ନରଗିସ୍‌ଙ୍କ ଫିଲ୍ମ ରିମେକ୍‌ ପାଇଁ ୧୦ କୋଟି ଦାବି କଲେ ଐଶ୍ୱର୍ଯ୍ୟା

.

Copy Editor RRM | Published On: Jan 05, 2018 05:31 PM IST |   1083

ନୂଆଦିଲ୍ଲୀ: ୧୯୬୭ରେ ଅଭିନେତ୍ରୀ ନରଗିସ୍‌ ଦତ୍ତଙ୍କ ଫିଲ୍ମ ରାତ୍‌ ଔର ଦିନ ମୁକ୍ତିଲାଭ ହୋଇଥିଲା । ଏବେ ଏହି ଫିଲ୍ମର ରିମେକ ପାଇଁ ନରଗିସ୍‌ଙ୍କ ଚରିତ୍ରରେ ଅଭିନୟ ଲାଗି ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଅଫର ମିଳିଛି । ତେବେ ଐଶ୍ୱର୍ଯ୍ୟା ଏଥିପାଇଁ ୧୦ କୋଟି ଟଙ୍କା ଦାବି କରିଛନ୍ତି । ରିପୋର୍ଟ ମୁତାବକ, ଫିଲ୍ମ ନିର୍ମାତା ପ୍ରେରଣା ଆରୋଡା ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ବହୁ କୋଟି ଟଙ୍କାର ପାରିଶ୍ରମିକ ଦେବାକୁ ରାଜି ହୋଇଯାଇଛନ୍ତି । ଏହି ରିମେକ ଫିଲ୍ମରେ ଐଶ୍ୱର୍ଯ୍ୟା ଦୈତ ଭୂମିକାରେ ଦେଖାଯିବେ । ସୂଚନାଯୋଗ୍ୟ, ଦିନ ଔର ରାତ ଫିଲ୍ମରେ ନରଗିସ୍‌ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଏଥିସହ ପ୍ରଦୀପ କୁମାର, ଫିରୋଜ ଖାନ ଓ ଅନୁପ କୁମାର ମଧ୍ୟ ଫିଲ୍ମରେ ଥିଲେ । ତେବେ ଭଲ ଅଭିନୟ ପାଇଁ ନରଗିସ୍‌ଙ୍କୁ ଜାତୀୟ ପୁରସ୍କାର ମିଳିଥିଲା । ସମ୍ପ୍ରତି ଐଶ୍ୱର୍ଯ୍ୟା ଫିଲ୍ମ ଫନି ଖାନ ପାଇଁ ବ୍ୟସ୍ତ ରହିଛନ୍ତି । ଏଥିରେ ଅନିଲ କପୁର ଓ ରାଜକୁମାର ରାଓ ଅଭିନୟ କରୁଛନ୍ତି । ଏହି ଫିଲ୍ମ ଶୁଟିଂ ଶେଷ ହେବା ପରେ ଐଶ୍ୱର୍ଯ୍ୟା ଦିନ ଔର ରାତ୍‌ ସିନେମା କାମ ଆରମ୍ଭ କରିବେ ବୋଲି ଜଣାପଡ଼ିଛି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।