ଏନ୍‌କାଉଣ୍ଟର ନଂ- ୭, ବୁଦ୍ଧିଆ ଆହତ

ବନ୍ଧୁକ ଓ ଗୁଳି ଜବତ

Copy Editor AH | Published On: Jan 05, 2018 11:49 AM IST | Updated On: Jan 05, 2018 04:24 PM IST |   307

କଟକ : ଅପରାଧୀଙ୍କୁ ଦମନ କରିବା ପାଇଁ କଟକରେ ପୁଣି ପୁଲିସ ଏନକାଉଣ୍ଟରର ସହାୟତା ନେଇଛି । ଏନକାଉଣ୍ଟର ନଂ-୭ରେ ଦୁର୍ଦାନ୍ତ ଅପରାଧୀ ବୁଦ୍ଧିଆ ଗୁରୁତର ଆହତ ହୋଇଛି । ନୂଆବର୍ଷ ଆରମ୍ଭରୁ ପୁଲିସ ଏହି ଏନକାଉଣ୍ଟର କରିଛି। ଗତ ବର୍ଷ କଟକରେ ୬ଟି ଏନକାଉଣ୍ଟର ଘଟିଥିବା ବେଳେ ଏହାକୁ ମିଶାଇ ଏନକାଉଣ୍ଟର  ସଂଖ୍ୟା ୭ରେ ପହଞ୍ଚିଛି।

ଗୁରୁବାର ରାତିରେ ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ବୁଦ୍ଧିଆ ଗୁରୁତର ଆହତ ହୋଇଛି । କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ବଢ଼େଇସାହି ନିକଟରେ ବୁଦ୍ଧିଆକୁ ଧରିବା ପାଇଁ ପୁଲିସ ଉଦ୍ୟମ କରୁଥିବାବେଳେ ସେ ପୁଲିସ ଉପରକୁ ପାଲଟା ଗୁଳିଚାଳନା କରିଥିଲା। ଆତ୍ମରକ୍ଷା ପାଇଁ ପୁଲିସ ତା’ଉପରକୁ ଗୁଳିଚାଳନା କରିଥିଲା। ଗୋଟିଏ ଗୁଳି ତାର ଡାହାଣପଟ ଜଙ୍ଘରେ ବାଜିଛି। ଗୁରୁତର ଅବସ୍ଥାରେ ତାକୁ ଚିକିତ୍ସା ପାଇଁ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବୁଦ୍ଧିଆ ଓରଫ ତି୍ରଲୋଚନ ନାୟକର ଘର ଶରଣକୂଳ ଅଞ୍ଚଳରେ। ତା’ ନିକଟରୁ ଦୁଇଟି ବନ୍ଧୁକ, ୭ରାଉଣ୍ଡ ଗୁଳି, ଗୋଟିଏ ଖୋକା, ଗୋଟିଏ ବାଇକ ଓ ଦୁଇଟି ମୋବାଇଲ ଫୋନ୍‌କୁ ପୁଲିସ ଜବତ କରିଛି। ବୁଦ୍ଧିଆ ନାଁରେ ଝାଡଖଣ୍ଡ ଜାମସେଦପୁର ଥାନାରେ ଏକ ହତ୍ୟା ମାମଲା ରହିଥିବା ପୁଲିସ କହିଛି।


ପୁଲିସ ସୂତ୍ରରୁ ପ୍ରକାଶ, ଆହତ ବୁଦ୍ଧିଆ ନାମରେ ପୂର୍ବରୁ କଟକ, ଭୁବନେଶ୍ୱର ସମେତ ବିଭିନ୍ନ ଜିଲାର ଏକାଧିକ ଥାନାରେ ୩୨ଟିରୁ ଊର୍ଦ୍ଧ୍ବ ମାମଲା ରହିଛି। ତାକୁ ଧରିବା ପାଇଁ ପୁଲିସ ଜାଲ ବିଛାଇଥଲେ ହେଁ ସେ ଅପରାଧ ଘଟାଇ ଖସି ପଳାଇବାରେ ସମର୍ଥ ହେଉଥିଲା। ଗୁରୁବାର ରାତି ପ୍ରାୟ ୯ଟାରେ ବୁଦ୍ଧିଆ ସଦର ଥାନା ଅନ୍ତର୍ଗତ ଗୋପାଳପୁର ପୁରୁଣା ଟୋଲଗେଟ ନିକଟରେ ଅପରାଧ ଘଟାଇବାକୁ ସହଯୋଗୀଙ୍କୁ ଅପେକ୍ଷା କରି ରହିଥିଲା। ଏ ସଂପର୍କରେ ଏସିପି ତଥା ଥାନା ଅଧିକାରୀ ଦେବଦତ୍ତ କରଙ୍କୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ ଏସିପି ଶ୍ରୀ କର, ସ୍ପେଶାଲସ୍କ୍ୱାଡ ଏବଂ ଏସ୍‌ଆଇ କେ.ଏସ୍‌ ବରାଡ ଘଟଣାସ୍ଥଳରେ ଅଚାନକ ଚଢଉ କରିଥିଲେ। ପୁଲିସକୁ ଦେଖି ବୁଦ୍ଧିଆ ବାଇକ୍‌ରେ ଖସି ପଳାଇଯିବାକୁ ଉଦ୍ୟମ କରିଥିଲା। ତାକୁ ପିଛା କରିବା ପରେ ସେ ଗୋପାଳପୁର ବଢ଼େଇସାହି ରାସ୍ତା ମୁହଁରେ ବାଇକ୍‌କୁ ଫୋପାଡି ଦେଇ ପାଖରେ ରଖିଥିବା ବନ୍ଧକରୁ ପୁଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା। ସୌଭାଗ୍ୟବଶତ ଗୁଳିଟି କାହାରି ଦେହରେ ବାଜି ନ ଥିଲା। ଏହା ପରେ ବୁଦ୍ଧିଆ ଆଉ ଏକ ରାଉଣ୍ଡ ଗୁଳି ଚଳାଇବା ପାଇଁ ଉଦ୍ୟମ କରୁଥିବା ଦେଖି ଆତ୍ମରକ୍ଷା ପାଇଁ ଏସିପି ଶ୍ରୀ କର ସର୍ଭିସ ରିଭଲଭରରୁ ତା’ର ଡାହାଣପଟ ଜଙ୍ଘକୁ ଲକ୍ଷ୍ୟକରି ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିମାଡ଼ ପରେ ବୁଦ୍ଧିଆ ସେଠାରେ ପଡିଯିବାରୁ ସଂଗେ ସଂଗେ ତାକୁ କାବୁ କରିନିଆଯାଇଥିଲା। ବୁଦ୍ଧିଆ ନାମରେ କଟକ, ଭୁବନେଶ୍ୱର, ସୁନାଖଳା, ନୟାଗଡ, ନୂଆଗାଁଳ,ଦଶପଲ୍ଲା ଓ ଖଣ୍ଡପଡାରେ ଏକାଧିକ ମାମଲା ରହିଥିବା ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।