ରାଜଧାନୀର ୫ ପ୍ରମୁଖ ରାସ୍ତାରେ ଆଉ ଯିବନାହିଁ ବିବାହ ଶୋଭାଯାତ୍ରା

.

Copy Editor RRM | Published On: Jan 03, 2018 01:34 PM IST |   521

କଟକ : ରାଜଧାନୀ ଭୁବନେଶ୍ବରର ୫ଟି ପ୍ରମୁଖ ରାସ୍ତାରେ ବିବାହ ଶୋଭାଯାତ୍ରା ଯିବାରେ କଟକଣା ଲାଗୁ କରିଛି କମିଶନରେଟ ପୁଲିସ। ଏୟାରପୋର୍ଟ କ୍ରସିଂରୁ ଭାୟା ଏଜି ଛକ ଦେଇ ଆଚାର୍ୟ୍ୟ ବିହାର, ରାଜଭବନ ଛକରୁ କିଟ ଛକ, କଳ୍ପନାରୁ ରାଜଭବନ ଛକ, ବାଣୀବିହାରରୁ ଶିଶୁଭବନ ଓ ରସୁଲଗଡରୁ ରବି ଟକିଜ ଛକ । ଏହି ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି। ଆସନ୍ତା ଫେବୃଆରୀ ୧ ତାରିଖରୁ ଏହି ରାସ୍ତାରେ ବିବାହ ଶୋଭାଯାତ୍ରା ଲାଗି ଅନୁମତି ମିଳିବ ନାହିଁ । ଏହା ପୂର୍ବରୁ ଯେଉଁମାନେ ଅଗ୍ରୀମ ନେଇଥିବେ ସେମାନେ ହିଁ ବାହାଘର କରିପାରିବେ । ପୂର୍ବରୁ ହାଇକୋର୍ଟ ରେଳଷ୍ଟେସନ, ବସଷ୍ଟାଣ୍ଡ, ବିମାନବନ୍ଦର ଓ ହସ୍ପିଟାଲ ରାସ୍ତା ସହ ସଂଯୋଗ ତଥା ସାଧାରଣ ଲୋକଙ୍କ ଯାତାୟାତ କରୁଥିବା ସହରର ମୁଖ୍ୟ ରାସ୍ତାରେ ବିବାହ ଶୋଭାଯାତ୍ରା ବନ୍ଦ ପାଇଁ ନିର୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି କମିଶନରେଟ ପୋଲିସ ଏହି ପଦକ୍ଷେପ ନେଇଛି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।