ଗୁରୁବାର ରାଶିଫଳ

ଗୁରୁବାର ରାଶିଫଳ

Copy Editor RKD | Published On: Jan 04, 2018 12:04 AM IST |   2021

ମେଷ: ପ୍ରତିରୋଧକୁ ଏଡ଼ାଇ ଆଗକୁ ବଢ଼ି ପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଅଜୀର୍ଣ୍ଣରେ ଆକ୍ରାନ୍ତ ହେବାର ସୂଚନା ମିଳୁଛି । କୃଷିକ୍ଷେତ୍ରରୁ ଆୟ ଆସିବ । ଯାନବାହନ ଜନିତ ସୁଖ ମିଳିପାରେ । ଗୃହ ପରିବେଶ ଠିକ୍‌ ରହିବ ।
ବୃଷ: କର୍ମକ୍ଷେତ୍ରରେ ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ସକଳ ଗୁଣର ଅଧିକାରୀ ହୋଇପାରନ୍ତି । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ସୁଖ ଭୋଗ କରିବେ । ଲାଗି ରହିଥିବା ବିବାଦର ସମାଧାନ ହେବ । ପ୍ରତିଯୋଗୀ ହେବେ ।
ମିଥୁନ: ତ୍ୟାଗପୁତ ମନୋବୃତ୍ତି ଗ୍ରହଣ କରିପାରନ୍ତି । ନୀତିରୁ ବିଚୁ୍ୟତ ହେବାର ପ୍ରଶ୍ନ ଉଠୁ ନାହିଁ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ଉଦ୍ୟମ ଜାରି ରଖିବେ । ସହିଷ୍ଣୁ ବ୍ୟକ୍ତିଭାବେ ଆଦର ମିଳିବ ।
କର୍କଟ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଧନବାନ ହୋଇପାରନ୍ତି । ଅପାର ଗୁଣର ଅଧିକାରୀ ହେବେ । ଉପାର୍ଜନ ଆଶାନୁରୂପ ହୋଇପାରେ । ବଳିଷ୍ଠ ଓ ରୂପବାନ ହେବା ଆଶା କରାଯାଏ ।
ସିଂହ: ବ୍ୟୟର ପରିମାଣ ବୃଦ୍ଧି ପାଇ ପାରେ । ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ସ୍ୱାଭିମାନୀ ହୋଇପାରନ୍ତି । ବାର୍ତ୍ତାଳାପରେ ଅନ୍ୟାନଙ୍କର ମନମୁଗ୍ଧ କରିପାରନ୍ତି ।
କନ୍ୟା: ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନବାହନ ଜନିତ ସୁଖ ମିଳିବ । କୀର୍ତ୍ତିମାନ ହେବେ । ସୁଖଭୋଗ କରିବେ । ଗୁଣଜ୍ଞ ହୋଇପାରନ୍ତି । ସରକାରୀ ଅର୍ଥ ପାଇବେ । ସମ୍ମାନିତ ହେବୋ
ତୁଳା: କାର୍ଯ୍ୟରେ ସଫଳତା ଲାଭ କରିବେ । ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଗୃହ ପ୍ରଦୂଷଣମୁକ୍ତ ହେବ । ଉତ୍ତମ ଗୁଣଯୁକ୍ତ ହୋଇପାରନ୍ତି । କୀର୍ତ୍ତି, ମତ୍ତି, ସତ୍ତ୍ୱ, ସନ୍ତୋଷ ଓ ବହୁବିଧ ଧନ ମିଳିପାରେ ।
ବିଛା: ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଠାକୁର ପୂଜାରେ ଲୟ ରହିବ । ଧନବାନ ହେବେ । ସ୍ତ୍ରୀ ମୋହନକାରୀ ହେବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ପରୋପକାରୀ ହେବେ । ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି ।
ଧନୁ: ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୂଚନା ମିଳୁଛି । ନବବସ୍ତ୍ର ପରିଧାନ କରି ସୁଖୀ ହେବେ । ଯାନବାହନ ସୁଖ ମିଳିପାରେ । ସରକାରୀ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ।
ମକର: ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ । ବନ୍ଧୁ ସହାୟତା ପାଇ ବିଶେଷ ଉପକୃତ ହୋଇପାରନ୍ତି । ପନôୀଙ୍କ ପରାମର୍ଶ ଉପାଦେୟ ହୋଇପାରେ । ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ ।
କୁମ୍ଭ: ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ । ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି ।
ମୀନ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । କର୍ମ ଚଞ୍ଚଳ ରହିବେ । ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି । ଆକସ୍ମିକ ଧନଲାଭ ହୋଇପାରେ । ବ୍ୟବସାୟୀମାନେ ପ୍ରଚୁର ଧନଲାଭ କରିପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।