ଗୋପାଳପୁର ଶୁକ୍ରୁ ହତ୍ୟାକାଣ୍ଡ ଘଟଣା ; ଅଭିଯୁକ୍ତ ବନ୍ଧୁକ ସହ ଗିରଫ

ଗୋପାଳପୁର ଶୁକ୍ରୁ ହତ୍ୟାକାଣ୍ଡ ଘଟଣା ; ଅଭିଯୁକ୍ତ ବନ୍ଧୁକ ସହ ଗିରଫ

Copy Editor AH | Published On: Jan 04, 2018 09:39 PM IST |   282


ସୁନ୍ଦରଗଡ : ନୂଆବର୍ଷ ସନ୍ଧ୍ୟା ବେଳେ ହେମଗିର ଥାନା ଅନ୍ତର୍ଗତ ଗୋପାଳପୁର ଗୁଳିକାଣ୍ଡ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗୁରୁବାର ସୁନ୍ଦରଗଡ଼ ପୁଲିସ ନାଟକୀୟ ଢ଼ଙ୍ଗରେ କିରେଇଠାରୁ ଗିରଫ କରିବା ସହ ତା’ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ମଧ୍ୟ ଜବତ କରିଛନ୍ତି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଫଳରେ ଏହି ଗୁଳିକାଣ୍ଡ ଓ ହତ୍ୟା ଘଟଣାକୁ ନେଇ ବିଭିନ୍ନ ମହଲରେ ଚାଲିଥିବା ଚର୍ଚ୍ଚା ଓ ପୁଲିସ ପ୍ରତି ଥିବା ଆହ୍ୱାନର ଏକ ପ୍ରକାର ଅନ୍ତ ଘଟିଛି । "ମୋ ବଡ଼ଭାଇ ପରି ହୋଇଥିବା ବେଳେ ମନା କରିବା ସେତ୍ତ୍ୱ ମତେ ବିରକ୍ତିକର ଗାଳିଗୁଳଜ କରିବାରୁ ବାଧ୍ୟ ହୋଇ ଗୁଳି ଫୁଟାଇଲି' ବୋଲି ଗିରଫ ଅଭିଯୁକ୍ତ ଦାଢ଼ି ଓରଫ ବିକାନ୍ତ ଗିଧିଲି ପୁଲିସ ନିକଟରେ ସ୍ବୀକାର କରିଛି । ପୁଲିସ ସୂତ୍ରରୁ ପ୍ରକାଶ, ଗୋପାଳପୁରର ଶୁକୁ୍ର ନାଏକ(୪୫) ଚା ପିଇବା ପାଇଁ ନୂଆବର୍ଷ ଦିନ ବସଷ୍ଟାଣ୍ଡକୁ ଆସିଥିଲା । ଏହି ସମୟରେ ତାର ସାଙ୍ଗର ସାନ ଭାଇ ଦାଢ଼ି ଓରଫ ବିକାନ୍ତ ଗିଧିଲି(୩୦) ଓ ଅନ୍ୟ ୩/୪ଜଣ ମଧ୍ୟ ଚା ଦୋକାନକୁ ଚା ପିଇବା ପାଇଁ ଆସିଥିଲେ । ଅଭିଯୁକ୍ତ ଦାଢ଼ି ଶୁକ୍ରୁ ସହ ପୂର୍ବରୁ ଭଲ ଭାବରେ ପରିଚିତ ଥିବାରୁ ପ୍ରଥମେ କିଛି ସମୟ ଠିକଠାକ କଥାବାର୍ତ୍ତା ହେବା ପରେ କଥା କଥାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ କୁଆଡ଼େ ମୃତ ଶୁକ୍ରୁ ଅଭିଯୁକ୍ତଙ୍କୁ ଗାଳିଗୁଳଜ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦାଢ଼ି ନିଜ ପାଖରେ ରଖିଥିବା ବନ୍ଧୁକ ବାହାର କରି ସିଧାସଳଖ ଶୁକୁ୍ରର ଛାତିକୁ ଲକ୍ଷ୍ୟ କରି ୨ରାଉଣ୍ଡ ଗୁଳି ଫୁଟାଇ ଦେଇଥିଲେ । ଫଳ ସ୍ୱରୂପ ଶୁକ୍ରୁ ଚିତ୍କାର କରିବା ସହ ତଳେ ପଡ଼ିଯାଇ ମୃତ୍ୟୁ ବରଣ କରିଥିଲା । ନୂଆବର୍ଷ ପାଳନରେ ମସଗୁଲ ଥିବା ଯାତ୍ରୀ ଓ ସ୍ଥାନୀୟ ବାସିନ୍ଦା ଗୁଳି ଶବ୍ଦ ଓ ଶୁକ୍ରୁର ଚିତ୍କାର ଶୁଣି ଏକ ପ୍ରକାର ଛାନିଆ ହୋଇ ଦୋକାନ ବଜାର ଛାଡ଼ି ଯେ ଯୁଆଡ଼େ ପଲାଇଯାଇଥିଲେ । ନୂଆବର୍ଷରେ ଗୁଳି କାଣ୍ଡ ଓ ହତ୍ୟା ଘଟଣା ଖଣି ଅଞ୍ଚଳର ଲୋକଙ୍କୁ ଆତଙ୍କିତ କରି ପକାଇବା ସହ ପୁଲିସର କାର୍ଯ୍ୟଧାରା ଉପରେ ଏକ ପ୍ରକାର ଅଙ୍ଗୁଳି ନିଦେ୍ର୍ଦଶ କରିଥିଲା । ଖବର ପାଇ ସୁନ୍ଦରଗଡ଼ ଏସ.ପି ପିନାକ ମିଶ୍ର ଓ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିଥିଲେ ।

