ଇଣ୍ଡୋନେସିଆ ଯିବେ ଦିନ୍‌ଜା ଜାକେସିଆ ; ମିଳିଲା ପାସ୍‌ପୋର୍ଟ

ପ୍ରଥମ ଡଙ୍ଗରିଆ ଯୁବତୀ ଭାବେ ପାଇଲେ ପାସ୍‌ପୋର୍ଟ

Copy Editor AH | Published On: Jan 05, 2018 01:51 PM IST |   480


ଭୁବନେଶ୍ୱର : ଓଡ଼ିଶାର ଦିନ୍‌ଜା ଜାକେସିଆ, ଇଣ୍ଡୋନେସିଆ ବାଲିଠାରେ ଆୟୋଜିତ ଏକ ଆନ୍ତର୍ଜାତିକ ଆଦିବାସୀ ଚଳଚ୍ଚିତ୍ର ଉତ୍ସବରେ ଯୋଗଦେବା ପାଇଁ ଯାଉଛନ୍ତି । ଦିନ୍‌ଜା ହେଉଛନ୍ତି ରାୟଗଡ଼ ଜିଲା ବିଷମ କଟକ ବ୍ଳକ ଅନ୍ତର୍ଗତ କୁର୍ଲି ଗ୍ରାମର ବାସିନ୍ଦା ମାଣ୍ଡା ଜାକେସିଆଙ୍କ ଝିଅ । ସେ ମଧ୍ୟ କୁର୍ଲି ପଞ୍ଚାୟତର ସରପଞ୍ଚ । ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ପ୍ରଥମ ସଦସ୍ୟ ଭାବେ ଦିନ୍‌ଜା ଜାକେସିଆ ପାସ୍‌ପୋର୍ଟ ଲାଭ କରି ଇତିହାସ ସୃଷ୍ଟି କରିଛନ୍ତି । ସେ ମଧ୍ୟ ପ୍ରଥମ ଡଙ୍ଗରିଆ ଭାବେ ବିଦେଶ ଗସ୍ତ କରିବାର ସୌଭାଗ୍ୟ ଲାଭ କରିପାରିବେ ।

ସେ ଏକ ଲୁପ୍ତପ୍ରାୟ ଆଦିବାସୀ ସମ୍ପ୍ରଦାୟଙ୍କୁ ନେଇ ଇଣ୍ଡୋନେସିଆ ବାଲିଠାରେ ଆୟୋଜିତ ଏକ ଆନ୍ତର୍ଜାତିକ ଆଦିବାସୀ ଚଳଚ୍ଚିତ୍ର ଉତ୍ସବରେ ଯୋଗଦେବା ପାଇଁ ବିଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଦିନ୍‌ଜା ଭୁବନେଶ୍ୱର ପାସ୍‌ପୋର୍ଟ କାର୍ଯ୍ୟାଳୟରେ ପାସ୍‌ପୋର୍ଟ ପାଇଁ ଆବେଦନ କରିଥିଲେ । ଗୁରୁବାର ତାଙ୍କର ପାସପୋର୍ଟ କାର୍ଯ୍ୟାଳୟରେ କାଗଜପତ୍ର ଦାଖଲକରିବା ପାଇଁ ଦିନଧାର୍ଯ୍ୟ କରାଯାଇଥିଲା । ପ୍ରଚଳିତ ନିୟମ ଅନୁସାରେ ତାଙ୍କ ଠିକଣାରେ ପାସ୍‌ପୋର୍ଟ ପଠାଯାଇଥାନ୍ତା; କିନ୍ତୁ ସେ ନିର୍ଦିଷ୍ଟ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ଭାବେ ପ୍ରଥମଥର ଲାଗି ପାସପୋର୍ଟ ଆବେଦନ କରିଥିବାରୁ ତାଙ୍କ ହାତରେ ପାସପୋର୍ଟ ପ୍ରଦାନ କରାଯାଇଥିଲା ବୋଲି ଆଞ୍ଚଳିକ ପାସପୋର୍ଟ ଅଧିକାରୀ ଦିଗ୍‌ବିଜୟ ଗିରି ସୂଚନା ଦେଇଛନ୍ତି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।