ଆପ୍‌ ରାଜ୍ୟସଭା ପ୍ରାର୍ଥୀ ତାଲିକା : କୁମାର ବିଶ୍ୱାସ ବାଦ୍‌

ଆପ୍‌ ରାଜ୍ୟସଭା ପ୍ରାର୍ଥୀ ତାଲିକା : କୁମାର ବିଶ୍ୱାସ ବାଦ୍‌

Copy Editor AH | Published On: Jan 03, 2018 08:44 PM IST |   696


ନୂଆଦିଲ୍ଲୀ : ଜାନୁଆରୀ ୧୬ରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ଲାଗି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ପକ୍ଷରୁ ବୁଧବାର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଭାରତୀୟ ଚାର୍ଟାଡ୍‌ ଆକାଉଣ୍ଟାଣ୍ଟ ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଚାର୍ଟାଡ୍‌ ଆକାଉଣ୍ଟାଣ୍ଟ ଏନ୍‌. ଡି. ଗୁପ୍ତା, ବ୍ୟବସାୟୀ ତଥା ସମାଜସେବୀ ସୁଶିଲ ଗୁପ୍ତା ଏବଂ ଦଳୀୟ କର୍ମୀ ସଞ୍ଜୟ ସିଂହଙ୍କ ନାମ  ଘୋଷଣା କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନରେ ଦଳର ରାଜନୈତିକ ବ୍ୟାପାର କମିଟିର ବୈଠକ ପରେ ଉପ ମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆ ଏହି ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛନ୍ତି । ତେବେ ଦୀର୍ଘ ଦିନରୁ ସୁଯୋଗ ଅପେକ୍ଷାରେ ଥିବା ଦଳର ପ୍ରତିଷ୍ଠାତା ସଦସ୍ୟ କୁମାର ବିଶ୍ୱାସଙ୍କ ନାମକୁ ଦଳ ବିଚାରକୁ ନେଇ ନାହିଁ । ଫଳରେ ପ୍ରାର୍ଥି ତାଲିକା ଘୋଷଣା ପରେ କୁମାର ଦଳୀୟ ନେତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସତ କଥା କହିବାରୁ ଦଳ ତାଙ୍କୁ ଦଣ୍ଡିତ କରିଛି ବୋଲି ସେ କହିଛନ୍ତି ।

ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୋଟିପତି ବ୍ୟବସାୟୀ ସୁଶୀଲ ଗୁପ୍ତା ନିଜକୁ ଜଣେ କୃଷକ ଏବଂ ସାମାଜିକ କର୍ମୀ ବୋଲି ଦର୍ଶାଇଛନ୍ତି । ୨୦୧୩ରେ ସେ କଂଗ୍ରେସ ଟିକେଟ୍‌ରେ ମୋତି ନଗରରୁ ବିଧାନସଭା ନିର୍ବାଚନ ଲଢିଥିଲେ । ନିକଟରେ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ବିଧାନସଭା ନିର୍ବାଚନ ବେଳେ ଦାଖଲ କରିଥିବା ସତ୍ୟପାଠରେ ସେ ନିଜ ସମ୍ପତି ପରିମଣ ୧୬୪ କୋଟି ଟଙ୍କା ବୋଲି ଉଲ୍ଲେଖ କରିଥିଲେ । ସେହିଭଳି ଏନ୍‌.ଡି. ଗୁପ୍ତା ଜିଏସ୍‌ଟିର ପ୍ରମୁଖ ବିଶେଷଜ୍ଞ ଭାବେ ଜଣାଶୁଣା । ଅର୍ଥନୀତି ଏବଂ ବ୍ୟବସାୟ ଉପରେ ସେ ଏକାଧିକ ପୁସ୍ତକ ରଚନା କରିଛନ୍ତି । ଜିଏସ୍‌ଟି ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରି ସେ ଚର୍ଚ୍ଚାକୁ ଆସିଥିଲେ । ଆଇନ, ଅର୍ଥନୀତି, ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରର ୧୮ ଜଣଙ୍କ ମଧ୍ୟରୁ ଏହି ତିନି ଜଣଙ୍କୁ ଚୟନ କରାଯାଇଛି ବୋଲି ସିଶୋଦିଆ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।