ରାତିଅଧରେ ଜଜ୍‌ଙ୍କ ଘରେ ପଶିବା ଘଟଣା ; ଲିଖିତ କ୍ଷମା ମାଗିଲା ସିବିଆଇ

ରାତିଅଧରେ ଜଜ୍‌ଙ୍କ ଘରେ ପଶିବା ଘଟଣା ; ଲିଖିତ କ୍ଷମା ମାଗିଲା ସିବିଆଇ

Copy Editor AH | Published On: Jan 04, 2018 10:43 PM IST |   138


ନୂଆଦିଲ୍ଲୀ : ରାତିଅଧରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଘରେ ସିବିଆଇ ଟିମ୍‌ ଚଢ଼ଉ କରିବା ଘଟଣାରେ ଲିଖିତ ଭାବେ ସିବିଆଇ କ୍ଷମା ପ୍ରାର୍ଥନା କରିଛି। ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କୁ ଲିଖିତ ଭୁଲ୍‌ ମାଗିବା ନେଇ ସିବିଆଇ ଆଜି ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛି। ଗତ ଡିସେମ୍ବର ୪ରେ ମାମଲାର ଶୁଣାଣି କରି ବିଚାରପତିଙ୍କ ସମ୍ମାନ ଦୃଷ୍ଟିରୁ ସିବିଆଇକୁ ଲିଖିତ ଭାବରେ କ୍ଷମା ମାଗିବାକୁ ପଡ଼ିବ ବୋଲି ବିଚାରପତି ଏ. କେ. ସିକ୍ରି ଓ ଅଶୋକ ଭୂଷଣଙ୍କ ଖଣ୍ଡପିଠ ନିର୍ଦେଶ ଦେଇଥିଲେ। ଶୁଣାଣିବେଳେ ସିବିଆଇ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ ସିବିଆଇ ଟିମ୍‌ର ଔଦ୍ଧତ୍ୟ ପାଇଁ କ୍ଷମା ପାର୍ଥନା ମଧ୍ୟ କରିଥିଲେ। ଇଣ୍ଟରନେଟରୁ ଅବସରପ୍ରାପ୍ତ ବିଚାରପତି ଆଇ. ଏମ. କୁଦୁସିଙ୍କ ଠିକଣା ସଂଗ୍ରହ କରି ସିବିଆଇ ଟିମ୍‌ ଘଟଣାସ୍ଥଳକୁ ଯାଇଥିଲା। ଚଢ଼ଉ ପୂର୍ବରୁ ଠିକଣା ଯାଞ୍ଚ ନକରି ସିବିଆଇ ଟିମ୍‌ ସିଧାସଳଖ କ୍ୟାଣ୍ଟନମେଣ୍ଟ ରୋଡ୍‌ ଠିକଣାରେ ପହଞ୍ଚିଯାଇଥିଲେ ବୋଲି ସିବିଆଇ ଓକିଲ ଦର୍ଶାଇଥିଲେ। ସିବିଆଇ ଟିମ୍‌ର ନେତୃତ୍ୱ ଜଣେ କନଷ୍ଟେବଳ ନୁହେଁ; ବରଂ ଜଣେ ବରିଷ୍ଠ ଅଧିକାରୀ ନେଉଥିଲେ, ଜଣେ ଦାୟିତ୍ୱସମ୍ପନ୍ନ ଅଧିକାରୀ ଏଭଳି ଭୁଲ୍‌ କେମିତି କଲେ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।