୨ ତାରିଖ ଦିନ ମୃତ ଶୁକୁ୍ରର ବୋହୂ ସୁଶନା ନାଏକ ହେମଗିର ଥାନାରେ ଏ ସଂପର୍କରେ ଏତଲା ଦେବାରୁ ପୁଲିସ ହତ୍ୟା ଓ ଆର୍ମସ ଆକ୍ଟରେ ମାମଲା ରୁଜୁ କରି କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ କରାଇଥିଲେ । ଅପରପକ୍ଷରେ ଏ ଗୁଳିକାଣ୍ଡ ଘଟାଇ ଅଭିଯୁକ୍ତ ଦାଢ଼ି ସେଠାରୁ କୌଣସି ମତେ ଏକ ଟ୍ରକରେ ବସି ସୁନ୍ଦରଗଡ଼କୁ ଆସି ପୁନଶ୍ଚ ଏଠାରୁ ଅନ୍ୟ ଏକ ଟ୍ରକରେ ବସି ବାମରାକୁ ଚାଲିଯାଇଥିଲା । ଅଭିଯୁକ୍ତ ଦାଢ଼ି ମଧ୍ୟ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ପ୍ରଥମ ପର୍ଯ୍ୟାୟରେ ପୁଲିସକୁ କେହି କିଛି କହିବା ପାଇଁ ସାହସ ଜୁଟାଇ ପାରିନଥିଲେ ମାତ୍ର ଦାଢ଼ିର ପାଖ ଲୋକଙ୍କୁ ପୁଲିସ ତନାଘନା ଜେରା କରି ଦାଢ଼ିର ସଂପୃକ୍ତି ଓ ଅବସ୍ଥିତି ସଂପର୍କରେ ନିଶ୍ଚିତ ହୋଇଯାଇଥିଲା । ଆଜି ଦାଢ଼ି ବାମରାରୁ କିରେଇ ପହଞ୍ଚô ଅନ୍ୟ ଏକ ଜାଗାକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏସ.ପିଙ୍କ ନିଦେ୍ର୍ଦଶକ୍ରମେ ଏସଡ଼ିପିଓ ପ୍ରଶାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଥିବା ହେମଗିର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି, ସବଇନ୍ସପେକ୍ଟର କିଶୋର ଚନ୍ଦ୍ର ବେହେରା, ଏ.ଏସ.ଆଇ ସୁରେନ୍ଦ୍ର ନାଥ ସାହୁ ଓ ଅନ୍ୟାନ୍ୟ ପୁଲିସ କର୍ମଚାରୀ ଦାଢ଼ିକୁ ମାଡ଼ି ବସିବା ସହ ତାଠାରୁ ଏକ ବନ୍ଧୁକ ମଧ୍ୟ ଜବତ କରିଥିଲେ । ପରେ ଦାଢ଼ି ହତ୍ୟାକାଣ୍ଡରେ ଏ ବନ୍ଧୁକଟି ବ୍ୟବହାର କରିଥିଲି ଓ ସମସ୍ତ କଥା ଅଧିକାରୀଙ୍କ ନିକଟରେ ସ୍ୱିକାର କରିଥିଲା । ୭୨ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଓ ବନ୍ଧୁକକୁ ଜବତ କରି ପୁଲିସ ସମଗ୍ର ଘଟଣାର ପର୍ଦ୍ଦାଫାଶ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଶ୍ୱସ୍ତି ପ୍ରକାଶ ପାଇଛି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।