ଧାର୍ମିକ ପୀଠ ଓ ପର୍ଯ୍ୟଟନସ୍ଥଳ ବିକାଶ ଲାଗି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ଯୋଜନା

‘ପ୍ରସାଦ’ରେ ପୁରୀ ଓ ‘ସ୍ୱଦେଶ’ରେ ଚାରି ଉପକୂଳବର୍ତ୍ତୀ ଅଞ୍ଚଳ ସାମିଲ

Copy Editor AH | Published On: Jan 03, 2018 10:36 PM IST |   138


ଭୁବନେଶ୍ୱର : ଦେଶରେ ଥିବା ଧାର୍ମିକ ପୀଠ ଓ ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ତୀର୍ଥଯାତ୍ରା କାୟାକଳ୍ପ ଓ ଆଧ୍ୟାତ୍ମିକ ବୃଦ୍ଧି ଡ୍ରାଇଭ୍‌(ପ୍ରସାଦ) ଓ ‘ସ୍ୱଦେଶ ଦର୍ଶନ’ ନାମକ ଦୁଇଟି ନୂଆ ଯୋଜନା କାର୍ଯ୍ୟକାରୀ ହେଉଛି । ‘ପ୍ରସାଦ’ ଯୋଜନାରେ ଶ୍ରୀଜଗନ୍ନାଥଧାମ ତଥା ଶ୍ରୀକ୍ଷେତ୍ର ପୁରୀ ସାମିଲ ହୋଇଛି । ସେହିପରି ‘ସ୍ୱଦେଶ’ ଦର୍ଶନ ଯୋଜନାରେ ରାଜ୍ୟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଗୋପାଳପୁର, ବରକୁଳ, ସାତପଡ଼ା ଓ ଟମ୍‌ପରାକୁ ଅନ୍ତର୍ଭୁକ୍ତ କରାଯାଇଛି ।


କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୨୧ଟି ରାଜ୍ୟର ପର୍ଯ୍ୟଟନସ୍ଥଳି, ଐତିହ୍ୟ ଓ ଧାର୍ମିକ ପୀଠର ବିକାଶ ଲାଗି ପର୍ଯ୍ୟଟନ ମନ୍ତ୍ରାଳୟକୁ ୧୦୦କୋଟି ଅନୁଦାନ ପ୍ରଦାନ କରିଛି । ଏହାସହିତ ପର୍ଯ୍ୟଟନସ୍ଥଳୀ, ଐତିହ୍ୟ ଓ ଧାର୍ମିକ ପୀଠର ପ୍ରଚାର ଓ ପ୍ରସାର ଲାଗି ୪୧୨କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ‘ପ୍ରସାଦ’ଯୋଜନାରେ ପୁରୀର ସର୍ବାଙ୍ଗୀଣ ବିକାଶ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି ।


ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ପ୍ରତି ପର୍ଯ୍ୟଟକଙ୍କ ସ୍ୱତନ୍ତ୍ର ଆକର୍ଷଣ ରହିଛି । ଏଥିପାଇଁ ବିଭିନ୍ନ ସମୟରେ ବହୁ ପର୍ଯ୍ୟଟକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକୁ ଭ୍ରମଣ କରିଥାଆନ୍ତି । ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ସ୍ୱଦେଶ’ ଦର୍ଶନ ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧,୮୪୦.୭୭କୋଟି ଟଙ୍କା ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୫୦କୋଟି ଟଙ୍କା ମଞ୍ଜୁର ହୋଇଛି । ସ୍ୱଦେଶ ଦର୍ଶନ ଯୋଜନାରେ ଓଡ଼ିଶାର ସମୁଦ୍ର କୂଳବର୍ତ୍ତି ଅଞ୍ଚଳ ଗୋପାଳପୁର, ବରକୁଳ, ସାତପଡ଼ା ଓ ଟମପଡ଼ାକୁ ସାମିଲ କରାଯାଇଛି । ଏସବୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ର ସରକାର ୭୬.୪୯କୋଟି ମଞ୍ଜୁର କରିଥିବାବେଳେ ୧୫.୩କୋଟି ଟଙ୍କା ପ୍ରଦାନ କରାଯାଇଛି । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଚଳିତ ବର୍ଷ ହୋଟେଲ୍‌ ବର୍ଗିକରଣ, ଟ୍ରାଭେଲ୍‌ ଏଜନ୍ସେ ଓ ଟୁର୍‌ ଅପରରେଟର ସାଙ୍ଗକୁ ନିଜ ଘରେ ପର୍ଯ୍ୟଟକଙ୍କୁ ରଖିବା ଲାଗି ‘ବେଡ୍‌ ଆଣ୍ଡ୍‌ ବ୍ରେକ୍‌ଫାଷ୍ଟ’ ଯୋଜନା କାର୍ଯ୍ୟକାରୀ ହେଉଛି । ବରିଷ୍ଠ ପର୍ଯ୍ୟଟନ ଅଧିକାରୀ ଏହାର ତର୍ଜମା କରିବା ପରେ ଅନୁମତି ଦେଇଥାନ୍ତି । ୨୦୧୮ରେ ଜାନୁଆରୀ ୧୪ରୁ୧୬ ପର୍ଯ୍ୟନ୍ତ ମୁକ୍ତେଶ୍ୱର ଉତ୍ସବ, ଜାନୁଆରୀ ୧୮ରୁ୨୦ ପର୍ଯ୍ୟନ୍ତ ରାଜାରାଣୀ ଉତ୍ସବ ଏବଂ ଫେବୃଆରୀ ୬ରୁ୮ ପର୍ଯ୍ୟନ୍ତ ଧଉଳି କଳିଙ୍ଗ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଇଣ୍ଡିଆ ଟୁରିଜିମ୍‌ ମ୍ୟାନେଜର ପ୍ରବୀର ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି । ପର୍ଯ୍ୟଟନସ୍ଥଳୀ, ଐତିହ୍ୟସ୍ଥଳୀ, ଧାର୍ମିକପୀଠ, ସମୁଦ୍ରତଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଯେଭଳି ଅଧିକ ପର୍ଯ୍ୟଟକ ଆସିପାରିବେ ସେଥିପାଇଁ ମନ୍ତ୍ରାଳୟ ପକ୍ଷରୁ ପ୍ରଚାର ଓ ପ୍ରସାର ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ବୋଲି ସେ କହିଛନ୍ତି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।