଅଧିକାରୀ ହେବେ । ରୋଜଗାର ଆଶାନୁରୂପ ହେବ । ଚିନ୍ତାଧାରା ଉତ୍ତମମାନର ହେବ । ବନ୍ଧୁ ଓ ସରକାରୀ ସାହାଯ୍ୟ ମିଳିବ ।
କନ୍ୟା: ସତ୍‌କର୍ମରେ ଆଗ୍ରହୀ ହୋଇ ବ୍ୟୟ ବରାଦ କରିବେ । ଶତ୍ରୁ ପରାଜୟ ବରଣ କରିବ । ସମ୍ମାନକୁ ପାଥେୟ କରି କାହାରିକୁ ହାତ ପତାଇବେ ନାହିଁ । ସ୍ୱାଭିମାନୀ ହେବେ । ମଧୁରଭାଷୀ ହୋଇପାରନ୍ତି । ଚକ୍ଷୁପୀଡ଼ା ଉପୁଜିବ ।
ତୁଳା: ମନରେ ପ୍ରସନ୍ନ ଭାବ ଉଦ୍ରେକ ହୋଇପାରେ । ଚିନ୍ତାମୁକ୍ତ ହୋଇପାରନ୍ତି । କର୍ମ ଚଞ୍ଚଳ ରହିବେ । କର୍ମ କୁଶଳତା ପ୍ରକାଶ ପାଇବ । ସାଧନାରେ ସିଦ୍ଧି ପ୍ରାପ୍ତିର ସୂଚନା ମିଳୁଛି । ଜନପ୍ରିୟତା ହାସଲ କରିପାରନ୍ତି । ସରକାରୀ ଅର୍ଥ ମିଳିବ ।
ବିଛା: ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ଚିନ୍ତା ଦୂର ହେବ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ବ୍ୟବସାୟ ଲାଭଜନକ ହୋଇପାରେ । କୀର୍ତ୍ତିମାନ ହୋଇପାରନ୍ତି । ସରକାରୀ ଅର୍ଥ ମିଳିବ ।
ଧନୁ: ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ନିର୍ଭୀକ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଆନନ୍ଦ ଉପଭୋଗ କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ ।
ମକର: ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଅତି ସତର୍କତାର ସହ ଚଳିବାକୁ ପଡ଼ିବ । ପନôୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ହୋଇପାରନ୍ତି । ସଞ୍ଚୟାଭିମୁଖୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ । ନିତ୍ୟାନନ୍ଦଯୁକ୍ତ ହେବେ ।
କୁମ୍ଭ: ମନ ପ୍ରସନ୍ନ ରହିବ । ବନ୍ଧୁ ମେଳରେ ସମୟ ଅତିବାହିତ କରିପାରନ୍ତି । ସତ୍‌କର୍ମରେ ବ୍ୟୟ କରି ଆତ୍ମ ସନ୍ତୋଷ ଲାଭ କରିବେ । ଯଶସ୍ୱୀ ହେବେ । ପନôୀଙ୍କ ପରାମର୍ଶରେ ବାଟ ଚାଲିବେ । ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି ବିତି ପାରେ ।
ମୀନ: ସାମୟିକ ଭାବେ ଆତ୍ମଗୋପନ କରିବାକୁ ବାଧ୍ୟ ହେବେ । ଅର୍ଥ ଲାଭର ସୂଚନା ମିଳୁଛି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଶତ୍ରୁ ନିପାତ କରିବେ ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।