ପରଲୋକରେ ଚଳଚ୍ଚିତ୍ର ନିର୍ଦେଶକ ନଗେନ ରାୟ

‘ଗପ ହେଲେବି ସତ’ର ନିର୍ଦେଶକ

Copy Editor AH | Published On: Jan 04, 2018 11:11 PM IST |   474


ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ନିର୍ଦେଶକ ନଗେନ ରାୟ ଆଉ ନାହାନ୍ତି । କଟକ ଶାସ୍ତ୍ରୀନଗର ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ୮୨ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ପରିବାର ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।


ଶ୍ରମ ବିଭାଗରେ କାର୍ଯ୍ୟ କରି ମଧ୍ୟ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣକୁ ନିଶା କରିଥିଲେ ଶ୍ରୀ ରାୟ । ସତୁରୀ ଦଶକରେ ତାଙ୍କ ନିର୍ଦେଶିତ ପ୍ରଥମ ରଙ୍ଗୀନ ଚିତ୍ର ‘ଗପ ହେଲେବି ସତ’ ବେଶ୍‌ ଚର୍ଚ୍ଚାକୁ ଆସିଥିଲା । ଦର୍ଶକ ଏପରି ଚିତ୍ରକୁ ପସନ୍ଦ କରିଥିଲେ । କଟକରେ ଏହି ଚିତ୍ର ଲଗାତାର ୫ ମାସରୁ ଅଧିକ ସମୟ ଚାଲି ରେକର୍ଡ କରିଥିଲା । ଜୟଦେବ ପୁରସ୍କାରପ୍ରାପ୍ତ ସିନେମାଟୋଗ୍ରାଫର ସୁରେନ୍ଦ୍ର ସାହୁ ଏଥିରେ କାର୍ଯ୍ୟ କରିଥିଲେ । ସେହିପରି ଅଶୀ ଦଶକରେ ଶ୍ରୀ ରାୟଙ୍କ ନିର୍ଦେଶିତ ‘ତପସ୍ୟା’ ଥିଲା ଆଉ ଏକ ସଫଳ ଚିତ୍ର । ମର୍ମସ୍ପର୍ଶୀ କାହାଣୀ ଉପରେ ଆଧାରିତ ଏ ଚିତ୍ରର ସଙ୍ଗୀତକାର ଥିଲେ ବିଶିଷ୍ଟ ସଙ୍ଗୀତ ସାଧକ ପ୍ରଫୁଲ୍ଲ କର । ଏହି ଚିତ୍ରରେ ସ୍ଥାନିତ ‘ବଜାରେ ବାଜାବାଲା...’ ଗୀତଟି ଆଜି ବି ଶ୍ରୋତାଙ୍କ ହୃଦୟରେ ସ୍ଥାନିତ ହୋଇଛି ।


ମାତ୍ର ଦୁଇଟି ଚିତ୍ରରେ ନିର୍ଦେଶନା ଦେଇଥିଲେ ମଧ୍ୟ ଶ୍ରୀ ରାୟ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ବହୁ ପରିମାଣରେ ସମୃଦ୍ଧ କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏସନ ପକ୍ଷରୁ ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ଦିଲୀପ ହାଲି ପ୍ରମୁଖ ଗଭୀର ଶୋକ ପ୍ରକଟ କରିଛନ୍ତି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।