ଗାଡି ଧକ୍କାରେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମୃତ୍ୟୁ:ଜାତୀୟ ରାଜପଥ ଅବରୋଧ

.

Published On: Jan 03, 2018 09:45 PM IST | Updated On: Jan 03, 2018 09:47 PM IST |   200

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାର ଦାଣ୍ଡମୁକୁନ୍ଦପୁର ଠାରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ସତ୍ୟବାଦୀ ମିଶ୍ର(୬୫) ନାମକ ଜଣେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି  । ଏହାକୁ ନେଇ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ସେଠାରେ ଜାତୀୟ ରାଜପଥକୁ ଅଧଘଣ୍ଟା ପାଇଁ ଅବରୋଧ କରିଥିଲେ  । ମୃତକଙ୍କ ଘର ଉକ୍ତ ଦାଣ୍ଡମୁକୁନ୍ଦପୁର ଗ୍ରାମର ତୃତୀୟ"ଷ'ରେ ।।

ସୂଚନା ଅନୁଯାଇ, ବୁଧବାର ସଂନ୍ଧ୍ୟା ପ୍ରାୟ ୭ଟା ୧୫ରେ ଦାଣ୍ଡମୁକୁନ୍ଦପୁରର ସଠସ ଛକ ଠାରେ ପିପିଲି ବାଇପାସ ରାସ୍ତାକୁ ଚାଲି ଚାଲି ଅତିକ୍ରମ କରୁଥିବା ବେଳେ ଦୃତ ଗତିରେ ଆସୁଥିବାଏକ ଅଜଣା କାର୍‌ ସତ୍ୟବାଦୀଙ୍କୁ ଧକା ଦେଇ ପଳାଇଥିଲା  । କାର୍‌ ଧକ୍କାରେ ସେ ଛିଟିକି ଯାଇ ରାସ୍ତା ମଝିରେ ପଡିଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା  । ସ୍ଥାନୀୟ ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପିପିଲି ହସପିଟାଲକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ  । ଏହାକୁ ନେଇ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ସେଠାରେ ଟାୟାର ଜାଳି ଜାତୀୟ ରାଜପଥକୁ ସାଢେ ୭ଟାରୁ ଅବରୋଧ କରିଥିଲେ  । ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବା ବେଳେ ସେଠାରେ ଏକ ଗତିରୋଧକ ନିର୍ମାଣ କରାଯିବା, ଆଲୋକ ବ୍ୟବସ୍ଥା ସହ ଟ୍ରାଫିକ ପୁଲିସ ବ୍ୟବସ୍ଥା କରାଯିବାକୁ ସେମାନେ ଦାବି କରିଥିଲେ  । ଖବର ପାଇ ପିପିଲି ଏସ୍‌ଡିପିଓ ଦିଲିପ ତ୍ରିପାଠୀ, ଆଇଆଇସି ଶରତ ସାହୁ, ବଳଙ୍ଗା ଥାନାଧିକାରୀ ସୁଶାନ୍ତ କୁମାର ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା  ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।