ସହିଦ ଯବାନ ପ୍ରଦୀପ ପଣ୍ଡାଙ୍କ ଶେଷକୃତ୍ୟ ସଂପନ୍ନ

ସହିଦ ଯବାନ ପ୍ରଦୀପ ପଣ୍ଡାଙ୍କ ଶେଷକୃତ୍ୟ ସଂପନ୍ନ

Copy Editor AH | Published On: Jan 03, 2018 04:21 PM IST | Updated On: Jan 03, 2018 06:10 PM IST |   205

କଟକ : ଆତଙ୍କବାଦୀଙ୍କ ସହିତ ଲଢେଇ କରି ସହିଦ ହୋଇଥିବା ଓଡ଼ିଆ ସିଆରପିଏଫ ଜବାନ ପ୍ରଦୀପ ପଣ୍ଡାଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ୟ୍ୟାଦା ସହିତ ଶେଷ ହୋଇଛି। ନିଜ ଜନ୍ମମାଟି ଲିପଲୋଇରେ ବୁଧବାର ଏକ ଶୋକାକୁଳ ପରିବେଶରେ ତାଙ୍କ​‌ର ଶେଷକୃତ୍ୟ ସଂପନ୍ନ ହୋଇଛି।

ସହିଦ ଯବାନ ପ୍ରଦୀପ ପଣ୍ଡାଙ୍କ ମରଶରୀର ଆଜି ସକା​ଳେ ରାଜଗାଙ୍ଗପୁର ମିନିଷ୍ଟାଡିୟମରେ ପହଞ୍ଚିବା ପରେ  ସେଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଶତାଧିକ ଲୋକେ ସହିଦଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ। ସିଆରପିଏଫ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ସିଆରପିଏଫ ଡିଆଇଜି ବି କେ ଶର୍ମା, ସୁନ୍ଦରଗଡ଼ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସପି ପିନାକ ମିଶ୍ର, ବିଧାୟକ ଦିଲୀପ ରାୟ ପ୍ରମୁଖ  ସହିଦଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ଏକ ବିରାଟ ପଟୁଆରେରେ ତାଙ୍କ ମରଶରୀରକୁ ନିଜ ଗାଁ ଲିପଲୋଇକୁ ନିଆଯାଇଥିଲା।

ସେଠାରେ ଶୋକାକୁଳ ପରିବେଶରେ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

 ସୂଚନାଯୋଗ୍ୟ, ଗତ ରବିବାର ଜମ୍ମୁ ଓ କଶ୍ମୀର ପୁଲଓ୍ଵାମା ଠାରେ ଆତଙ୍କବାଦୀଙ୍କ ସହିତ ଗୁଳି ମିନିମୟ ସମୟରେ ସିଆରପିଏଫ ଜବାନ ପ୍ରଦୀପ ପଣ୍ଡା ସହିଦ ହୋଇଥିଲେ। 

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।