ଶ୍ରୀମନ୍ଦିରରେ ମୋବାଇଲ ଫୋନ: କାଟୁ କରୁନି କଟକଣା

ଶ୍ରୀମନ୍ଦିରରେ ମୋବାଇଲ ଫୋନ: କାଟୁ କରୁନି କଟକଣା

Copy Editor AH | Published On: Jan 04, 2018 11:30 PM IST |   102


ପୁରୀ : ଶ୍ରୀମନ୍ଦିରରେ ମୋବାଇଲ ଫୋନ ବ୍ୟବହାର କଟକଣା ପ୍ରହସନରେ ପରିଣତ ହୋଇଛି । ବାରମ୍ବାର ନିଷ୍ପତ୍ତି ସତ୍ତ୍ୱେ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁ ଭକ୍ତଙ୍କଠାରୁ ସୁରକ୍ଷାକର୍ମୀ ମୋବାଇଲ ଫୋନ ଛଡାଇ ନେଉଥିବା ବେଳେ ଅନୁରୂପ କଟକଣା ସେବକଙ୍କ ଉପରେ ଲାଗୁ ପାଇଁ ପ୍ରଶାସନର ଘୋଷଣା ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରୁନି । ଏଥିଯୋଗୁଁ ମନ୍ଦିର ଭିତର ଦୃଶ୍ୟ ପୁଣିଥରେ ଗଣମାଧ୍ୟମରେ ଭାଇରାଲ ହେବା ଆଶଙ୍କା ରହିଛି ।


ଉଲ୍ଲେଖଯୋଗ୍ୟ ଯେ ନୂଆବର୍ଷଠାରୁ ଶ୍ରୀମନ୍ଦିରରେ ମୋବାଇଲ ଫୋନ ବ୍ୟବହାର ନିଷିଦ୍ଧ କରିବାକୁ ପ୍ରଶାସନ ଘୋଷଣା କରିଥିଲା । ପାଳିଆ ସେବକ ନୀଳଚକ୍ର ଲୋଗୋ ଥିବା କ୍ୟାମେରା ବିହୀନ ମୋବାଇଲ ଫୋନ ମନ୍ଦିର ଭିତରକୁ ନେଇପାରିବେ ବୋଲି ପ୍ରଶାସନ ଅନୁମତି ଦେଇଥିଲା । ତାହାକୁ ଭିତ୍ତିକରି ପ୍ରଶାସନିକ କାର୍ଯ୍ୟାଳୟରେ ସେବକଙ୍କ ପଞ୍ଜୀକରଣ ଏବଂ ମୋବାଇଲ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ପ୍ରସ୍ତାବକୁ ବହୁ ସେବକ ବିରୋଧ କରିଥିଲେ । ତଥାପି ମୋବାଇଲ ଫୋନ କଟକଣା ନିଷ୍ପତ୍ତିରେ ପ୍ରଶାସନ ଅଟଳ ରହିଥିଲା । ସିଂହଦ୍ୱାର ସମ୍ମୁଖରେ ଏବେମଧ୍ୟ ବଡ଼ ବଡ଼ ସାଇନବୋର୍ଡ ଲଗାଯାଇଛି । ତେବେ ସ୍ମାର୍ଟ ମୋବାଇଲ ଫୋନ ବ୍ୟବହାର ବନ୍ଦ ନିଷ୍ପତ୍ତି କେବଳ ଘୋଷଣାରେ ସୀମିତ ହୋଇ ରହିଛି । ମନ୍ଦିର ଭିତରେ ମୋବାଇଲ ଫୋନର ଅବାଧ ବ୍ୟବହାର ସମେତ ଭିଡ଼ିଓ ରେକର୍ଡିଂ ଏବଂ ଫଟୋ ଉତ୍ତୋଳନ ସୁରକ୍ଷା ବ୍ୟବସ୍ଥା ପ୍ରତି ସବୁଠାରୁ ବଡ଼ ଆହ୍ୱାନ ହୋଇଛି । କୋଟି କୋଟି ହିନ୍ଦୁଙ୍କ ପ୍ରାଣକେନ୍ଦ୍ର ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ମୋବାଇଲ ଫୋନ ସମ୍ପୂର୍ଣ୍ଣ ବନ୍ଦ ନିମନ୍ତେ ୧୨ବର୍ଷ ଧରି ନିଷ୍ପତ୍ତି ହୋଇଆସୁଛି । ଏଥିନେଇ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ, ରାଜ୍ୟ ସରକାର ଏବଂ ତଦନ୍ତ କମିଶନ କରିଥିବା ସୁପାରିସ ଗୁଡିକୁ କାର୍ଯ୍ୟକାରୀ କରାଯାଉ ନାହିଁ । ମନ୍ଦିର ଭିତରେ ମୋବାଇଲ ଜାମର ଲଗାଯିବା ନିଷ୍ପତ୍ତିକୁ ବର୍ଷ ବର୍ଷ ଧରି ଚପାଇ ରଖାଯାଇଛି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।