୪୦୦କୋଟି କ୍ଲବରେ ‘ଟାଇଗର ଜିନ୍ଦା ହେ’  

୪୦୦କୋଟି କ୍ଲବରେ ‘ଟାଇଗର ଜିନ୍ଦା ହେ’  

Copy Editor AH | Published On: Jan 03, 2018 08:03 PM IST | Updated On: Jan 03, 2018 08:30 PM IST |   942

 

ମୁମ୍ବଇ : ସଲମନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଟାଇଗର ଜିନ୍ଦା ହେ’  ବକ୍ସ ଅଫିସ୍‌ରେ ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଛି । ମାତ୍ର ୧୦ ଦିନରେ ‘ଟାଇଗର ଜିନ୍ଦା ହେ’  ୪୦୦ କୋଟି କ୍ଲବରେ  ସାମିଲ ​ହୋଇଛି ।  ରେକର୍ଡ କାରବାର କରି ଏହା ୨୦୧୭ର ୨ୟ ସର୍ବାଧିକ ଆୟକାରୀ ଫିଲ୍ମ ହୋଇପାରିଛି । ୧୦ ଦିନରେ ‘ଟାଇଗର ଜିନ୍ଦା ହେ’  ୪୨୩ କୋଟି ଟଙ୍କା  ଆୟ କରିଛି । ତେବେ ରିଲିଜ ହେବାର ୧୦ ଦିନରେ ‘ବାହୁବଲି-୨’ ୮୦୨ କୋଟି ଆୟ କରି ଶୀର୍ଷରେ ରହିଛି ।  ୧୦ ଦିନରେ ଭଲ ଆୟ କରିଥିବା ଫିଲ୍ମ ତାଲିକାରେ ’ଗୋଲମାଲ ଏଗେନ’ ୩୦୮ କୋଟି, ‘ରଇଜ୍’ ୨୭୩ କୋଟି, ‘ଟ୍ୟୁବ୍ ଲାଇଟ’ ୨୦୮ ଆଦି ରହିଛନ୍ତି ।

ଗତ ୨୨ ତାରିଖରେ ‘ଟାଇଗର ଜିନ୍ଦା ହେ’  ରିଲିଜ ହୋଇଥିଲା । ପ୍ରଥମ ଦିନରେ ଫିଲ୍ମଟି  ୩୩ କୋଟି ୭୫ ଲକ୍ଷ ଟଙ୍କା ଆୟରିଥିଲା ।  ସେହିପରି ରିଲିଜର ପ୍ରଥମ ସପ୍ତାହରେ ଫିଲ୍ମଟି ୧୦୦ କୋଟି କ୍ଲବରେ ସାମିଲ୍ ହୋଇଥିଲା ।  ମାତ୍ର ୩ ଦିନରେ ‘ଟାଇଗର ଜିନ୍ଦା ହେ’  ୧୧୪.୯୩ କୋଟି ଟଙ୍କା ଆୟ କରିଥିଲା । ଚଳିତ ବର୍ଷର ଏହା ହେଉଛି ପ୍ରଥମ ବଲିଉଡ ଫିଲ୍ମ ଯାହା ସପ୍ତାହକ ମଧ୍ୟରେ ସର୍ବାଧିକ ଆୟକରି ରେକର୍ଡ ସୃଷ୍ଟି କରିଛି । ତେବେ ଏହା ପୂର୍ବରୁ ତେଲଗୁ ଫିଲ୍ମ ‘ବାହୁବଲି-୨’ର ହିନ୍ଦି ଭର୍ସନ ପ୍ରଥମ ସପ୍ତାହରେ ୧୨୭ କୋଟି ଟଙ୍କା  ଆୟ କରି ରେକର୍ଡର ଶୀର୍ଷ ସ୍ଥାନରେ ରହିଛି।

‘ଟାଇଗର ଜିନ୍ଦା ହେ’ ୧୦ ଦିନ ଭିତରେ ଭାରତରେ ପ୍ରାୟ ୩୦୦ କୋଟିରୁ ଅଧିକ କାରବାର କରିଥିବା ବେଳେ ବିଦେଶରେ ମଧ୍ୟ ଭଲ ବ୍ୟବସାୟ କରିଛି।

୨୦୧୨ରେ ସଲମନଙ୍କ ‘ଏକ୍ ଥା ଟାଇଗର’ ରିଲିଜ୍‌ ହୋଇ ବକ୍ସ ଅଫିସରେ ଅପ୍ରତ୍ୟାଶିତ ସଫଳତା ହାସଲ କରିଥିଲା।  ରିଲିଜ୍‌ ହେବାର ପ୍ରଥମ ଦିନରେ ହିଁ ୩୨ କୋଟି ଟଙ୍କା ଆୟ କରି ଭାରତୀୟ ସିନେମା ଜଗତରେ ଇତିହାସ ସୃଷ୍ଟି କରିଥିଲା । ଖାଲି ସେତିକି ନୁହେଁ ଫିଲ୍ମଟି ସେହି ବର୍ଷର ସର୍ବାଧିକ ଆୟକାରୀ ଫିଲ୍ମ ହୋଇଥିଲା। ତେବେ ‘ଟାଇଗର ଜିନ୍ଦା ହେ’ ହେଉଛି ‘ଏକ୍ ଥା ଟାଇଗର’ର ସିକ୍ଵେଲ। ୫ ବର୍ଷ ପରେ ପୁଣି ଟାଇଗର  ନିଜର ସଫଳତା ଦେହରାଇ ନୂଆ ରେକର୍ଡ କରିଛି।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।